Advertisment

ଶ୍ରୀରାମଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ, ଏବେ କ୍ଷମା ମାଗିଲେ

ଶ୍ରୀରାମଙ୍କୁ ନେଇ ସେ ଅନେକ କିଛି ଖରାପ ମନ୍ତବ୍ୟ ଦେଇଥିଲେ । ଯାହାଫଳରେ ବିବାଦ ଆରମ୍ଭ ହୋଇଥିଲା ।

ଅଦ୍ୟତନ ହୋଇଛି
NCP Leader Jitendra Ahwad

NCP Leader Jitendra Ahwad

Advertisment

ପ୍ରଭୁ ରାମଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଏନସିପି ନେତା ଜିତେନ୍ଦ୍ର ଆହାଦ କ୍ଷମା ମାଗିଛନ୍ତି। ମୁମ୍ବାଇରେ ଏଫ୍ଆଇଆର୍ ପଞ୍ଜିକୃତ ହେବା ପରେ ଜିତେନ୍ଦ୍ର ଆହାଦ୍ ନିଜ ବୟାନ ବଦଳାଇ ଦେଇଛନ୍ତି । ଜିତେନ୍ଦ୍ର ଆଦ୍ୱାଦ ନିଜ ବୟାନ ପାଇଁ କ୍ଷମା ମାଗିବା ସହ କହିଛନ୍ତି, ମୁଁ ଦୁଃଖ ପ୍ରକାଶ କରୁଛି, ଆମେ ମଧ୍ୟ ଅଯୋଧ୍ୟା ଯାଉଛୁ ।

Advertisment

ଶ୍ରୀରାମଙ୍କୁ ନେଇ ଜିତେନ୍ଦ୍ରଙ୍କ ବିବାଦୀୟ ବୟାନ ପରେ, VHP ଓ ବିଜେପି କର୍ମୀମାନେ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଜିତେନ୍ଦ୍ରଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ସେ କ୍ଷମା ମାଗନ୍ତୁ ବୋଲି ଦାବି କରିବା ସହ ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ ।

ତେବେ ଜିତେନ୍ଦ୍ର ନିଜ ବୟାନରେ କହିଥିଲେ ଯେ, ଶ୍ରୀରାମ ଆମର । ଶ୍ରୀରାମ ସମସ୍ତଙ୍କର । କିନ୍ତୁ ସେ ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ, ୧୪ ବର୍ଷ ଜଙ୍ଗଲରେ ରହିବା ବେଳେ ସେ କ’ଣ ଖାଉଥିଲେ ? କିପରି ବଞ୍ଚିଥିଲେ ? ଜଙ୍ଗଲରେ ସବୁବେଳେ ଶାକାହାରୀ ଖାଦ୍ୟ ସେ କେଉଁଠୁ ପାଉଥିଲେ ? ଏହାସହ ଶ୍ରୀରାମଙ୍କୁ ନେଇ ସେ ଅନେକ କିଛି ଖରାପ ମନ୍ତବ୍ୟ ଦେଇଥିଲେ । ଯାହାଫଳରେ ବିବାଦ ଆରମ୍ଭ ହୋଇଥିଲା ।

Advertisment

ଜିତେନ୍ଦ୍ର ଆହାଦ୍ କହିଛନ୍ତି, “ମୁଁ ପ୍ରାୟତଃ ମହାରାଷ୍ଟ୍ରକୁ ସମ୍ବୋଧିତ କରେ । ମୁଁ ଇତିହାସକୁ ବିକୃତ କରୁନାହିଁ, ଏହା ମୋର କାମ ନୁହେଁ । ମୁଁ ଯାହା କହିଥିଲି ସେସବୁ କେବଳ ଫ୍ଲୋ ଫ୍ଲୋ’ରେ କହିଥିଲି । ରାମ, ଭଗବାନ ଶ୍ରୀରାମ ଏବଂ ବିଠଲ ସମସ୍ତେ ସମାନ । ମୁଁ ଶ୍ରୀରାମଙ୍କ ବିଷୟରେ ଯାହା ବି କହିଥିଲି, ତାହା ବାଲ୍ମିକି ରାମାୟଣର ଅଯୋଧ୍ୟା କାଣ୍ଡ ଭାଗରେ ଶ୍ଲୋକ ମାଧ୍ୟମରେ ଲେଖାଯାଇଛି । କିନ୍ତୁ ତାକୁ ମୁଁ ଏଠାରେ ଆଉ ପଢ଼ିବାକୁ ଚାହୁଁନି । କାରଣ ମୋତେ ଆଉ ଅଧିକ ବିବାଦ ବଢ଼ାଇବାର ଆଗ୍ରହ ନାହିଁ । ଯଦି ଆପଣମାନେ ଏହା ଜାଣିବାକୁ ଚାହୁଁଛନ୍ତି ତେବେ ତାହା ପଢ଼ିପାରନ୍ତି ।

ଜିତେନ୍ଦ୍ର ଆହାଦ୍ ଆହୁରି କହିଛନ୍ତି, “ଆଜିକାଲି ଅଧ୍ୟୟନ ନୁହେଁ ବରଂ ଭାବନା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି ମୋର ବିବୃତ୍ତି କାହାର ଭାବନାକୁ ଆଘାତ ଦେଇଛି, ମୁଁ ଦୁଃଖିତ । ମାମଲା ଦାୟର କରିବାରେ କୌଣସି ଅସୁବିଧା ନାହିଁ, ମୁଁ ସେମାନଙ୍କୁ ଭୟ କରେ ନାହିଁ ।”

Advertisment
Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ