Advertisment

ହଷ୍ଟେଲ୍‌ ରୁମ୍‌ରେ ଆତ୍ମହତ୍ୟା କଲେ NEET ଆଶାୟୀ, ମିଳିଲା ହାତଲେଖା ନୋଟ୍‌

ଜଣେ ୨୨ ବର୍ଷୀୟ ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହଷ୍ଟେଲ୍‌ ରୁମ୍‌ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
NEET Aspirant Dies By Suicide

NEET Aspirant Dies By Suicide

Advertisment

ଜୀବନ ହାରିଲେ NEET ଆଶାୟୀ। ଜଣେ ୨୨ ବର୍ଷୀୟ ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହଷ୍ଟେଲ୍‌ ରୁମ୍‌ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ ରଞ୍ଜିତ ସିଂ(୨୨)। କୁନହାରି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରଙ୍କ ଘର ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲ୍ଲାର ରାଜରୁପ୍ପୁର ଗାଁରେ। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଗତବର୍ଷ ଅଗଷ୍ଟରେ ରଞ୍ଜିତ କୋଟା ଆସି ଏକ କୋଚିଂ ସେଣ୍ଟରରେ ଆଡମିଶନ କରାଇଥିଲେ। ରଞ୍ଜିତଙ୍କ ହଷ୍ଟେଲ୍‌ ରୁମ୍‌ରୁ ୪-୫ ପେଜ୍‌ର ହାତଲେଖା ନୋଟ୍‌ ମିଳିଛି। ଏଥିରେ ସେ ଡିଷ୍ଟର୍ବ ଥିଲେ ବୋଲି ଜଣାପଡ଼ିଛି। ଏନେଇ ସର୍କଲ ଅଫିସର ଡିଏସ୍‌ପି ଶଙ୍କର ଲାଲ୍‌ ସୂଚନା ଦେଇଛନ୍ତି। ଏହି ନୋଟ୍‌ରେ ସେ ଆଧ୍ୟାତ୍ମିକତା, ଡିପ୍ରେସନ୍‌ ଓ ଦେବାଦେବୀଙ୍କ ସମ୍ପର୍କରେ ଲେଖିଥିଲେ।

ମିଳିଥିବା ସୂଚନା ଅନୁସାରେ, ପରିବାର ଲୋକ ରଞ୍ଜିତଙ୍କ ସହ ରବିବାର ଫୋନ୍‌ରେ କଥା ହୋଇଥିଲେ। ଏହି ସମୟରେ ପରିବାର ଲୋକଙ୍କୁ ଲାଗିଥିଲା ତାଙ୍କ ପୁଅଙ୍କ ଅବସ୍ଥା ଠିକ୍‌ ନାହିଁ। ଏପରିକି ପରିବାର ଲୋକ ରଞ୍ଜିତଙ୍କୁ ଭେଟିବା ପାଇଁ କୋଟା ମଧ୍ୟ ବାହାରିଥିଲେ। ହେଲେ ହଷ୍ଟେଲ୍‌ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ତାଙ୍କ ପୁଅ ଆଉ ଏ ଦୁନିଆରେ ନାହିଁ। ସେ ଆତ୍ମହତ୍ୟା କରିଛନ୍ତି।

Advertisment

ମୃତଦେହ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। ସୂଚନାଥାଉ କି, ଗତବର୍ଷ ଡିସେମ୍ବର ଅଧାରୁ ରଞ୍ଜିତ କୋଚିଂ କ୍ଲାସ୍‌ ଯାଉନଥିଲେ।

NEET Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ