Advertisment

ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତାଙ୍କୁ ସୁପ୍ରିମ୍‌କୋର୍ଟ ଆଶ୍ୱସ୍ତି; ଜେଲ୍‌ରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ସଂପାଦକ ପ୍ରବୀର ପୁରକାୟସ୍ଥଙ୍କ ଗିରଫଦାରୀକୁ ବେଆଇନ ବୋଲି କହି ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
NewsClick founder

NewsClick founder

Advertisment

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ସଂପାଦକ ପ୍ରବୀର ପୁରକାୟସ୍ଥଙ୍କୁ ମିଳିଛି ସୁପ୍ରିମ ଆଶ୍ୱସ୍ତି। ତାଙ୍କୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରିବା ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତାଙ୍କ ଗିରଫଦାରୀକୁ ବେଆଇନ ବୋଲି କହି ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦ ନିରୋଧ ଆଇନ(ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ତାଙ୍କୁ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ କରିଥିଲା।

Advertisment

ସୁପ୍ରିମକୋର୍ଟ ଜଷ୍ଟିସ୍ ବି.ଆର ଗାଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ, ରିମାଣ୍ଡ କପି ପ୍ରଦାନ କରାଯାଇନାହିଁ, ଯାହା ଏହି ଗିରଫଦାରୀକୁ ବିକୃତ କରୁଛି। ସେଥିପାଇଁ ଗିରଫଦାଦୀକୁ ‘ଶୂନ୍ୟ (ଭୋଏଡ୍‌)’ ବୋଲି ବିବେଚନା କରାଗଲା। ଏହି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇସାରିଥିବାରୁ ପ୍ରବୀର ପୁରକାୟସ୍ଥଙ୍କୁ ବେଲ୍‌ରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତଳ କୋର୍ଟ ଜାମିନର ସର୍ତ୍ତ ରଖିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିବା ପରେ ତାଙ୍କ ଓକିଲଙ୍କୁ ସୂଚନା ନ ଦିଆଯାଇ କାହିଁକି ତରବରିଆ ଭାବେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା ବୋଲି ଏପ୍ରିଲ ୩୦ ତାରିଖରେ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଥିଲେ। କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ପ୍ରବୀର ପୁରକାୟସ୍ଥଙ୍କ ଓକିଲ ତାଙ୍କ ରିମାଣ୍ଡ ଦରଖାସ୍ତ ପାଇବା ପୂର୍ବରୁ ରିମାଣ୍ଡ ନିର୍ଦ୍ଦେଶ ପାରିତ ହୋଇଯାଇଥିଲା।

Advertisment

ସୂଚନା ମୁତାବକ ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ପୋଲିସର ସ୍ପେଶାଲ୍‌ ସେଲ୍ ଏହି ମାମଲାରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ପ୍ରବୀର ପୁରକାୟସ୍ଥ ଆତଙ୍କବାଦୀ ଓ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ସହିତ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରିବା ଓ ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି।

ଜାମିନ ବଣ୍ଡ ପ୍ରଦାନ ଉପରେ ଟ୍ରାଏଲ କୋର୍ଟର ସନ୍ତୁଷ୍ଟତା ଆଧାରରେ ସମ୍ପାଦକଙ୍କୁ ମୁକ୍ତ କରାଯିବ ବୋଲି କୋର୍ଟ କହିଛନ୍ତି। ଗତ ବର୍ଷ ୟୁଏପିଏ ଅଧୀନରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ପୁରକାୟାସ୍ତାଙ୍କ ଗିରଫଦାରୀ ଓ ରିମାଣ୍ଡକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଛନ୍ତି। ଏହି ମାମଲାରେ ଚାର୍ଜସିଟ ଦାଖଲ ହେବା ପରଠାରୁ ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ବି କହିଛନ୍ତି ଯେ ଜାମିନ ପ୍ରଦାନ ପାଇଁ କ’ଣ ସର୍ତ୍ତ ରହିବ ତାହା ଟ୍ରାଏଲ କୋର୍ଟ ସ୍ଥିର କରିବେ।

Advertisment
Supreme Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ