Advertisment

ଟିକାକରଣ ପାଇଁ ଜାରି ହେଲା ନୂଆ ଗାଇଡଲାଇନ

ଦେଶରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ଚାଲିଛି।

Vaccination

Vaccination

Advertisment

ଦେଶରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ସେମାନଙ୍କୁ ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖା ଯାଇଛି। 

Advertisment

ପ୍ରିକସନ୍ ଡୋଜ୍ ପାଇଁ ବି ମଧ୍ୟ ସମାନ ନିୟମ ଲାଗୁ ହେବ। ଅର୍ଥାତ୍‌ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ସମ୍ପୃକ୍ତ ବ୍ୟକ୍ତି ପ୍ରିକସନ୍ ଡୋଜ୍ ନେଇପାରିବେ। କରୋନା ମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ଚାଲିଛି।

ଅନ୍ୟପକ୍ଷେ, ଗତ କିଛିଦିନ ହେଲା ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ଚିହ୍ନଟ ହେଉଛି। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୭ ହଜାର ୭୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲିଠାରୁ ୯ ହଜାର ୫୫୦ ଜଣ କମ୍ ସଂକ୍ରମିତ ଚିହ୍ନଟ  ହୋଇଥିଲେ ମଧ୍ୟ ପଜିଟିଭ୍ ସଂଖ୍ୟା ୩ ଲକ୍ଷ ଉପରେ ରହିଛି। ଦୈନିକ ପଜିଟିଭିଟି ହାର ୧୭.୨୨% ରହିଛି।

Advertisment

ସେହିପରି ଦିନକରେ ଦେଶରେ ୪୮୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୮୮୪କୁ ବୃଦ୍ଧି ପାଇଛି।  ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୦କୁ ବୃଦ୍ଧି ପାଇଛି। 

COVID19 COVID19 Vaccination COVID19 Vaccination Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ