Rahul
ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି। କିଏ ହେବ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା କୁହାଯାଉଛି। କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ରଙ୍କ ସହ ଯେମିତି ଘଟଣା ଘଟିଲା ଏବଂ ପରେ ସିଦ୍ଧୁଙ୍କ ବିବାଦୀୟ ବୟାନ ଦଳର ଚିତ୍ରକୁ ନଷ୍ଟ କରିଛି। ଏହାସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ପାଇଁ ପୂରା ଦେଶରେ ପଂଜାବ ସରକାରରଙ୍କୁ ଅନେକ ସମାଲୋଚନା ଶିକାର ହେବାକୁ ପଡ଼ିଛି। ତେଣୁ କିଏ କଂଗ୍ରେସର ପରିବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ତାହାକୁ ନେଇ ଭାରି ଚର୍ଚ୍ଚା। ଆଉ ଏମିତି ସ୍ଥିତିରେ ସିଦ୍ଧୁଙ୍କ ବୟାନକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ସେ କହିଛନ୍ତି ଜୀବନ ଥିବା ପର୍ଯ୍ୟନ୍ତ କଂଗ୍ରେସରେ ଥିବି ଏବଂ ଦଳର ସବୁ ନିଷ୍ପତ୍ତିକୁ ମାନିବି।
ତେବେ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ନେଇ ସନ୍ଦେହ ଘେରକୁ ଆସିଛି। ଏହି ସମୟରେ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ପ୍ରତ୍ୟେକ ନିଷ୍ପତ୍ତିକୁ ମାନିବେ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହ ଆସନ୍ତାକାଲି ରବିବାର ଦିନ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜାତୀୟ ଗଣମାଧ୍ୟମରେ ଏବେ ଚର୍ଚ୍ଚା ହେଉଛି କି ସିଦ୍ଧୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଇଚ୍ଛା କରୁଛନ୍ତି କିନ୍ତୁ ଦଳର କିଛି ନେତା ଏହାକୁ ବିରୋଧ କରୁଛନ୍ତି ଯାହାକୁ ନେଇ ଦଳର ଶୀର୍ଷ ନେତା ଚିନ୍ତାରେ। ଏଠାରେ ସ୍ପଷ୍ଟ କରୁଛୁ କି ନିର୍ବାଚନକୁ ମାତ୍ରା ଆଉ ୧୫ ଦିନ ବାକି ଥିବାରୁ କୌଣସି ରିସ୍କ ନେବା ପାଇଁ ଚାହୁଁନାହାନ୍ତି ନେତା। ଏହାସହ ବିଜେପି ଓ ଆପ୍କୁ କଡ଼ା ଟକ୍କର ଦେବା ଭଳି ପ୍ରାର୍ଥୀ ଚୟନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ହେଲେ ପୂର୍ବରୁ କଂଗ୍ରେସ ନେତା ଏମିତିକି ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରତିକ୍ରିୟା ଦେବାକୁ ମଧ୍ୟ ପଛାଇ ନଥିଲେ ସିଦ୍ଧୁ। ଆଉ ଏବେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ସିଦ୍ଧୁଙ୍କ ଉପରେ ସମସ୍ତଙ୍କ ନଜର। ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖର କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ​​ସିଏମ ଚନ୍ନିଙ୍କୁ କିଛି ସମୟ ଦିଆଯିବା ଉଚିତ। କିନ୍ତୁ ସିଦ୍ଧୁ କହିଥିଲେ ଯେ, ରାଜ୍ୟରେ ଦଳର ସିଏମ୍ ଚେହେରା କିଏ ହେବ, ତାହା ଜାଖରଙ୍କ ହାତରେ ନାହିଁ। ତେଣୁ ଅଯଥାରେ କାହାକୁ ବିଭ୍ରାନ୍ତି କରନ୍ତୁ ନାହିଁ। ଆଗାମୀ ସିଏମ ପ୍ରାର୍ଥୀ କିଏ ହେବ ରବିବାର ଦଳ ପକ୍ଷରୁ ଘୋଷଣା କରାଯିବ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Rahul__1644044172.jpg)