Advertisment

କେବିସି ହଟସିଟରେ ଅମିତାଭ ବଚ୍ଚନଙ୍କ ସହ ବସିବେ ନୀରଜ ଚୋପ୍ରା

ବଢୁଛି ନୀରଜଙ୍କ କ୍ରେଜ। ସୋସିଆଲ ମିଡିଆ ଖୋଲିଲେ ତାଙ୍କରି ଫଟୋ। ଆଉ ଟିଭି ଖୋଲିଲେ ତାଙ୍କରି ଭିଡିଓ। ଟୋକିଓ ଅଲମ୍ପିକ ପରେ ସାରା ଭାରତରେ ନୀରଜଙ୍କ ଜୟ ଜୟକାର। ଏବେ ଟେଲିଭିଜିନ ଦୁନିଆର ଲୋକପ୍ରିୟ ଗେମ ଶୋ କୌନ୍‌ ବନେଗା କରୋଡପତିରେ ନୀରଜଙ୍କୁ ଦେଖିବାକୁ ମିଳିବ।

undefined

Neeraj Chopra

Advertisment

ନୂଆଦିଲ୍ଲୀ: ବଢୁଛି ନୀରଜଙ୍କ କ୍ରେଜ। ସୋସିଆଲ ମିଡିଆ ଖୋଲିଲେ ତାଙ୍କରି ଫଟୋ। ଆଉ ଟିଭି ଖୋଲିଲେ ତାଙ୍କରି ଭିଡିଓ। ଟୋକିଓ ଅଲମ୍ପିକ ପରେ ସାରା ଭାରତରେ ନୀରଜଙ୍କ ଜୟ ଜୟକାର। ଏବେ ଟେଲିଭିଜିନ ଦୁନିଆର ଲୋକପ୍ରିୟ ଗେମ ଶୋ କୌନ୍‌ ବନେଗା କରୋଡପତିରେ ନୀରଜଙ୍କୁ ଦେଖିବାକୁ ମିଳିବ। କେବିସି ସିଜିନ-୧୩ ଶୋର ଶାନଦାର ଶୁକ୍ରବାର ଏପିସୋଡରେ ଭାରତର ସୁନା ପୁଅ ନୀରଜ ଚୋପ୍ରା ଏବଂ ପି.ଆର ଶ୍ରୀଜେଶ ନଜର ଆସିବେ।

Advertisment

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ନେକ ରଖିଥିବା ନୀରଜ କେବିସିର ହଟ୍‌ ସିଟରେ ବସିବେ। ତାଙ୍କ ସହ ନଜର ଆସିବେ ଗୋଲ କିପର ପି.ଆର ଶ୍ରୀଜେଶ। ସୋସିଆଲ ମିଡିଆରେ ଏବେ ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅମିତାଭ ବଚ୍ଚନଙ୍କ ସହ ଉଭୟ ଖେଳାଳି ନଜର ଆସିଛନ୍ତି। ସୋନି ଟିଭି ଅଫିସିଆଲ୍ ଆକାଉଣ୍ଟରୁ ଏହାର ଏକ ପ୍ରୋମୋ ସେୟାର କରାଯାଇଛି। ଯେଉଁ ଭିଡ଼ିଓରେ ଅଲମ୍ପିକ ବିଜେତା ନୀରଜ ଏବଂ ହକି ଖେଳାଳି ଶ୍ରୀଜେଶ ନଜର ଆସୁଛନ୍ତି।

Advertisment

ଭିଡିଓରେ ବିଗ ବି ଅମିତାଭ ବଚ୍ଚନ ନୀରଜ ଓ ଶ୍ରୀଜେଶଙ୍କୁ ସ୍ୱାଗତ କରୁଛନ୍ତି। ଆଉ ପ୍ରୋମୋ ସହ ଥିବା କ୍ୟାପସନରେ ଲେଖାଯାଇଛି– ‘ଆମ ଦେଶର ନାଁ ରଖିଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଏବଂ ଶ୍ରୀଜେଶଙ୍କୁ “କେବିସି ୧୩” ମଞ୍ଚକୁ ଆଣିବା। ଏହି ଏପିସୋଡରେ ଉଭୟ ନିଜର ଜୀବନ ସହ ଜଡ଼ିତ କିଛି ଗୁରୁତ୍ୱ ପୂର୍ଣ୍ଣ କଥା ଓ ସଂଘର୍ଷ ଏବଂ ଅଭିଜ୍ଞତା ସେୟାର କରୁଥିବା ଦେଖିବାକୁ ମିଳିଛି। ଏମିତିକି ସେୟାର ହୋଇଥିବା ପ୍ରୋମୋ ଭିଡିଓରେ ନୀରଜଙ୍କ ଆଗମନକୁ ନେଇ ଅମିତାଭ ବଚ୍ଚନ ବହୁତ ଖୁସିଥିବା ଦେଖିବାକୁ ମିଳୁଛି। ହିନ୍ଦୁସ୍ତାନ ଜିନ୍ଦବାଦର ସ୍ଲୋଗାନ ମଧ୍ୟ ଉଠାଉଛନ୍ତି। ନୀରଜ ଚୋପ୍ରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

ସୋନି ଟିଭି ଦ୍ୱାରା ପ୍ରସାରିତ ହେଉଥିବା କୌନ୍‌ ବନେଗା କରୋଡପତି ଦର୍ଶକଙ୍କଠାରୁ ବହୁତ ଭଲ ରେସପନ୍ସ ପାଇଛି। କେବିସି ସିଜିନ-୧୩ ‘ଶୋ’ ଆରମ୍ଭ ହେବା ଆଗରୁ ହିଁ ଲାଇମଲାଇଟ୍‌ରେ ରହି ଆସିଛି। ସବୁ ସପ୍ତାହରେ ‘ଶୋ’ରେ ପପୁଲାର କ୍ୟାରେକ୍ଟର ଆସୁଥିବା ଦେଖିବାକୁ ମିଳିଛି।

Advertisment
India Neeraj Chopra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ