Advertisment

ମଞ୍ଚରେ ଭାଷଣ ଦେଉଥିବାବେଳେ ଅଚେତ୍‌ ହୋଇଗଲେ ଗଡ଼କରୀ, ଜାଣନ୍ତୁ ଏବେ କିପରି ଅଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା

ନୀତିନ ଗଡ଼କରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି କହିଛନ୍ତି ଯେ ପ୍ରବଳ ଗରମ ହେତୁ ସେ ସେ ନିଜକୁ ଅସହଜ ମନେ କରିଥିଲେ ।

ଅଦ୍ୟତନ ହୋଇଛି
Nitin Gadkari

Nitin Gadkari

Advertisment

ମହାରାଷ୍ଟ୍ରର ୟଭାଟମାଲରେ ଭାଷଣ ଦେଉଥିବା ବେଳେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ହଠାତ୍ ମଞ୍ଚ ଉପରେ ଅଚେତ୍‌ ହୋଇଯାଇଥିଲେ । ଅଚେତ୍‌ ହୋଇଯିବା ପରେ ମଞ୍ଚରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ତାଙ୍କୁ ଉଠାଇ ଚିକିତ୍ସା ପାଇଁ ନେଇଥିଲେ। ଏକ ନିର୍ବାଚନ ମିଟିଂକୁ ସମ୍ବୋଧିତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ୟଭାଟମାଲର ପୁସାଦରେ ପହଞ୍ଚିଥିଲେ। ସେ ମଞ୍ଚରେ ଭାଷଣ ଦେଉଥିବାବେଳେ ହଠାତ୍ ଚେତାଶୂନ୍ୟ ହୋଇ ପଡିଥିଲେ, ଏହା ପରେ ତାଙ୍କ ଆଖପାଖର ଲୋକମାନେ ତାଙ୍କୁ ସେଠାରୁ ତୁରନ୍ତ ଚିକିତ୍ସା ପାଇଁ ନେଇଥିଲେ।

Advertisment

ତେବେ କିଛି ସମୟ ପରେ ନୀତିନ ଗଡ଼କରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି କହିଛନ୍ତି ଯେ ପ୍ରବଳ ଗରମ ହେତୁ ସେ ସେ ନିଜକୁ ଅସହଜ ମନେ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନାଗପୁର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ନାଗପୁର ସିଟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇସାରିଛି। ଏଠାରେ ଗଡ଼କରୀ କଂଗ୍ରେସର ବିକାଶ ଠାକୁରଙ୍କ ବିପକ୍ଷରେ ନିର୍ବାଚନ ଲଢ଼ୁଛନ୍ତି । ତେବେ ନାଗପୁର ଆସନରୁ ନୀତିନ ଗଡକରୀ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି ।

Advertisment

ଭାଷଣ ଦେବା ସମୟରେ ନୀତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା ଏହା ପ୍ରଥମ ଘଟଣା ନୁହେଁ। ୨୦୧୮ରେ, ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମ ସମୟରେ ସେ ହଠାତ୍ ମଞ୍ଚ ଉପରେ ଅଚେତ୍ ହୋଇଯାଇଥିଲେ । ଏହି ସମୟରେ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କ ସହ ଉପସ୍ଥିତ ଥିଲେ। ସେତେବେଳେ କୁହାଯାଇଥିଲା ଯେ, ତାଙ୍କର ସୁଗାର ଲେବଲ୍‌ କମ୍‌ ହୋଇଯିବା ହେତୁ ଗଡ଼କରୀଙ୍କ ମୁଣ୍ଡ ବୁଲାଇଥିଲା । ତାଙ୍କୁ ତୁରନ୍ତ ପାଣି ଓ ସୁଗାର ଲେବଲ୍‌ ବଢ଼ାଇବାକୁ ପେଡା ଦିଆଯାଇଥିଲା । ଏହାପୂର୍ବରୁ ମଧ୍ୟ ଏକ ରାଲିରେ ତାଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିଥିଲା।

ନାଗପୁର ଏକଦା କଂଗ୍ରେସର ଏକ ଗଡ଼ ବୋଲି ବିବେଚନା କରାଯାଉଥିଲା। ଏହି ଆସନରୁ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ମୋଟ ୧୨ଟି ନିର୍ବାଚନରେ ବାଜିମାତ୍ କରିଛି । କିନ୍ତୁ, ୨୦୧୪ ନିର୍ବାଚନରେ ​​ବିଜେପି ନୀତିନ ଗଡ଼କରୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା ଏବଂ ସେ ବିପୁଳ ଭୋଟରେ ମଧ୍ୟ ବିଜୟଲାଭ କରିଥିଲେ । ସେହିପରି ନାଗପୁର ବିଧାନସଭାର ୬ଟି ଆସନ ମଧ୍ୟରୁ ୪ଟି ଆସନ ବିଜେପି ନିକଟରେ ଅଛି ।

Advertisment
BJP Nitin Gadkari Union Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ