Advertisment

ଅକ୍ଟୋବର ୧ରୁ ସିମ୍‌ କାର୍ଡ ପାଇଁ ନୂଆ ନିୟମ, ଏସବୁ ନମାନିଲେ ଗଣିବେ ୧୦ ଲକ୍ଷ ଟଙ୍କା ଫାଇନ୍‌...

ନୂଆ ସିମ୍‌ କାର୍ଡ ବିକ୍ରି ପାଇଁ ଅକ୍ଟୋବର ୧ରୁ କଟକଣା ଲାଗୁ ହେବ। ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ସିମ୍‌ କାର୍ଡ ବିକ୍ରି ରୋକିବା ଉପରେ ପଦକ୍ଷେପ ନିଆଯିବ।

ଅଦ୍ୟତନ ହୋଇଛି
New Rules For SIM Card From October 1

New Rules For SIM Card From October 1

Advertisment

ଜଣେ ବ୍ୟକ୍ତି ନାଁରେ ରଖିହେବନି ଏକାଧିକ ସିମ୍‌। ଏଣିକି ନୂଆ ସିମ୍‌ କାର୍ଡ କିଣିବା ଓ ବିକିବା ପାଇଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି ଟେଲିକମ୍ ମନ୍ତ୍ରଣାଳୟା କେନ୍ଦ୍ର ସରକାର ନୂଆ ସିମ୍‌ କାର୍ଡ ପାଇଁ କଡ଼ା ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏନେଇ ଦୂରସଞ୍ଚାର ବିଭାଗ ସର୍କୁଲାର ଜାରି କରିଛି। ଓଡ଼ିଶା ସମେତ ଅନେକ ରାଜ୍ୟରୁ ସିମ୍ କାର୍ଡ ଜରିଆରେ ଅପରାଧିକ ଗତିବିଧି ମାମଲା ସାମ୍ନାକୁ ଆସିଛିା ଆଉ ଏହାପରେ ନିୟମ କଡ଼ାକଡ଼ି ପାଇଁ ଯୋଜନା ପ୍ରସ୍ତୁତ କରିଛି ମନ୍ତ୍ରଣାଳୟା

Advertisment

ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ସିମ୍‌ କାର୍ଡ ବିକ୍ରି ରୋକିବା ଉପରେ ପଦକ୍ଷେପ ନିଆଯିବ। ଏହାସହ ଅଣ ପଞ୍ଜୀକୃତ ସିମ୍‌ କାର୍ଡ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଟେଲିକମ୍‌ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ନୂଆ ସିମ୍‌ କାର୍ଡ ବିକ୍ରି ପାଇଁ ଅକ୍ଟୋବର ୧ରୁ କଟକଣା ଲାଗୁ ହେବ। ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ସିମ୍‌ କାର୍ଡ ବିକ୍ରି ରୋକିବାକୁ ପଦକ୍ଷେପ ନିଆଯିବା ସହ ଅଣ ପଞ୍ଜୀକୃତ ସିମ୍‌ କାର୍ଡ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ଗଣିବେ।

Advertisment

ସତର୍କ ରୁହନ୍ତୁ ଦୋକାନୀ...

ଏହି ନୂଆ ନିୟମ ଲାଗୁ ପରେ ସିମ୍‌ କାର୍ଡ କିଣୁଥିବା ଦୋକାନୀଙ୍କୁ ଆହୁରି ସତର୍କ ରହିବାକୁ ପଡ଼ିବ। କାରଣ ଯେଉଁ ଗ୍ରାହକ ସେମାନଙ୍କ ପାଖରୁ ସିମ୍‌ କାର୍ଡ କିଣିବେ ଯଦି ଦୋକାନୀ ସେମାନଙ୍କ ସମ୍ପର୍କରେ ଭଲ ଭାବେ ଯାଞ୍ଚ ନକରନ୍ତି ଓ ପରେ ଯଦି କୌଣସି ଗଡ଼ବଡ଼ ଧରାପଡ଼େ ତା’ହେଲେ ଦୋକାନୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।

ସେହିପରି ୬୬ ହଜାର ଜାଲ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ଟେଲିକମ୍‌ ମନ୍ତ୍ରାଳୟ ରଦ୍ଦ କରିଛି। ୬୭ ହଜାର ସିମ୍‌ ଡିଲର କଳା ତାଲିକାଭୁକ୍ତ କରାଯାଇଥିବା ବେଳେ ୩୦୦ ଏତଲା ରୁଜୁ କରାଯାଇଛି। ସେହିପରି ୫୨ ଲକ୍ଷ ସିମ୍‌କୁ ରଦ୍ଦ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହ ୮ ଲକ୍ଷ ବ୍ୟାଙ୍କ ୱାଲେଟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍‌ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ