Advertisment

IPS ଅଫିସରଙ୍କ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌ ! ଲିକ୍ କରୁଥିଲେ ସମ୍ବେଦନଶୀଳ ତଥ୍ୟ

IPS ଅଧିକାରୀଙ୍କ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌। ହିମାଚଳ ପ୍ରଦେଶ କ୍ୟାଡରର ଆଇପିଏସ୍ ଅରବିନ୍ଦ ଦିଗ୍‌ବିଜୟ ନେଗୀଙ୍କୁ ଜାତୀୟ ତଦନ୍ତକାରେ ସଂସ୍ଥା(NIA) ଗିରଫ କରିଛି।

ଅଦ୍ୟତନ ହୋଇଛି
Terror Group

Terror Group

Advertisment

IPS ଅଧିକାରୀଙ୍କ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତାଇବା ଓ ପାକିସ୍ତାନର ସ୍ପାଏ ଏଜେନ୍ସି ଆଇଏସ୍‌ଆଇକୁ ସମ୍ବେଦନଶୀଳ ତଥ୍ୟ ଲିକ୍ କରିବା ଅଭିଯୋଗରେ ଜାତୀୟ ତଦନ୍ତକାରେ ସଂସ୍ଥା(NIA) ସମ୍ପୃକ୍ତ ଆଇପିଏସ୍‌ ଅଧିକାରୀଙ୍କୁ ଗିରଫ କରିଛି। ହିମାଚଳ ପ୍ରଦେଶ କ୍ୟାଡରର ଆଇପିଏସ୍ ଅରବିନ୍ଦ ଦିଗ୍‌ବିଜୟ ନେଗୀଙ୍କୁ NIA ଗିରଫ କରିଛି। 

Advertisment

ଲସ୍କର ସଙ୍ଗଠନ ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ବଢାଇବା ପାଇଁ ଓଭର ଗ୍ରାଉଣ୍ଡ ୱାର୍କରଙ୍କ ଜାଲ ବିଛାଇଛି। NIA ଏହି ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଗତ ବର୍ଷ ନଭେମ୍ବରରେ NIA ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ସେତେବେଳେ NIAରେ କାର୍ଯ୍ୟରତ ଥିବା ନେଗିଙ୍କ ଘର ସର୍ଚ୍ଚ କରାଯାଇ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ତଥ୍ୟ ଲିକ୍‌ କରିଥିବା ପ୍ରମାଣ ମିଳିଥିଲା। 

ସୂଚନାଥାଉ କି, ସମ୍ମାନଜନକ ସେବା ପାଇଁ ୨୦୧୭ ମସିହାରେ ଅରବିନ୍ଦ ଦିଗ୍‌ବିଜୟଙ୍କୁ ପୋଲିସ୍‌ ମେଡାଲରେ ସମ୍ମାନିତ କରାଯାଇଥିଲା। ୨୦୧୬ ମସିହାରେ IPS ଅଫିସର ଭାବେ ତାଙ୍କର ପଦୋନ୍ନତି ହୋଇଥିଲା। 

Advertisment
NIA IPS Officer Arvind Digvijay Negi Terror Group
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ