Advertisment

ନ୍ୟାସନାଲ ହେରାଲ୍ଡ ମାମଲା, EDର ବଡ କାର୍ଯ୍ୟାନୁଷ୍ଠାନ

ପୂର୍ବରୁ ଏହି ମାମଲାରେ ଇଡି ଉଭୟ ରାହୁଲ ଓ ସୋନିଆଙ୍କୁ ପଚରାଉଚରା କରି ସାରିଛନ୍ତି।

Herald House

Herald House

Advertisment

ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ EDର ବଡ କାର୍ଯ୍ୟାନୁଷ୍ଠାନ। ପ୍ରାୟ ୭୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଅନୁସନ୍ଧାନକାରୀ ଏଜେନ୍ସି ଆସୋସିଏଟେଡ ଜର୍ନାଲ ଲିମିଟେଡ (ଏଜେଏଲ) ଏବଂ ୟଙ୍ଗ ଇଣ୍ଡିଆର ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହା ମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇର ନ୍ୟାସନାଲ ହେରାଲ୍ଡ ହାଉସ୍ ସମେତ ଲକ୍ଷ୍ନୌ ସ୍ଥିତ ନେହେରୁ ଭବନ ସାମିଲ ଅଛି।

Advertisment

ନ୍ୟାସନାଲ ହେରାଲ୍ଡ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲେ। ଏହି ମାମଲା ଆଧାରରେ ଇଡି ଏହି ସମ୍ପତ୍ତି ଜବତ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୪ରୁ ଇଡି ମନିଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତର ପ୍ରାୟ ୯ ବର୍ଷ ପରେ ଏଜେଏଲ୍ ଓ ଏବେ 'ୟଙ୍ଗ ଇଣ୍ଡିଆ' ସହ ଜଡ଼ିତ ୭୫୨ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି ଇଡି। 

ନ୍ୟାସନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା ହେଉଛି ଏଜେଏଲ୍। ଏହା ଏବେ 'ୟଙ୍ଗ ଇଣ୍ଡିଆ' ଅଧୀନରେ ରହିଛି। ଏହି ୟଙ୍ଗ ଇଣ୍ଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ମା’ ସୋନିଆ ଗାନ୍ଧିଙ୍କ ମେଜରିଟି ଶେୟାର ରହିଛି। ପୂର୍ବରୁ ଏହି ମାମଲାରେ ଇଡି ଉଭୟ ରାହୁଲ ଓ ସୋନିଆଙ୍କୁ ପଚରାଉଚରା କରି ସାରିଛନ୍ତି।

Advertisment
Congress Sonia Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ