Advertisment

ଆର୍ୟନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲା NCB

NCB ହେପାଜତରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଆଜି ଏନସିବି ଟିମ୍ ଆର୍ୟନ ଖାନ୍ ଏବଂ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି

undefined

Aryan Khan case

Advertisment

ମୁମ୍ବାଇ: NCB ହେପାଜତରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଆଜି ଏନସିବି ଟିମ୍ ଆର୍ୟନ ଖାନ୍ ଏବଂ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି । ଦୁଇ ଥର ରିମାଣ୍ଡରେ ନେଇ ଆର୍ୟନଙ୍କଠାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବହୁ ତଥ୍ୟ ଉଗାଳିଥିବା ସୂଚନା ମିଳିଛି। ଏପରିକି ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ ନେଇ NCB ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି।

Advertisment

ଆର୍ୟନ କ୍ରୁଜ୍ ପାର୍ଟିରେ କଣ କରୁଥିଲେ? ଆଗରୁ କେତେ ଥର ଯାଇଥିଲେ? ଡ୍ରଗ୍ସ କେବେ ନେଇଥିଲେ କି? ଏନେଇ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା। ସେପଟେ ମାମଲାରେ ଗତକାଲି ଗିରଫ ହୋଇଥିବା ଇଭେଣ୍ଟ କମ୍ପାନୀର ଗୋପାଲ ଜି ଆନନ୍ଦ, ସମୀର ସେହଗଲ, ମାନଭ ସିଙ୍ଗଲ ଏବଂ ଭାସ୍କର ଆରୋରାଙ୍କୁ ଅକ୍ଟୋବର ୧୪ ଯାଏଁ ଏନସିବିକୁ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ମୁମ୍ବାଇ କୋର୍ଟ । ଅନ୍ୟପଟେ ଡ୍ରଗ୍ସ ପାର୍ଟି ପାଇଁ ସମୁଦ୍ର ମଝିକୁ ଯାଇଥିବା କ୍ରୁଜ। କୌଣସି ନିୟମ ଭଙ୍ଗ କରିଛି କି ନାହଁ ତାହାର ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ । ଏନେଇ ସିପିଂ କର୍ପୋରେସନ ଡିଜିଙ୍କୁ ପୋଲିସ ଚିଠି ଲେଖିଥିବା ମୁମ୍ବାଇ ପୋଲିସ କମିଶନର କହିଛନ୍ତି ।

Advertisment
India Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ