Advertisment

ମୃତ୍ୟୁ ପୂର୍ବରୁ ସୁଇସାଇଡ୍‌ ନୋଟ୍‌ରେ ଶେଷ ଇଚ୍ଛା ଲେଖିଲେ ନବବିବାହିତା, ‘ମୁଁ ମରିଗଲେ...’

ଅନ୍ତିମ ସଂସ୍କାର ବେଳେ ମୋତେ ବଧୂ ବେଶରେ ସଜେଇବେ ନାହିଁ। ଏପରିକି ଜଣେ ବଧୂ ଯେଉଁ ସବୁ ଜିନିଷ ବ୍ୟବହାର କରେ ଏସବୁକୁ ଅନ୍ତିମ ସଂସ୍କାର ବେଳେ ଦୂରେଇ ରଖିବେ’... ମୃତ୍ୟୁ ପୂର୍ବରୁ ଏଭଳି କିଛି ଶେଷ ଇଚ୍ଛା ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ନବବଧୂ।

ଅଦ୍ୟତନ ହୋଇଛି
Newly Married Woman Kills Herself

Newly Married Woman Kills Herself

Advertisment

‘ମୁଁ ଶାଶୂ ଘର ଲୋକଙ୍କ ତାଚ୍ଛଲ୍ୟ ଆଉ ସହି ପାରୁନି। ସବୁବେଳେ ଏସବୁ ଶୁଣିକି ମୁଁ ପୁରା ଅସହ୍ୟ ହୋଇପଡ଼ିଲିଣି। ମୋର ଅନ୍ତିମ ସଂସ୍କାର ମୁଁ ଜନ୍ମ ହୋଇଥିବା ଗାଁରେ କରାଇବେ। ଅନ୍ତିମ ସଂସ୍କାର ବେଳେ ମୋତେ ବଧୂ ବେଶରେ ସଜେଇବେ ନାହିଁ। ଏପରିକି ଜଣେ ବଧୂ ଯେଉଁ ସବୁ ଜିନିଷ ବ୍ୟବହାର କରେ ଏସବୁକୁ ଅନ୍ତିମ ସଂସ୍କାର ବେଳେ ଦୂରେଇ ରଖିବେ’... ମୃତ୍ୟୁ ପୂର୍ବରୁ ଏଭଳି କିଛି ଶେଷ ଇଚ୍ଛା ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ନବବଧୂ। ହରିୟାଣାର ସାଇବର ସିଟି ଗୁରୁଗ୍ରାମରେ ଜଣେ ନବବଧୂଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Advertisment

ଗୁରୁଗ୍ରାମ କାର୍ଟର ପୁରୀ ଗାଁର ୨୫ ବର୍ଷୀୟ ନବବିବାହିତା ଋତୁଙ୍କ ମୃତ୍ୟୁ ହୋଇଛି। ହେଲେ ମୃତ୍ୟୁ ପୂର୍ବରୁ ସେ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଚାଲି ଯାଇଛନ୍ତି। ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ଓ ଶେଷ ଇଚ୍ଛା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।ଆତ୍ମହତ୍ୟା ପାଇଁ ସେ ଶାଶୂ ଘର ଲୋକଙ୍କୁ ଦାୟୀ କରିଛନ୍ତି। ସୁଇସାଇଡ୍‌ ନୋଟ୍‌ରେ ଋତୁ ନିଜ ଶେଷ ଇଚ୍ଛା ସମ୍ପର୍କରେ ଲେଖିଛନ୍ତି। ସେ ଲେଖିଛନ୍ତି, ‘ମୁଁ ମରିଗଲେ ମୋ ମୁହଁକୁ ଶାଶୂ ଘର ଲୋକ ଯେଭଳି ନ ଦେଖନ୍ତି। ମୁଁ ଶାଶୂ ଘର ଲୋକଙ୍କ ତାଚ୍ଛଲ୍ୟ ଆଉ ସହି ପାରୁନି। ସବୁବେଳେ ଏସବୁ ଶୁଣିକି ମୁଁ ପୁରା ଅସହ୍ୟ ହୋଇପଡ଼ିଲିଣି।’

ଘଟଣାକୁ ନେଇ ଋତୁଙ୍କ ଭାଇ କହିଛନ୍ତି, ‘ଗତ ଫେବୃଆରୀ ୧୮ରେ ଦିଲ୍ଲୀର ଚେତନ ନାମକ ଜଣେ ଯୁବକଙ୍କ ସହ ମୋ ଭଉଣୀର ବାହାଘର ହୋଇଥିଲା। ମୋ ଭଉଣୀ MBA ପରେ ଚାକିରି କରିବାକୁ ଚାହୁଁଥିଲା। ହେଲା ତା’ ଶାଶୂ ଘର ଲୋକଙ୍କୁ ଏହା ପସନ୍ଦ ନଥିଲା। ସ୍ୱାମୀ, ଶାଶୂ ଓ ପରିବାରର ଅନ୍ୟ ସଦସ୍ୟ ଯୌତୁକ ପାଇଁ ମୋ ଭଉଣୀକୁ ହଇରାଣ କରୁଥିଲେ। ଫଳରେ ଏସବୁ ସହି ନପାରି ଆତ୍ମହତ୍ୟା କରିବାକୁ ସେ ବାଧ୍ୟ ହୋଇଥିଲା’

Advertisment
Newly Married Woman Kills Herself Newly Married Woman Kills Herself

ସମ୍ପର୍କୀୟଙ୍କ କହିବା ଅନୁସାରେ, ୩ ମାସ ପୂର୍ବେ ଋତୁଙ୍କ ବିବାହ ହୋଇଥିଲା। ବିବାହରେ ଆମେ ନିଜ ସାମର୍ଥ୍ୟଠୁ ଅଧିକ ଯୌତୁକ ଦେଇଥିଲୁ। ହେଲେ ଛୋଟ ଛୋଟ କଥାକୁ ନେଇ ଶାଶୂ ଘର ଲୋକ ଋତୁଙ୍କୁ ହଇରାଣ କରୁଥିଲେ। ସବୁକିଛି ଠିକ୍‌ ହୋଇଯିବ। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏସବୁ କହି ଆମେ ଋତୁଙ୍କୁ ବୁଝାଇଥିଲୁ। ହେଲେ ଆମେ ଜାଣି ନଥିଲୁ ଶ୍ୱଶୁର ଘର ଲୋକଙ୍କ ତାଚ୍ଛଲ୍ୟରେ ସେ ଏତେ ଅସହ୍ୟ ହୋଇପଡ଼ିବେ ଓ ଶେଷରେ ସେ ଆତ୍ମହତ୍ୟା କରିବେ। 

ଅନ୍ୟପକ୍ଷେ, ଋତୁଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାଙ୍କ ଶାଶୂ ଘର ଲୋକଙ୍କ ବିରୋଧରେ ଯୌତୁକ ହତ୍ୟା ନେଇ ମାମଲା ରୁଜୁ ହୋଇଛି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ