Advertisment

ଜାମ୍ମୁ ଓ କାଶ୍ମୀରର ୧୫ଟି ସ୍ଥାନରେ NIAର ଚଢ଼ଉ

ଜାମ୍ମୁ ଓ କାଶ୍ମୀରର ୧୫ଟି ସ୍ଥାନରେ National Investigative Agency (NIA) ଚଢ଼ଉ କରିଛି। ଆତଙ୍କବାଦୀ ଲିଙ୍କ୍ ନେଇ ଏନ୍‌ଆଇଏ ପକ୍ଷରୁ ଶନିବାର ଏହି ରେଡ୍‌ କରାଯାଇଥିଲା।

ଅଦ୍ୟତନ ହୋଇଛି
ଜାମ୍ମୁ ଓ କାଶ୍ମୀରର ୧୫ଟି ସ୍ଥାନରେ NIAର ଚଢ଼ଉ

nia

Advertisment

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ୧୫ଟି ସ୍ଥାନରେ National Investigative Agency (NIA) ଚଢ଼ଉ କରିଛି। ଆତଙ୍କବାଦୀ ଲିଙ୍କ୍ ନେଇ ଏନ୍‌ଆଇଏ ପକ୍ଷରୁ ଶନିବାର ଏହି ରେଡ୍‌ କରାଯାଇଥିଲା। ରେଡ୍‌ ସମୟରେ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି। ଯିଏକି ଲସ୍କର-ଇ-ମୁସ୍ତାଫାର ଷଡ଼ଯନ୍ତ୍ର ମାମଲାରେ ସମ୍ପୃକ୍ତ ଥିଲା ବୋଲି ଜଣାପଡ଼ିଛି। ଏହାସହ ଜମ୍ମୁରେ ଆଇଡି ମଧ୍ୟ ଜବତ କରଯାଇଛି। 

Advertisment

ଜମ୍ମୁ-କାଶ୍ମୀର ପୋଲିସ୍‌, ସିଆର୍‌ପିଏଫ୍‌ ଓ ଏନ୍‌ଆଇଏର ମିଳିତ ଉଦ୍ୟମରେ ଶୋପିଆନ୍‌, ଅନନ୍ତନାଗ ଓ ଜମ୍ମୁ ଜିଲ୍ଲାର ୯ଟି ସ୍ଥାନରେ ସର୍ଚ୍ଚ ଅପରେସନ୍‌ କରାଯାଇ ଥିଲା। ଏହି ସମୟରେ ଲସ୍କର-ଇ-ମୁସ୍ତାଫାର ଷଡ଼ଯନ୍ତ୍ର ମାମଲାରେ ସମ୍ପୃକ୍ତି ନେଇ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। ଗିରଫ ଆତଙ୍କବାଦୀର ନାଁ ଇର୍‌ଫାନ ଅହମ୍ମଦ ଦର୍। ସେ ଅନନ୍ତନାଗର ବାସିନ୍ଦା।

ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ତାକୁ ଗିରଫ କରାଯାଇଥିବା ଏନ୍‌ଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ଉ ବେଳେ ଇର୍‌ଫାନ ଅହମ୍ମଦ ଘରୁ ମୋବାଇଲ୍ ଫୋନ୍, ହାର୍ଡ ଡିସ୍କ, ପେନ୍ ଡ୍ରାଇଭ୍, ମେମୋରୀ କାର୍ଡ, ଲାପ୍‌ଟପ୍‌ ଇତ୍ୟାଦି ଜବତ କରାଯାଇଛି। ଫେବୃଆରୀ ୬ରେ ଲସ୍କର-ଇ-ମୁସ୍ତାଫାର ମୁଖ୍ୟକୁ ଗିରଫ କରାଯାଇଥିଲା। 

Advertisment

ସୂଚନାଥାଉ କି, ଜୁନ୍‌ ୨୭ରେ ଜମ୍ମୁର ଭାତିଣ୍ଡି ଅଞ୍ଚଳରେ ୫ କିଲୋର ଆଇଡି ଜବତ ହୋଇଥିଲା। ଯାହାକି ଲସ୍କର-ଇ-ତୋଇବା ଦ୍ୱାରା ଷଡ଼ଯନ୍ତ୍ର ରଚା ଯାଇଥିଲା ବୋଲି ସୂଚନା ମିଳିଥିଲା। ଜୁଲାଇ ୧୯ରେ ଏନ୍‌ଆଇଏ ଏହି ଘଟଣାର ତଦନ୍ତ ଭାର ନେଇଥିଲା ଓ ଶନିବାର ଦିନ ତଦନ୍ତକାରୀ ସଂସ୍ଥା ଜମ୍ମୁ-କାଶ୍ମୀର ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲେ।

Advertisment
NIA Raid Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ