Advertisment

ସମୁଦ୍ର ଉପରେ ଦୁର୍ଘଟଣାଗ୍ରସ୍ତ ହେଲା ମିଗ୍ ଯୁଦ୍ଧ ବିମାନ

ଦୁର୍ଘଟଣା ପରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍‌ ଜାରି ରହିଛି। ଏହାସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ବିମାନଟି ବେସ୍‌କୁ ଫେରୁଥିବା ବେଳେ ଗୋଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଦ୍ୟତନ ହୋଇଛି
MiG-29K Crashes In Goa

Navy's MiG-29K Crashes In Goa

Advertisment

ଗୋଆରେ ନୌସେନାର ଏକ ମିଗ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ରୁଟିନ୍ ଉଡ଼ାଣ ବେଳେ ସମୁଦ୍ର ଉପରେ ନୌସେନାର MiG-29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ, ଏକ ବଡ଼ ଧରଣର ଦୁର୍ଘଟଣାରୁ ପାଇଲଟ୍‌ ବଞ୍ଚି ଯାଇଛନ୍ତି। ସେ ସୁରକ୍ଷିତ ଅଛନ୍ତି। 

Advertisment

ଦୁର୍ଘଟଣା ପରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍‌ ଜାରି ରହିଛି। ଏହାସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ବିମାନଟି ବେସ୍‌କୁ ଫେରୁଥିବା ବେଳେ ଗୋଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୦୧୯ ମସିହାରୁ ବର୍ତ୍ତମାନ ଯାଏ ମିଗ୍‌ ଯୁଦ୍ଧ ବିମାନ ଦୁର୍ଘଟଣା ହେବାର ଏହା ହେଉଛି ୪ର୍ଥ ଘଟଣା। 

ସୂଚନାଥାଉ କି, ୨୦୨୦ ମସିହା ନଭେମ୍ବରରେ MiG-29K ବିମାନ କ୍ରାଶ ହୋଇଥିଲା। ଏଥିରେ ଜଣେ ଫାଇଟର ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଅନ୍ୟ ଜଣେ ପାଇଲଟ୍‌ଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବିମାନ କ୍ରାଶ ହେବାର ୧୧ ଦିନ ପରେ କମାଣ୍ଡର ନିଶାନ୍ତ ସିଂଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। 

Advertisment

ସେହିପରି ୨୦୨୦ ମସିହା ଫେବୃଆରୀରେ MiG 29K ବିମାନ ଏକ ପକ୍ଷୀ ସହ ବାଡ଼େଇ ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ୨ଜଣ ପାଇଲଟ୍‌ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ। ୨୦୧୯ ମସିହା ନଭେମ୍ବରରେ MiG-29Kର ଏକ ଟ୍ରେନର୍‌ ବିମାନ ଗୋଆ ବାହାରେ ଥିବା ଏକ ଗାଁରେ କ୍ରାଶ୍‌ ହୋଇଥିଲା। ସୁରକ୍ଷିତ ଭାବେ ୨ଜଣ ପାଇଲଟ୍‌ ବିମାନରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। 

Aircraft Crash MiG 29k Crashed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ