India to celebrate August 23 as National Space Day
ଏଣିକି ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଘୋଷଣା କରିଛନ୍ତି। ଚନ୍ଦ୍ରୟାନ-୩ ର ସଫଳତା ଅବସରରେ ବେଙ୍ଗାଲୁରୁର ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ସେ ଏହି ଘୋଷଣା କରିଛନ୍ତି।
ଏହାସହ ଚନ୍ଦ୍ରୟାନ-୩ ଯେଉଁଠି ଅବତରଣ କରିଛି, ଚନ୍ଦ୍ରର ସେହି ସ୍ଥାନକୁ ‘ଶିବଶକ୍ତି’ ଏବଂ ଯେଉଁଠି ଚନ୍ଦ୍ରୟାନ-୨ ଅବତରଣ କରିଥିଲା, ତାର ନାଁ ‘ତ୍ରିରଙ୍ଗା’ ରଖିଛନ୍ତି ମୋଦି। ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ ଯେତେବେଳେ ସଫଳତାର ସହିତ ଳ୍ୟାଣ୍ଡିଂ କରିଥିଲା, ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ନ ଥିଲେ। ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ସେ ଥିଲେ।
ସେଠାରୁ ଗ୍ରୀସ୍ ଯାଇ ଆଜି ସକାଳେ ସିଧା ବେଙ୍ଗାଲୁରୁକୁ ଯାଇ ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଥିଲେ ଏବଂ ଅଭିନନ୍ଦନ ଜଣାଇଥିଲେ। ସମସ୍ତ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏପରି ବିରଳ ମୁହୂର୍ତ୍ତ ବାରମ୍ବାର ଆସେନି। ମହିଳା ବୈଜ୍ଞାନିକମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କୁ ମୋଦି ପ୍ରଶଂସା କରିଛନ୍ତି।
ଜନକଲ୍ୟାଣ ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା। ଚନ୍ଦ୍ରୟାନ ୩ର ସଫଳତା ଯୁଗ ଯୁଗକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ବୈଜ୍ଞାନିକଙ୍କ ସଫଳତା ସାରା ଦେଶକୁ ଗର୍ବିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693035347.jpg)