Advertisment

ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ୪ ଓଡିଆ ଗୋଟିଏ ପରିବାରର

ନେପାଳ ବିମାନ ଦୁର୍ଘଟଣା। ନିଖୋଜ ୪ ଭାରତୀୟ ହେଲେ ଓଡ଼ିଶାର। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ।

ଅଦ୍ୟତନ ହୋଇଛି
undefined

Nepal plane crash, 4 missing are Odia

Advertisment

ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ହୋଇଥିବା ୪ ଭାରତୀୟ ହେଉଛନ୍ତି ଓଡ଼ିଶାର । ସେମାନେ ହେଲେ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଓ ଝିଅ ରିତିକା ତ୍ରିପାଠୀ। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ଘରୋଇ ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ ବୋଲି ସୂଚନା ମିଳିଥିଲା।

Advertisment

ତେବେ ଏହି ୪ ଜଣ ଯାକ ଓଡ଼ିଶାର ବୋଲି ଜଣାପଡ଼ିଛି। ସୋନପୁରର ମୂଳ ବାସିନ୍ଦା ଅଶୋକ ତ୍ରିପାଠୀ ଭୁବନେଶ୍ୱର ଜୟଦେବବିହାର ଗଙ୍ଗାଧରନଗରରେ ରହୁଥିବା ବେଳେ ତାଙ୍କ ପତ୍ନୀ ଓ ପିଲାମାନେ ମୁମ୍ବାଇରେ ରହୁଥିଲେ। ସେମାନେ ସମସ୍ତେ ମିଶି ଦିଲ୍ଲୀ ଦେଇ ନେପାଳ ବୁଲି ଯାଇଥିଲେ ବୋଲି ସୂଚନା ମିଳିଛି।

ଆଜି ଦିନ ୯ଟା ୧୫ରେ ସ୍ଥାନୀୟ ଏୟାର୍‌ଲାଇନ୍ସ ତାରା ଏୟାରର ଏକ ଛୋଟ ବିମାନ ପୋଖାରାରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଏହାର ମାତ୍ର ୧୫ ମିନିଟ୍ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ତାରା ଏୟାର୍ ପକ୍ଷରୁ କୁହାଯାଇଛି।

Advertisment

ସେଥିରେ ଅଶୋକ ତ୍ରିପାଠୀଙ୍କ ପରିବାର, ୨ ଜର୍ମାନ୍ ଓ ୧୩ ନେପାଳୀ ଯାତ୍ରୀ ଏବଂ ୩ ଜଣ ନେପାଳୀ କ୍ରୁ ମେମ୍ବର ଥିଲେ। ତେବେ ପାଇଲଟ୍‌ଙ୍କ ମୋବାଇଲ୍ ଫୋନ୍ ଜିପିଏସସ୍‌କୁ ଟ୍ରାକ୍ କରି, ବିମାନର ସମ୍ଭାବ୍ୟ ଦୁର୍ଘଟଣାସ୍ଥଳ ଠାବ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏହା କୋଓ୍ୱାଙ୍ଗ୍ ଗାଁର ଲାମେଚ୍ ନଦୀ ମୁହାଣରେ ପଡ଼ିଥିବା ଟ୍ରାକ୍ ହୋଇଛି। ସେଠାକୁ ଉଦ୍ଧାରକାରୀ ଦଳ ଯାଇଥିବା ବେଳେ, ଏଯାଏଁ ଯାତ୍ରୀଙ୍କ ସ୍ଥିତି ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Advertisment
Nepal Plane Crash National News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ