Advertisment

ଫ୍ଲୋର ଟେଷ୍ଟରେ ନୀତୀଶ କୁମାର ପାସ୍...ବାଜି ମାରିଲା NDA ମେଣ୍ଟ...

ଫ୍ଲୋର ଟେଷ୍ଟରେ ନୀତୀଶ କୁମାର ପାସ୍...ବିହାର ବିଧାନସଭାରେ ଆସ୍ଥା ଗଣିତରେ NDA ମେଣ୍ଟ ବାଜି ମାରିଲା...ସପକ୍ଷରେ ପଡ଼ିଲା ୧୨୯ ଭୋଟ୍, ଭୋଟିଂ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ...

undefined

Nitish Kumar

Advertisment

ଫ୍ଲୋର୍ ଟେଷ୍ଟରେ ନୀତୀଶ ପାସ୍...ବିହାର ବିଧାନସଭାରେ ଦେଲେ ବହୁମତର ପ୍ରମାଣ...ବାଜି ମାରିଲା ଏନଡିଏ ସରକାର...NDA ସପକ୍ଷରେ ପଡ଼ିଛି ୧୨୯ ଖଣ୍ଡ ଭୋଟ୍, ଯାହା କି ମ୍ୟାଜିକ୍ ନମ୍ବର ୧୨୨ ଠାରୁ ୭ ଅଧିକ। ତେବେ ନୀତୀଶ ସରକାରଙ୍କ ଆସ୍ଥା ପରୀକ୍ଷା ଆରମ୍ଭ ହେବା ପୂର୍ବରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ ଆରଜେଡି ଓ କଂଗ୍ରେସ। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ NDA ପାଖରେ ୧୨୮ ବିଧାୟକଙ୍କ ସମର୍ଥନ ରହିଥିଲା। ଏଥିରୁ ବିଜେପିର ୭୮, ଜେଡିୟୁର ୪୫, HAM(S)ର ୪ ଏବଂ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ସେପଟେ ବିରୋଧୀ ମେଣ୍ଟରେ ବିଧାୟକଙ୍କ ସଂଖ୍ୟା ୧୧୪ ରହିଥିଲା। ଆରଜେଡିର ୭୯ ବିଧାୟକ ଥିବା ବେଳେ ଦଳର ୩ ଜଣ ବିଧାୟକ ଚେତନ ଆନନ୍ଦ, ପ୍ରହଲ୍ଲାଦ ଯାଦବ ଓ ନୀଲମ ଦେବୀ ନୀତୀଶ ସରକାର ସପକ୍ଷରେ ମତଦାନ କରିଥିବା ସୂଚନା ମିଳିଛି । ତେଣେ ନୀତିଶ ସରକାର ବହୁମତ ହାସଲ କରିବା ପରେ ସମର୍ଥକମାନେ ଜୋରଦାର ସେଲିବ୍ରେସନ କରିଛନ୍ତି । 

Advertisment

ନୀତିଶ ସରକାରର ଆସ୍ଥା ପରୀକ୍ଷା ପୂର୍ବରୁ ବେଶ୍ ସରଗରମ ହୋଇଥିଲା ବିହାର ରାଜନୀତି । ଆରଜେଡି ଓ କଂଗ୍ରେସ ସମେତ ମହା ଗଠବନ୍ଧନରେ ସାମିଲ ସମସ୍ତ ବିଧାୟକଙ୍କୁ ପାଟନାସ୍ଥିତ ତେଜସ୍ବୀ ଯାଦବଙ୍କ ବାସଭବନରେ ରଖାଯାଇଥିଲା । ସେହିପରି ବିଜେପି-ଜେଡିୟୁ ବିଧାୟକମାନଙ୍କୁ ଚାଣକ୍ୟ ଓ ପାଟଳିପୁତ୍ର ହୋଟେଲରୁ କଡ଼ା ସୁରକ୍ଷା ମଧ୍ୟରେ ବିଧାନସଭା ଅଣାଯାଇଥିଲା। ଆସ୍ଥା ଭୋଟ୍ ଆଲୋଚନା ପୂର୍ବରୁ ବାଚସ୍ପତି ଅୱଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଆସିଥିଲା ଅବିଶ୍ବାସ ପ୍ରସ୍ତାବ । 

ବାଚସ୍ପତିଙ୍କ ବିରୋଧରେ ଆଗତ ଅବିଶ୍ବାସ ପ୍ରସ୍ତାବ ସପକ୍ଷରେ ୧୨୫ ଓ ବିରୋଧରେ ୧୧୨ ଭୋଟ୍ ପଡ଼ିଥିଲା । ଫଳରେ ବାଚସ୍ପତି ପଦରୁ ହଟିଥିଲେ ଅୱଧ ବିହାରୀ। ଉପବାଚସ୍ପତି ମହେଶ୍ବର ହଜାରି ଗୃହ ପରିଚାଳନା କରିଥିଲେ।.. ଆସ୍ଥା ଭୋଟ୍ ବିତର୍କରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା। ଆରଜେଡି ନେତା ତେଜସ୍ବୀ ଯାଦବ ସିଧା ନୀତୀଶଙ୍କୁ ନିଶାନା କରି କହିଥିଲେ-ଯେ ପର୍ଯ୍ୟନ୍ତ ସ୍ଥିର ସରକାର ନାହିଁ, ସେ ପର୍ଯ୍ୟନ୍ତ ବିହାରର ବିକାଶ ନାହିଁ । ତାସହ ନୀତୀଶ ଆଉ ପଲଟିବେନି ବୋଲି ମୋଦି ଗ୍ୟାରେଣ୍ଟି ଦେବେ କି ବୋଲି ପ୍ରଶ୍ନ କରିଥିଲେ ତେଜସ୍ବୀ । ନୀତିଶ ବି ଏହାର କଡ଼ା ଜବାବ ଦେଇ କହିଥିଲେ ଆମେ ବିହାରର ବିକାଶ ସହ ଲୋକଙ୍କ ହିତରେ କାମ କରୁଛୁ। ୨୦୦୫ ମସିହାରୁ ଆରମ୍ଭ ହୋଇଥିବା ବିକାଶର ଯାତ୍ରା ଆଗକୁ ଜାରି ରହିବ। ଆରଜେଡି ସହ ସଂପର୍କ ଛିନ୍ନ କରି ପୁଣି ବିଜେପି ହାତ ଧରି ଗତ ୨୮ ତାରିଖରେ ନବମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତୀଶ କୁମାର ।

Advertisment
Nitish Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ