Advertisment

ଆକାଶଛୁଆଁ ତୈଳଦର ବେଳେ ଆଗୁଆ ଆଶ୍ୱସ୍ତି; ହାଇଡ୍ରୋଜେନ୍ କାର୍‌ରେ କିଲୋମିଟର ପିଛା ଖର୍ଚ୍ଚ ହେବ ୨ ଟଙ୍କା

ଖୁବ ଶୀଘ୍ର ରାସ୍ତାରେ ଗଡ଼ିବ ପାଣିରେ ଚାଲୁଥିବା କାର । ଆଜି ଏମିତି ଏକ କାର୍ ଧରି ସଂସଦକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି। ଏହା ହେଲା ହାଇଡ୍ରୋଜେନ ଆଧାରିତ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ଭେଇକିଲ୍ ବା ଗ୍ରୀନ ହାଇଡ୍ରୋଜେନ ଆଧାରିତ ଗାଡ଼ି।

ଅଦ୍ୟତନ ହୋଇଛି
undefined

Hydrogen Car

Advertisment

ପାଣିରେ ଚାଳିବ କାଋ୍! ସିଧାସଳଖ ପାଣିରେ ନଚାଲିଲେ ବି ପାଣିରେ ଥିବା ଦୁଇ କେମିକାଲ କମ୍ପୋନେଣ୍ଟ ହାଇଡ୍ରୋଜନ୍ ଓ ଅକ୍ସିଜେନ୍ ମଧ୍ୟରୁ ହାଇଡ୍ରୋଜେନ୍‌କୁ ଅଲଗା କରାଯାଇ ସେଥିରେ ଗଡ଼ିବ କାର୍ । ଏବେ ବ୍ୟବହୃତ ହେଉଥିବା କାର୍ ଖର୍ଚ୍ଚ ଠାରୁ ଖୁବ୍ କମ୍ ବ୍ୟୟରେ ଚାଲିବ କାର୍ । ଏହି ଗ୍ରୀନ ହାଇଡ୍ରୋଜେନ୍ କାର ପରିବେଶ ପାଇଁ ଉପଯୋଗୀ ହୋଇଥିବା ବେଳେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଏ ନେଇ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ ।

Advertisment

ଖୁବ ଶୀଘ୍ର ରାସ୍ତାରେ ଗଡ଼ିବ ପାଣିରେ ଚାଲୁଥିବା କାର । ଆଜି ଏମିତି ଏକ କାର୍ ଧରି ସଂସଦକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି। ଏହା ହେଲା ହାଇଡ୍ରୋଜେନ ଆଧାରିତ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ଭେଇକିଲ୍ ବା ଗ୍ରୀନ ହାଇଡ୍ରୋଜେନ ଆଧାରିତ ଗାଡ଼ି। ଭାରତରେ ପାଇଲଟ ପ୍ରୋଜେକ୍ଟ ହିସାବରେ ଏହାର ଶୁଭାରମ୍ଭ ହୋଇଛି । ପେଟ୍ରୋଲ-ଡିଜେଲ କାର୍‌ରେ କିଲୋମିଟର ପିଛା ୧୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଇଭି ବା ଇଲେକ୍ଟ୍ରିକ ଭେହିକିଲ୍‌ରେ କିଲୋମିଟର ପିଛା ଖର୍ଚ୍ଚ ହେଉଛି ପ୍ରାୟ ୨ ଟଙ୍କା ।

ଗ୍ରୀନ ହାଇଡ୍ରୋଜେନ ଗାଡ଼ିରେ ଏହା ଆହୁରି କମି କିଲୋମିଟର ପିଛା ମାତ୍ର ଟଙ୍କାଏ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଟାଙ୍କି ଫୁଲ୍ କରିଦେଲେ ଥରକେ ୬ ଶହ କିଲୋମିଟର ପର୍ଯ୍ୟନ୍ତ ଏହା ଯାଇପାରିବ । ଦେଶରେ ହାଇଡ୍ରୋଜେନ ଉତ୍ପାଦନ ବ୍ୟାପକ କରାଇବାକୁ ୩ ହଜାର କୋଟି ଟଙ୍କା ବ୍ୟୟରେ ମିଶନ ଗ୍ରୀନ ହାଇଡ୍ରୋଜେନ ଆରମ୍ଭ ହେବାକୁ ଯାଉଛି ବୋଲି ଗଡ଼କରୀ କହିଛନ୍ତି ।

Advertisment

ସତରେ କଣ ପାଣି ଭର୍ତ୍ତି କଲେ କାର ଚାଲିବ? କଥାଟା ପ୍ରକୃତରେ ସେମିତି ନୁହେଁ, ଗାଡ଼ିରେ ପାଣି ଭର୍ତ୍ତି କରାଯିବ ନାହିଁ । ଦୁଇଟି ରାସାୟନିକ ଉପାଦାନ ଉଦଯାନ ବା ହାଇଡ୍ରୋଜେନ୍ ଏବଂ ଅମ୍ଲଜାନ ବା ଅକ୍ସିଜେନକୁ ନେଇ ଗଠିତ ପାଣି । ତେଣୁ ପାଣିରୁ ଏହି ହାଇଡ୍ରୋଜେନ ଓ ଅକ୍ସିଜେନକୁ ଅଲଗା ଅଲଗା କରି ହାଇଡ୍ରୋଜେନକୁ କମ୍ପ୍ରେସ କରାଯିବ । ଗାଡ଼ିର ଟାଙ୍କିରେ ଏହି ତରଳ ହାଇଡ୍ରୋଜେନ ଭର୍ତ୍ତି କଲେ, ସେଥିରୁ ଯେଉଁ ଶକ୍ତି ବାହାରିବ, ସେଥିରେ ଚାଲିବ କାର୍ ।

ପେଟ୍ରୋଲ ଡିଜେଲ ଗାଡ଼ିରେ ଧୂଆଁ ବାହାରି ପ୍ରଦୂଷଣ ହେଉଥିବା ବେଳେ ହାଇଡ୍ରୋଜେନ କାର୍‌ରୁ ଆଦୌ ଧୁଆଁ କି ପରିବେଶ ପ୍ରଦୂଷଣକାରୀ କୌଣସି ପଦାର୍ଥ ବାହାରିବ ନାହିଁ । କେବଳ ଟିକେ ଜଳୀୟ ବାଷ୍ପ ବାହାରିବ । ତେଣୁ ଗ୍ରୀନ୍ ହାଇଡ୍ରୋଜେନକୁ ଭବିଷ୍ୟତର ଜାଳେଣି ବୋଲି କୁହାଗଲାଣି । ଭାରତରେ ଏହି ଟେକ୍ନୋଲୋଜି ନିମନ୍ତେ ବହୁତ କାମ ବାକି ଥିବା କହିଛନ୍ତି ବିଶେଷଜ୍ଞ । ଏପରି ଗାଡ଼ି ବହୁତ ମହଙ୍ଗା ହୋଇଥିବାରୁ ଏହାକୁ ଶସ୍ତା କରିବାକୁ ମତ ପ୍ରକାଶ ପାଇଛି ।

Advertisment
Nitin Gadkari Hydrogen Car
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ