Advertisment

ପ୍ରଧାନମନ୍ତ୍ରୀ ହେବାକୁ ମୋର ଭାବନା ନାହିଁ : ନୀତୀଶ

ସମସ୍ତ ବିରୋଧୀଙ୍କୁ ଏକାଠି ଦେଖିବା ମୋର ଚେଷ୍ଟା।

ଅଦ୍ୟତନ ହୋଇଛି
Nitish Kumar

Nitish Kumar

Advertisment

ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ୱ ଚର୍ଚ୍ଚାରେ ଟୁଇଷ୍ଟ ଆଣିଛନ୍ତି ନୀତୀଶ କୁମାର। ମୋର ସେମିତି କିଛି ଭାବନା ନାହିଁ ବୋଲି ନୀତୀଶ କହିଛନ୍ତି। ମୁଁ ହାତଯୋଡ଼ି କହୁଛି ମୋର ସେମିତି କିଛି ଭାବନା ନାହିଁ ବୋଲି ନୀତୀଶ କହିଛନ୍ତି। ସେ କହିଛନ୍ତି ଯେ ସମସ୍ତଙ୍କ ପାଇଁ କାମ କରିବା ମୋର କାମ। ସମସ୍ତ ବିରୋଧୀଙ୍କୁ ଏକାଠି ଦେଖିବା ମୋର ଚେଷ୍ଟା। ଯଦି ସବୁ ବିରୋଧୀ ଏକାଠି ହୁଅନ୍ତୁ, ତେବେ ବହୁତ ଭଲ ବୋଲି ସେ କହିଛନ୍ତି।

Advertisment

ହାରର ରାଜନୈତିକ ପରିସ୍ଥିତି ଏପଟ ସେପଟ ହୋଇଯାଇଛି। ଜେଡିୟୁ ଏବଂ ବିଜେପି ମଧ୍ୟରେ ବ୍ରେକଅପ୍ ହୋଇଛି।  ଏକଦା ଲାଲୁ ଯାଦବଙ୍କ ସାନ ଭାଇ ଭାବେ ପରିଚିତ ଥିବା ନୀତୀଶ, ୨୦୧୦ରେ ବିଜେପି ସହ ମେଣ୍ଟରେ ଲଢ଼ିଥିଲେ ନିର୍ବାଚନ । ସେତେବେଳେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାଇକେଲ୍ ବାଣ୍ଟି ବେଶ ଚର୍ଚ୍ଚାକୁ ଆସିଥିଲେ । ହେଲେ ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁର ଖରାପ ପଦର୍ଶନ ଓ ମୋଦି କ୍ୟାମ୍ପେନ୍ କମିଟିର ମୁଖ୍ୟ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଥିଲେ । ସେ ନୀତୀଶ, କେବେ ଏପଟେ କେବେ ସେପଟେ । ଏହି ଥିଓରୀରେ ପୁଣିଥରେ ୨୦୧୫ରେ ଆରଜେଡି ଓ କଂଗ୍ରେସର ହାତ ଧରି ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Advertisment

ହେଲେ ଦୁଇ ବର୍ଷ ନଯାଉଣୁ ମହାମେଣ୍ଟ ସହ ଅଲଗା ହୋଇଥିଲେ । ଗତକାଲି ଭଳି ୨୦୧୭ରେ, ନୀତୀଶ କୁମାର ସକାଳେ ମହାମେଣ୍ଟରୁ ଇସ୍ତଫା ଦେଇ ସଂଧ୍ୟାରେ ବିଜେପି ଆଡ଼ୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୨୦ରେ ପୁଣି ଥରେ ବିଜେପି ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିଲେ 

Nitish Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ