Advertisment

କେନ୍ଦ୍ରକୁ ସିଦ୍ଧୁଙ୍କ ଚେତାବନୀ; ପ୍ରିୟଙ୍କାକୁ ମୁକ୍ତ କର ନହେଲ...

ପଞ୍ଜାବ କଂଗ୍ରେସ ଦଳର ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି । ସରକାରଙ୍କୁ ଚେତାବନୀ ଦେବା ସହ ଏକ ଟ୍ୱିଟ୍ ମାଧ୍ୟମରେ କରିଛନ୍ତି ଯେ, ଆସନ୍ତାକାଲି ମଧ୍ୟରେ କୃଷକଙ୍କ ନିର୍ଦ୍ଦୟ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଗିରଫ କରାନଗଲେ ଏବଂ ବେଆଇନ୍ ଭାବରେ ଗିରଫ କରାଯାଇଥିବା ଆମ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ମୁକ୍ତ ନ କଲେ , ପଞ୍ଜାବ କଂଗ୍ରେସ ଲଖିମପୁର ଖେରିରେ ଆନ୍ଦୋଳନ ଆରମ୍ଭ କରିବ।

ଅଦ୍ୟତନ ହୋଇଛି
undefined

Navjot Singh Sidhu

Advertisment

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଦଳର ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି । ସରକାରଙ୍କୁ ଚେତାବନୀ ଦେବା ସହ ଏକ ଟ୍ୱିଟ୍ ମାଧ୍ୟମରେ କରିଛନ୍ତି ଯେ, ଆସନ୍ତାକାଲି ମଧ୍ୟରେ କୃଷକଙ୍କ ନିର୍ଦ୍ଦୟ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଗିରଫ କରାନଗଲେ ଏବଂ ବେଆଇନ୍ ଭାବରେ ଗିରଫ କରାଯାଇଥିବା ଆମ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ମୁକ୍ତ ନ କଲେ , ପଞ୍ଜାବ କଂଗ୍ରେସ ଲଖିମପୁର ଖେରିରେ ଆନ୍ଦୋଳନ ଆରମ୍ଭ କରିବ।

Advertisment

ସୂଚନା ମୁତାବକ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ଜୟପୁର ଗସ୍ତକୁ ସ୍ଥଗିତ କରାଯାଇଛି। ଚନ୍ନୀଙ୍କର ଆଜି ଜୟପୁର ଆସିବାର କାର୍ଯ୍ୟକ୍ରମ ରହିଥିଲା। ଏହି ଗସ୍ତରେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ୍‌ଙ୍କ ସହ ସାକ୍ଷାତକାର କରିଥାନ୍ତେ। ଚନ୍ନୀଙ୍କର ଏହି ଯାତ୍ରା ବାତିଲର କାରଣ ଏବେ ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ଘଟଣାକୁ ସୂଚାଉଛି।

Advertisment

ଲକ୍ଷ୍ମୀପୁର ଘଟଣା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ଲଖିମପୁର ଗସ୍ତ ନେଇ ଉତ୍ତରପ୍ରଦେଶ ସରକାର ପକ୍ଷରୁ ଅନୁମତି ଦିଆଯାଇ ନାହିଁ । ଯୋଗୀ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଲଖିମପୁରରେ ବର୍ତ୍ତମାନ ପରିସ୍ଥିତି ସମ୍ବେଦନଶୀଳ ରହିଛି। ବିରୋଧୀଦଳର ନେତାଙ୍କ ଆଗମନ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ ବୋଲି ୟୁପି ସରକାର ପକ୍ଷରୁ କୁହାଯାଇଛି।

ADG ଆଇନ ଓ ଅର୍ଡର୍ ମନ୍ତ୍ରୀ ପ୍ରଶାନ୍ତ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, 'କୃଷକମାନଙ୍କ ସହ ରାଜ୍ୟ ସରକାରଙ୍କ କୌଣସି ବିବାଦ ନାହିଁ। ବାସ୍ତବରେ ସରକାରଙ୍କ ପକ୍ଷରୁ ଏହି ସମସ୍ୟାର ସମାଧାନ କରାଯିବ ବୋଲି କୃଷକ ମାନେ ବିଶ୍ୱାସ ରଖିଛନ୍ତି। କୃଷକ ନେତାମାନଙ୍କୁ ଲକ୍ଷ୍ମୀପୁରକୁ ଆସିବାକୁ ଅନୁମତି ଦିଆଯାଇଥିଲା ଏବଂ ସେମାନଙ୍କ ଦାବିକୁ ମଧ୍ୟ ଗ୍ରହଣ କରାଯାଇଛି। ଲକ୍ଷ୍ମୀପୁରର ପରିସ୍ଥିତି ସମ୍ବେଦନଶୀଳ ଥିବାରୁ ବିରୋଧୀଦଳର ନେତାମାନଙ୍କୁ ପ୍ରବେଶ ଦିଆଯାଇ ନାହିଁ’। ୟୁପିର ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କହିବା ଅନୁଯାୟୀ ବିରୋଧୀ ଦଳର ନେତାମାନେ ଏହି ଘଟଣାକୁ ନେଇ ରାଜନୈତିକ ଫାଇଦା ଉଠାଇବାକୁ ଚାହୁଁଛନ୍ତି। ବର୍ତ୍ତମାନ ଘଟଣାସ୍ଥଳକୁ ୪୮ ଘଣ୍ଟା ଯାଏଁ କୌଣସି ନେତାଙ୍କୁ ପ୍ରବେଶ ନ ଦେବା ପାଇଁ କହିଛନ୍ତି।

Advertisment
Priyanka Gandhi Navjot Singh Siddhu Laxmipur Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ