NEET-PG ପରୀକ୍ଷା ବାତିଲ ପରେ ବଢୁଛି ଅସନ୍ତୋଷ, ବୌଦ୍ଧିକ ସହ ମାନସିକ କ୍ଷତି ସହୁଛନ୍ତି ଛାତ୍ରଛାତ୍ରୀ

ବର୍ଷ ବର୍ଷ ଧିର ପରିଶ୍ରମ କରିଥିବା ପିଜି ଛାତ୍ର ଛାତ୍ରୀ ଏହି ସ୍ଥଗିତାଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ଯେ ବୌଦ୍ଧିକ ବିକାଶରେ ବାଧା ନୁହେଁ, ଏହା ଦ୍ବାରା ଛାତ୍ରଛାତ୍ରୀ ମାନସିକ ଭାବେ କ୍ଷତି ସହିଥିବା କହିଛନ୍ତି ଅଭିଭାବକ ।

NEET Exam

ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତକୁ ନେଇ ସାରା ଦେଶରେ ବଢୁଛି ଅସନ୍ତୋଷ । ବର୍ଷ ବର୍ଷ ଧିର ପରିଶ୍ରମ କରିଥିବା ପିଜି ଛାତ୍ର ଛାତ୍ରୀ ଏହି ସ୍ଥଗିତାଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ଯେ ବୌଦ୍ଧିକ ବିକାଶରେ ବାଧା ନୁହେଁ, ଏହା ଦ୍ବାରା ଛାତ୍ରଛାତ୍ରୀ ମାନସିକ ଭାବେ କ୍ଷତି ସହିଥିବା କହିଛନ୍ତି ଅଭିଭାବକ । କୌଣସି ପୂର୍ବ ସୂଚନା ନ ଦେଇ ପରୀକ୍ଷା ଆରମ୍ଭର ୧୨ ପୂର୍ବରୁ ସୂଚନା ନ ଦେଇ ନିଟ୍ ପିଜି ପରୀକ୍ଷା ବାତିଲକୁ ଅନେକ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ଏହାର ପ୍ରତିବାଦ ସୂରୁପ ଦିଲ୍ଲୀ, ହରିଆଣାରେ ଓ ରାଜସ୍ଥାନରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜସ୍ଥାନର ରାଜକୋଟରେ NO RE-NEET ପ୍ଲା-କାର୍ଡ ଧରି ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଛନ୍ତି।

ଅନ୍ୟପଟେ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଦ୍ବାରା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିବା ନିଟ୍ ପିଜି ପରୀକ୍ଷା ପ୍ରକ୍ରିୟା କେତେ ମଜବୁତ ତାହାର ଅନୁଧ୍ୟାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଶୀଘ୍ର ନିଟ୍-ପିଜି ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

ସେପଟେ ଦେଶର ୭ଟି ସେଣ୍ଟରେ ନିଟ୍ ଅଣ୍ଡର ଗ୍ରାଜୁଏଟ ଲାଗି ୧ ହଜାର ୫୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପୂର୍ବରୁ ଗ୍ରେସ ମାର୍କ ଲାଗି ଆବେଦନ କରିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ଅନ୍ୟପଟେ କିଛି ଛାତ୍ରଛାତ୍ରୀ ଏହି ପୁନଃ ପରୀକ୍ଷାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବରୁ ଯେଉଁ ଛାତ୍ରଛାତ୍ରୀ ଭଲ ମାର୍କ ରଖିଥିଲେ, ସେମାନେ ଦ୍ବିତୀୟ ଥର ଲାଗି ପରୀକ୍ଷା ଦେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭଲ ସ୍କୋର କରିଥିବା ଛାତ୍ରଛାତ୍ରୀ ଏହାଦ୍ବାରା ମାନସିକ ଭାବେ କ୍ଷତି ସହିଥିବା ଅଭିଭାବକ କହିଛନ୍ତି ।

ଅନ୍ୟପଟେ ଗ୍ରେସ୍‌ ମାର୍କ ଲାଗି ୧ ହଜାର ୫୬୩ ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଯଦି ନିଟ୍‌ ୟୁଜି ପରୀକ୍ଷାକୁ ପୁନର୍ବାର କରଗଲା ତେବେ ଦେଶର ୨୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା କାହିଁକି ଦେଲେନି ବୋଲି ପ୍ରଶ୍ନ ଉଠିଛି ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ପରୀକ୍ଷା ପରିଚାଳନାକୁ ସ୍ବଚ୍ଛ, ସୂଚାରୁ ଓ ନିରପେକ୍ଷ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଏଥିଲାଗି ନିଟ୍ ପିଜି ପରୀକ୍ଷା ବାତିଲ କରିଛି । ଖୁବଶୀଘ୍ର ନିଟ୍ ପିଜ୍ ପରାକ୍ଷା ଲାଗି ତାରଖ ଘୋଷଣ ହେବ। ଏବେ ଦେଖିବାକୁ ବାକି ରହିଲା ନିଟ୍ ପିଜି ପରୀକ୍ଷାକୁ କେତେ ସ୍ବଚ୍ଛ ଓ ନୀରପେକ୍ଷ ଭାବେ ପରିଚାଳନା କରିବ ଶିକ୍ଷା ମନ୍ତ୍ରାଳୟ ।