Advertisment

ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ୍‌, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ...

କେତେକ ଦେଶରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଦ୍ୟତନ ହୋଇଛି
undefined

coronavirus

Advertisment

ନୂଆଦିଲ୍ଲୀ: କେତେକ ଦେଶରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହୋଇଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ B.1.1529 ବିଦେଶରେ ଚିହ୍ନଟ ହେବା ପରେ ମନ୍ତ୍ରାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। 

Advertisment

କରୋନା ଭାଇରସ୍‌ର ଏହି ନୂଆ ଭାରିଏଣ୍ଟ୍‌ Botswana, ଦକ୍ଷିଣ ଆଫ୍ରିକା ଓ ହଂକଂରୁ ଚିହ୍ନଟ ହୋଇଛି। ତେଣୁ ବିଦେଶରୁ ଫେରୁଥିବା ଲୋକଙ୍କ କରୋନା ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଯଦି ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ମଧ୍ୟରୁ କେହି ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତା’ହେଲେ ସେମାନଙ୍କର ସାମ୍ପଲକୁ INSACOG genome sequencing ଲାବୋରେଟୋରୀକୁ ପଠାଯିବା ଲାଗି କୁହାଯାଇଛି।

ଦକ୍ଷିଣ ଆଫ୍ରିକାରେ ବୈଜ୍ଞାନିକମାନେ କରୋନା ଭାଇରସ୍‌ର ଏହି ନୂଆ ଭାରିଏଣ୍ଟ୍‌ ଠାବ କରିଛନ୍ତି। ଏହି ଭାରିଏଣ୍ଟ୍‌ ଅଧିକ ଚିନ୍ତାର କାରଣ ବୋଲି କୁହାଯାଉଛି। ତେଣୁ ବିଦେଶରୁ ଆସୁଥିବା ଲୋକଙ୍କୁ ଭଲ ଭାବରେ ମନିଟରିଂ କରାଯିବାର ଆବଶ୍ୟକତା ରହିଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିଦେଶରୁ ଫେରୁଥିବା ଯାତ୍ରୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସ୍କ୍ରିନିଂ ଓ ପରୀକ୍ଷଣକୁ କଡ଼ାକଡ଼ି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ RTPCR ରିପୋର୍ଟ ନିୟମିତ ଭାବେ INSACOG genome sequencing ଲାବ୍ରୋଟୋରୀକୁ ପଠାଯିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି। 

Advertisment

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି, କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌  B.1.1529ର ୩ଟି ମାମଲା Botswanaରୁ ଚିହ୍ନଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାରୁ ୬ ଓ ହଂକଂରୁ ଗୋଟିଏ ମାମଲା ଚିହ୍ନଟ ହୋଇଛି। ଏହି ନୂଆ ଭାରିଏଣ୍ଟ୍‌ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ ବୋଲି ଜଣାପଡ଼ିଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। 

COVID19 New Covid Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ