Advertisment

ନୱାବଙ୍କ ସାଂଘାତିକ ଅଭିଯୋଗ- ଆର୍ୟନ ଖାନ ମାମଲା ହେଉଛି ‘ଅପହରଣ’ ଓ ‘ବଟି ଆଦାୟ’

ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମାମଲା ହେଉଛି ଅପହରଣ ଓ ବଟି ଆଦାୟ। ଆର୍ୟନଙ୍କୁ ଅପହରଣ ଷଡଯନ୍ତ୍ରରେ ସମୀର ୱାଙ୍ଖଡେ ସାମିଲ ଥିଲେ ଓ ବିଜେପି ନେତା ମୋହିତ ଭରତିଆ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ୍‌ ଥିଲେ ବୋଲି ଏନ୍‌ସିପି ନେତା ନଓ୍ୱାବ ମଲ୍ଲିକ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Nawab Malik

Nawab Malik

Advertisment

ମୁମ୍ବାଇ: ଆର୍ୟନ ଖାନ ମାମଲାରେ ପୁଣି ବିସ୍ଫୋରକ ତଥ୍ୟ ଦେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ। ଏନ୍‌ସିବିର ମୁମ୍ବାଇ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ଓ ବିଜେପି ନେତା ମୋହିତ ଭରତିୟାଙ୍କ ବିରୋଧରେ ନଓ୍ୱାବ ଏହି ଅଭିଯୋଗ ଆଣିଛନ୍ତି। 

Advertisment

ଏନ୍‌ସିପି ନେତା ନଓ୍ୱାବ ମଲ୍ଲିକ କହିଛନ୍ତି, ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମାମଲା ହେଉଛି ଅପହରଣ ଓ ବଟି ଆଦାୟ। ଆର୍ୟନଙ୍କୁ ଅପହରଣ ଷଡଯନ୍ତ୍ରରେ ସମୀର ୱାଙ୍ଖଡେ ସାମିଲ ଥିଲେ ଓ ବିଜେପି ନେତା ମୋହିତ ଭରତିୟା ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ୍‌ ଥିଲେ ବୋଲି ନଓ୍ୱାବ ଦାବି କରିଛନ୍ତି। 

ନୱାବ ଅଭିଯୋଗ ଆଣି କହିଛନ୍ତି , ଅକ୍ଟୋବର ୭ରେ ଓଶିୱାରାର ଏକ ଶ୍ମଶାନରେ ମୋହିତଙ୍କୁ ସମୀର ଓ୍ୱାଙ୍ଖଡ଼େ ଭେଟିଥିଲେ। ଏହା ଜଣାପଡ଼ିବା ପରେ ସମୀର ଓ୍ୱାଙ୍ଖଡ଼େ ଛାନିଆ ହୋଇଯାଇଥିଲେ ଏବଂ ତାଙ୍କୁ ପିଛା କରାଯାଉଛି ବୋଲି ପୋଲିସ୍‌ରେ ଅଭିଯୋଗ କରିଥିଲେ। ତେବେ ସେମାନଙ୍କ ଭାଗ୍ୟ ଭଲ, ଆଖପାଖର ସିସିଟିଭି କାମ କରୁନଥିଲା।

Advertisment

ଏଥିସହ ନୱାବ କହିଛନ୍ତି, ‘କ୍ରୁଜ୍‌ ପାର୍ଟିକୁ ଯିବା ପାଇଁ ଆର୍ୟନ ଟିକେଟ୍‌ କିଣି ନଥିଲେ। ପ୍ରତୀକ ଗାବା ଓ ଅମିର ଫର୍ନିଚରଓ୍ୱାଲା ତାଙ୍କୁ ସେଠାକୁ ନେଇଥିଲେ। ଏହି ମାମଲା ହେଉଛି ଅପହରଣ ଓ ବଟି ଆଦାୟ। ଏହି ମାମଲାର ମାଷ୍ଟରମାଇଣ୍ଡ୍‌ ଓ ସମୀର ୱାଙ୍ଖଡେଙ୍କ ପାର୍ଟନର ମୋହିତ ଭରତିୟା, ଯିଏକି ବଟି ଆଦାୟ ପାଇଁ ଦାବି କରିଥିଲେ। 

Advertisment

ଏହାପୂର୍ବରୁ ଏନ୍‌ସିପି ନେତା ନୱାବ ମଲ୍ଲିକ କନଫରେନ୍ସ କରି ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ୍‌ କରିବା ସହ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସମୀର ୱାଙ୍ଖଡେ ପିନ୍ଧୁଥିବା ଜୋତାର ଦାମ୍‌ ୨ ଲକ୍ଷ ଓ ସାର୍ଟର ଦାମ୍‌ ୫୦ ହଜାର ଟଙ୍କା ବୋଲି ନୱାବ ଅଭିଯୋଗ କରିଥିଲେ।

Nawab Malik Sameer Wankhede Aryan Khan Case Nawab Malik Vs Sameer Wankhede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ