Advertisment

ୱାଙ୍ଖଡେକୁ ଟାର୍ଗେଟ କରୁଥିଲେ, ଏବେ ନିଜେ ଫସିଲେ

ଅଣ୍ଡରୱାଲ୍ଡଙ୍କ ସହ ବେଆଇନ୍‌ ଜମି କିଣାବିକା ମାମଲାରେ ନୱାବଙ୍କ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ଇଡି ଆଜି ତାଙ୍କୁ ଆଜି ଗିରଫ କରିଛି।

ଅଦ୍ୟତନ ହୋଇଛି
Nawab Malik Arrest

Nawab Malik Arrest

Advertisment

ମହାରାଷ୍ଟ୍ର ମନ୍ତ୍ରୀ ନଓ୍ୱାବ ମଲ୍ଲିକ ଗିରଫ । ମନି ଲଣ୍ଡରିଂ ମାମଲାରେ ନଓ୍ୱାବ ମଲ୍ଲିକଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଅଣ୍ଡର ୱାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ସହ ମନି ଲଣ୍ଡରିଂ ମାମଲାରେ ସଂପୃକ୍ତି ଅଭିଯୋଗରେ ଇଡି ନଓ୍ୱାବ ମଲ୍ଲିକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଦାଉଦ୍ ସହ ମନି ଲଣ୍ଡରିଂ ଓ ଜମି କାରବାର ନେଇ ନଓ୍ୱାବଙ୍କୁ ଜେରା କରିଥିଲା ଇଡି । ତେବେ ସେ ତଦନ୍ତରେ ସହଯୋଗ କରୁନଥିବା ଦର୍ଶାଇ ତାଙ୍କୁ ଗିରଫ କରାଯାଇଛି ।

Advertisment

୮ ଦିନିଆ ରିମାଣ୍ଡରେ ଗଲେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ। ମାର୍ଚ୍ଚ ୩ ତାରିଖ ଯାଏଁ ଇଡି ରିମାଣ୍ଡରେ ନୱାବ ମଲ୍ଲିକ। ଦାଉଦ ଲିଙ୍କ୍ ଓ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି ଇଡି। ଇଡି ତଦନ୍ତ ବେଳେ ଏକାଧିକ ସ୍ଥାନରେ ରେଡ୍ କରିଛି । ଏହାସହ ହାଇଦର୍‌ ଭାଇ ଇକ୍‌ବାଲ କାସ୍କରକୁ ହେପାଜତକୁ ନେଇଛି । ସୂଚନା ଅନୁଯାୟୀ ଏହି ତଦନ୍ତ ବେଳେ ନୱାବଙ୍କ ବିରୋଧରେ ଇଡି ଅନେକ ପ୍ରମାଣ ପାଇଥିଲା । ଆଜି ଇଡି କାର୍ଯ୍ୟାଳୟରେ ଜେରା ପାଇଁ ନୱାବଙ୍କୁ ଡାକିଥିଲା ତଦନ୍ତକାରୀ ସଂସ୍ଥା । ପ୍ରଥମେ ସକାଳ ୬ଟାରେ ଇଡି ଅଧିକାରୀ ନୱାବଙ୍କ ଘରକୁ ଯାଇ ଘଣ୍ଟାଏ ଧରି ଜେରା କରିଥିଲେ। ଏହାପରେ ଇଡି କାର୍ଯ୍ୟାଳୟକୁ ଆଣି ୫ ଘଣ୍ଟା ଧରି ମାରାଥନ ଜେରା କରାଯାଇଥିଲା । ତେବେ ନୱାବଙ୍କୁ ଜେରା ବେଳେ ମୁମ୍ବାଇ ଇଡି ଅଫିସ ବାହାରେ NCP କର୍ମୀ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଥିଲା ।

ଜମିକିଣା ବିକାରେ ବେଆଇନ୍‌ ଅର୍ଥ କାରବାର ହୋଇଥିବାର ମଧ୍ୟ ସୂଚନା ରହିଛି । ନିକଟରେ ଇଡି ପକ୍ଷରୁ ଦାଉଦ୍‌ ଇବ୍ରାହିମଙ୍କ ଭାଇ ଇକବାଲ କସ୍‌କରଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ରେଡ୍‌ କରିଥିଲା। ଏଥିସହ ଇକବାଲଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ତେବେ ତନାଘନା ବେଳେ ଇକବାଲଙ୍କ ଠାରୁ ନୱାବ କେତେକ ପ୍ଲଟ୍‌ କିଣିଥିବା ଜଣାପଡ଼ିଥିଲା।

Advertisment

କିଛି ଦିନ ପୂର୍ବରୁ ଇଡି ମୁମ୍ବାଇରେ ଅଣ୍ଡର ୱାର୍ଲଡ ସହ ଜଡିତ ଲୋକଙ୍କ ଠିକଣା ଉପରେ ଚଢ଼ାଉ କରିଥିଲା। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରାୟ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିବା ଇଡି ପକ୍ଷରୁ କୁହାଯାଇଛି । ଯେଉଁଥିରେ ୧୯୯୩ ବୋମା ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀର ଦାଉଦ ଇବ୍ରାହିମର ଦିବଙ୍ଗତ ଭଉଣି ହସିନା ପାର୍କର, ଭାଇ ଇକବାଲ କସକର ଏବଂ ଛୋଟା ଶକିଲଙ୍କ ସମ୍ପର୍କୀୟ ସଲିମ କୁରେଶି ଓରଫ ସଲିମ ଫ୍ରୁଟଙ୍କ ଘର ମଧ୍ୟ ସାମିଲ ରହିଥିଲା।

ନିକଟରେ ନୱାବ୍‌ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ଦିଲ୍ଲୀ SC/ST କମିଶନଙ୍କ କାର୍ଯ୍ୟାଳୟ ଯାଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଆୟୋଗଙ୍କୁ ଦେଇଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଜାତି ପ୍ରମାଣପତ୍ର, ପ୍ରଥମ ପତ୍ନୀଙ୍କ ଠାରୁ ଶିଶୁର ଜନ୍ମ ପ୍ରମାଣପତ୍ର ଏବଂ ଛାଡପତ୍ର କାଗଜପତ୍ର ଆୟୋଗରେ ଦାଖଲ କରିଥିଲେ। ଏହା ସହିତ ସେ ବିବାହ ଦଲିଲ ମଧ୍ୟ ଦେଇଥିଲେ।

Advertisment
ED Nawab Malik Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ