Advertisment

ସିଦ୍ଧୁ ଖାଇବେ ନାହିଁ ଜେଲ୍ ରୁଟି; ଖାଇବେ କାଜୁ, ଅଖରୋଟ୍ ସହିତ ଆହୁରି ଅନେକ…

ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଏବେ ଜେଲ୍‌ରେ। ଜେଲ୍ ନୁହେଁ ତ, ତାଙ୍କ ପାଇଁ ଏହା ବୋଧେ କୌଣସି ପଞ୍ଚ ତାରକା ହୋଟେଲ୍। ତାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଡାଏଟ୍ ଚାଟ୍। ଜାଣନ୍ତୁ କେତେବେଳେ କ’ଣ ଖାଇବେ…

Navjot Sidhu's Special Diet - Pecans, Sauteed Veggies

Navjot Sidhu's Special Diet - Pecans, Sauteed Veggies

Advertisment

ରୋଡ୍ ରେଜ୍ ମାମଲାରେ ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଏବେ ଜେଲ୍ ଦଣ୍ଡ ଭୋଗୁଛନ୍ତି। ତାଙ୍କୁ ପଟିୟାଲା ଜେଲ୍‌ରେ ରଖାଯାଇଛି। ଏହା ସମସ୍ତେ ଜାଣନ୍ତି ଯେ ଜେଲ୍‌ରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜେଲ୍‌ର ରୁଟି ହିଁ ଖାଇବାକୁ ପଡେ। କିନ୍ତୁ ନବଜୋତ ସିଂ ସିଦ୍ଧୁଙ୍କ ପାଇଁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ସେ ଜେଲ୍‌ର ରୁଟି ଖାଉ ନାହାଁନ୍ତି। ସେ ଖାଉଛନ୍ତି ଦାମି ଖାଦ୍ୟ। ନବଜୋତ ସିଂ ସିଦ୍ଧୁ ଜେଲର ଖାଦ୍ୟ ଖାଇବାକୁ ମନା କରିଦେଇଥିଲେ। ଏନେଇ ସେ ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ। ତାଙ୍କୁ ପଟିୟାଲାର ରାଜୀନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଡାଏଟ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି।

Advertisment

ବର୍ତ୍ତମାନ ସିଦ୍ଧୁ ଜେଲରେ ସ୍ୱତନ୍ତ୍ର ଖାଦ୍ୟ ଖାଉଛନ୍ତି। କମ୍ ଫ୍ୟାଟ୍ ବାଲା ଖାଦ୍ୟ ଖାଇବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ଡାକ୍ତର ସିଦ୍ଧୁଙ୍କୁ ଗହମ, ଚିନି, ମଇଦା ଏବଂ ଅନ୍ୟାନ୍ୟ ଭାରି ଖାଦ୍ୟ ଖାଇବାକୁ ବାରଣ କରିଛନ୍ତି।

ଜେଲରେ କ’ଣ ଖାଇବେ ସିଦ୍ଧୁ?

ସିଦ୍ଧୁଙ୍କୁ ଜେଲରେ ଅଖରୋଟ୍, ବାଦାମ ଏବଂ କାଜୁ ଦିଆଯିବ। ତାଙ୍କୁ ରୋଜମାରୀ ଟି, ପଇଡ ପାଣି, ଅମୃତଭଣ୍ଡା, ପିଜୁଳି, ଡବଲ୍ ଟୋଣ୍ଡ୍ କ୍ଷୀର ଏବଂ କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟ ଦିଆଯିବ।

Advertisment

ସକାଳ ୭ଟାର୍ ଡାଏଟ୍

ସକାଳେ ସିଦ୍ଧୁଙ୍କୁ ଜେଲ୍‌ରେ କାକୁଡି, ସୁପ୍, ବିଟ୍ ରୁଟ୍, ଜୁସ୍ ବ ଫାଇବର ଖାଦ୍ୟ ଦିଆଯିବ। ଏହାସହିଅ ତାଙ୍କୁ ପଇଡ ପାଣି ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଜଳଖିଆ ପାଇଁ ଏକ କପ୍ ବିନା ଲାକ୍ଟୋଜ୍ କ୍ଷୀର ଦିଆଯିବ। ଗୋଟିଏ ଚାମଚ ପେଶୀ, ସୂର୍ଯ୍ୟମୁଖୀ ମଞ୍ଜି, ତରଭୁଜ ମଞ୍ଜି ଦିଆଯିବ। ୫ ରୁ ୬ଟି ବାଦାମ, ଗୋଟିଏ ଅଖରୋଟ୍ ଦିଆଯିବ।

୧୧ଟାର ଖାଦ୍ୟ:

ଏକ ଗ୍ଲାସ୍ ବିଟ୍ ରୁଟ୍, ଲାଉ, କାକୁଡି, ମୌସମୀ, ତୁଳସୀ ଏବଂ ପୋଦିନା ପତ୍ର, ଅଁଳା, ହଳଦୀ, ଗାଜର କିମ୍ବା ଆଲୋଭେରା ରସ ଦିଆଯିବ। ଏହା ସହିତ ଆମ୍ବ, ଖରଭୁଜ, କିୱି, ପିଜୁଳି, ଷ୍ଟ୍ରବେରୀ, ସେଓ କିମ୍ବା ବେଲ ରସ ମଧ୍ୟ ଦିଆଯାଇପାରେ।

Advertisment

ମଧ୍ୟାହ୍ନ ଭୋଜନ:

ଗୋଟିଏ ରୁଟି ସହିତ ଟମାଟୋ, ରାଇତା, ସାଲାଡ୍, କାକୁଡି ଏବଂ ଲେମ୍ବୁ ଦିଆଯିବ। ଏକ ଗ୍ଲାସ୍ ଲସି ମିଳିବ।

ସନ୍ଧ୍ୟା ଭୋଜନ:

ସନ୍ଧ୍ୟାରେ ୧୦୦ ମିଲି ଲୋ ଫ୍ୟାଟ୍‌ କ୍ଷୀର ସହିତ ଏକ ପନିର୍ ସ୍ଲାଇସ୍ ଦିଆଯିବ।

ରାତ୍ରୀ ଭୋଜନ:

ଗୋଟିଏ କପ୍ ମିକ୍ସ ଭେଜିଟେବଲ୍, ଡାଲି ସହିତ ସବୁଜ ପନିପରିବା ଦିଆଯିବ।

ଶୋଇବା ସମୟର ଖାଦ୍ୟ:

ଗୋଟିଏ କପ୍ କେମୋମାଇଲ୍ ଚା’ ଓ ଗୋଟିଏ କପ୍‌ ଇସବଗୁଲ୍ ଭୁର୍ସି ସହିତ ଏକ ଗ୍ଲାସ୍ ଗରମ ପାଣି।

‘ସିଦ୍ଧୁ ପଞ୍ଚ ତାରକା ଜେଲରେ ବନ୍ଦୀ’:

ନବଜୋତ ସିଂ ସିଦ୍ଧୁଙ୍କ ଡାଏଟ୍ ପ୍ଲାନ୍ ସାର୍ବଜନୀକ ହେବା ଦିନଠାରୁ ଜେଲ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ଲୋକମାନେ କହୁଛନ୍ତି ଯେ ସିଦ୍ଧୁଙ୍କୁ ପଞ୍ଚ ତାରକା ହୋଟେଲର ସୁବିଧା ଦିଆଯାଉଛି। ତେବେ ସିଦ୍ଧୁଙ୍କ ପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର ଡାଏଟ୍ ଚାର୍ଟକୁ ଅଧିକାରୀମାନେ ଆପତ୍ତି କରିଛନ୍ତି।

National News Navjot Singh Sidhu In Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ