ବିସ୍ଫୋରଣ କରି ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ଝାଡ଼ଖଣ୍ଡ ଗିରଡିହରେ ମାଓ ବର୍ବରତା । ମାଓବାଦୀମାନେ ବିସ୍ଫୋରଣ କରି ହାଓ୍ୱଡ଼ା-ନୂଆଦିଲ୍ଲୀ ରେଳ ଧାରଣା ଉଡ଼ାଇ ଦେଇଛନ୍ତି । ଘଟଣାସ୍ଥଳରେ ଆର୍ପିଏଫ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

ବିସ୍ଫୋରଣ କରି ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ଝାଡ଼ଖଣ୍ଡ ଗିରଡିହରେ ମାଓ ବର୍ବରତା । ମାଓବାଦୀମାନେ ବିସ୍ଫୋରଣ କରି ହାଓ୍ୱଡ଼ା-ନୂଆଦିଲ୍ଲୀ ରେଳ ଧାରଣା ଉଡ଼ାଇ ଦେଇଛନ୍ତି । ଘଟଣାସ୍ଥଳରେ ଆର୍ପିଏଫ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି । ବିସ୍ଫୋରଣ ପରେ ସେହି ରୁଟରେ ଚଳାଚଳ କରୁଥିବା ଅନେକ ଟ୍ରେନ୍‌ର ରୁଟ୍‌ରେ ପରିବର୍ତ୍ତନ କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଝାଡଖଣ୍ଡର ଗିରିଡିହ ଜିଲ୍ଲାରେ ନକ୍ସଲମାନେ ଏକ ରେଳ ଟ୍ରାକ୍ ବିସ୍ଫୋରଣ କରିଥିଲେ । ଫଳରେ ଧାନବାଡ ରେଳ ବିଭାଗ ନିକଟରେ ଚିଚାକି ଏବଂ କରିମାବାଦ ରେଳ ଷ୍ଟେସନରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ହେତୁ ହାଓ୍ୱଡ଼ା-ନୂଆଦିଲ୍ଲୀ ରେଳ ମାର୍ଗରେ ଟ୍ରେନ୍ ଚଳାଚଳକୁ ସ୍ଥଗିତ କରାଯାଇଛି ।

ବିସ୍ଫୋରଣ ପରେ ରେଳବାଇ ଦ୍ୱାରା ସତର୍କତାମୂଳକ ପଦକ୍ଷେପ ଭାବରେ ଏହି ମାର୍ଗ ଦେଇ ଯାଉଥିବା ଅନେକ ଟ୍ରେନର ରୁଟ୍‌ରେ ପରିବର୍ତ୍ତନ କରାଯାଇଛି । ଏହାସହ ଅନେକ ଟ୍ରେନର ଗତିକୁ ନିୟନ୍ତ୍ରଣ କରାଯାଇଛି ।

ଦୁର୍ଘଟଣାରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବାର ଜଣାପଡିଛି । ହେଲେ ସୁରକ୍ଷା ଦୃଷ୍ଟିରୁ ଅନେକ ଟ୍ରେନ୍ ଏହି ରୁଟରୁ ଅଟକି ରହିଛି। ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।