Mumbai Cruise Rave Party
ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି) ତାଙ୍କୁ ଗିରଫ କରିଛି। NCB ତାଙ୍କ ନିକଟରୁ ବହୁ ପରିମାଣର ମେଫେଡ୍ରୋନ୍ ଡ୍ରଗ୍ସ ଜବତ କରାଯାଇଛି। ଯାହାକି ସେ ବ୍ୟବସାୟିକ ଉଦ୍ଦେଶ୍ୟରେ ରଖିଥିଲେ ବୋଲି ଜଣାପଡ଼ିଛି।
NCB ହେପାଜତରେ ଥିବା କିଙ୍ଗଖାନ୍ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କ ଆଜି ରିମାଣ୍ଡ ଅବଧି ସରୁଛି। ଆଜି ଆର୍ୟନଙ୍କୁ କୋର୍ଟରେ ହାଜର କରିବ ଏନ୍ସିବି। ଅଧିକ ପଚରାଉଚରା ପାଇଁ ପୁଣି ରିମାଣ୍ଡ ପାଇଁ ଆବେଦନ କରିପାରେ ଏନ୍ସିବି` ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବିଟ୍ କଏନ୍ ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏନେଇ ତଦନ୍ତକାରୀ ଅଧିକାରୀ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।
Also Read
ଗତକାଲି ଆର୍ୟନ ଖାନ୍ ଏବଂ ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆର୍ୟନଙ୍କଠାରୁ ଏନ୍ସିବି ବହୁ ତଥ୍ୟ ଉଗାଳିଥିବା ସୂଚନା ମିଳିଛି। ଏପରିକି ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ ନେଇ NCB ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି। ଆର୍ୟନ କ୍ରୁଜ୍ ପାର୍ଟିରେ କଣ କରୁଥିଲେ ? ଆଗରୁ କେତେ ଥର ଯାଇଥିଲେ ? ଡ୍ରଗ୍ସ କେବେ ନେଇଥିଲେ କି ? ଏନେଇ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
