Advertisment

କିରଣ ରିଜ୍ଜୁଙ୍କୁ ନୃତ୍ୟଶିଳ୍ପୀ ବୋଲି ସମ୍ବୋଧନ କଲେ ମୋଦୀ

ଭାରତୀୟ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ଲୋକଙ୍କ ସହ ପାରମ୍ପରିକ ଅନ୍ଦାଜରେ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ବେଶ ପ୍ରଶଂସା କରିଛନ୍ତି। ବୁଧବାର ରିଜ୍ଜୁ ଅରୁଣାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଏକ ଭିଡିଓ ସେୟାର କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ରିଟ୍ୱିଟ କରି ଜଣେ ଭଲ ନୃତ୍ୟଶିଳ୍ପୀ ଭାବରେ ପ୍ରଶଂସା କରିଥିଲେ।

ଅଦ୍ୟତନ ହୋଇଛି
kiren rijiju and Narendra Modi

kiren rijiju and Narendra Modi

Advertisment

ନୂଆଦିଲ୍ଲୀ: ଭାରତୀୟ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ଲୋକଙ୍କ ସହ ପାରମ୍ପରିକ ଅନ୍ଦାଜରେ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ବେଶ ପ୍ରଶଂସା କରିଛନ୍ତି। ବୁଧବାର ରିଜ୍ଜୁ ଅରୁଣାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଏକ ଭିଡିଓ ସେୟାର କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ରିଟ୍ୱିଟ କରି ଜଣେ ଭଲ ନୃତ୍ୟଶିଳ୍ପୀ ଭାବରେ ପ୍ରଶଂସା କରିଥିଲେ। ରିଜିଜୁଙ୍କ ଏହି ଭିଡିଓରେ ତାଙ୍କର ନୃତ୍ୟଶୈଳୀକୁ ଲୋକେ ବେଶ ପସନ୍ଦ କରିଛନ୍ତି।

Advertisment

ଉତ୍ତର-ପୂର୍ବ ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶର କାଜଲାଙ୍ଗ ଗାଁର ସ୍ଥାନୀୟ ସଜୋଲାଙ୍ଗ ଲୋକମାନେ "ମିଜି" ନାମରେ ବେଶ ପରିଚିତ। ଗାଁର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ପାରମ୍ପାରିକ ଗୀତ ଏବଂ ନୃତ୍ୟ ଦ୍ୱାରା ସ୍ୱାଗତକରାଯାଇଥିଲା। ଅତିଥିଙ୍କୁ ଏଭଳି ସ୍ୱାଗତ କରିବାର ପ୍ରଥା ରହିଥିବାର ସ୍ଥାନୀୟ ଲୋକ କହିଛନ୍ତି। ଏହାପରେ ରିଜ୍ଜୁ ଏକ ଟୁଇଟ୍ ମାଧ୍ୟମରେ କହିଛନ୍ତି ଯେ, ସେ କାଜଲାଙ୍ଗ ଗ୍ରାମରେ ବିବେକାନନ୍ଦ କେନ୍ଦ୍ର ବିଦ୍ୟାଲୟ ପ୍ରକଳ୍ପର କାର୍ଯ୍ୟକାରିତା ସମୀକ୍ଷା ପାଇଁ ଯାଇଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ନିଜର ପାରମ୍ପରିକ ଗୀତ ଓ ନୃତ୍ୟ ଦ୍ୱାରା ତାଙ୍କୁ ସ୍ୱାଗତ କରିଥିଲେ। ରିଜ୍ଜୁ ଗାଁ ଲୋକଙ୍କ ସହ ମିଶି ତାଙ୍କ ଢାଞ୍ଚାରେ ନାଚିଥିଲେ। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରିଜ୍ଜୁ ଏକ ଧଳା ସାର୍ଟ, ଟ୍ରାଉଜର, ଜ୍ୟାକେଟ୍ ଏବଂ ଜୋତା ପିନ୍ଧି ଗ୍ରାମବାସୀଙ୍କ ସହ ନାଚୁଛନ୍ତି। ରିଜ୍ଜୁଙ୍କ ସହ ଜଣେ ମହିଳା ମଧ୍ୟ ପାରମ୍ପାରିକ ପୋଷାକରେ ନାଚୁଥିବାର ଦେଖିବାକୁ ମିଳିଛି। ଝାଞ୍ଜ ଓ ଢୋଲର ଶବ୍ଦ ଏବଂ ପାରମ୍ପାରିକ ଲୋକଗୀତରେ ରିଜ୍ଜୁ ନିଜକୁ ଅଟକାଇ ପାରିନଥିଲେ।

ରିଜ୍ଜୁଙ୍କ ଏହି ଭିଡିଓକୁ ଦେଖିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବେଶ ପ୍ରଶଂସା କରିଛନ୍ତି। ମୋଦୀ ଏକ ଟ୍ୱିଟରେ କହିଛନ୍ତି ଯେ ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ଜଣେ ଭଲ ନୃତ୍ୟଶିଳ୍ପୀ। ଅରୁଣାଞ୍ଚଳ ପ୍ରଦେଶର ପୁରୁଣା ପରମ୍ପରା ଏବେ ବି ଜୀବନ୍ତ ରହିଛି ଦେଖି ମୋଦୀ ଖୁସି ପ୍ରକାଶ କରିଛନ୍ତି। କିରଣ ରିଜ୍ଜୁ ଅରୁଣାଚଳର ଲୋକସଭା ଆସନର ଜଣେ ସାଂସଦ ରହିଆସିଛନ୍ତି ଏବଂ ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବାର ମଧ୍ୟ ଦେଖାଯାଇଛି। ରିଜ୍ଜୁ କେବଳ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସମ୍ବନ୍ଧୀୟ ଭିଡିଓ ସେୟାର୍ କରନ୍ତି, ତାହା ନୁହେଁ ସେ ନିଜର ଗାୟକ ଶୈଳୀକୁ ମଧ୍ୟ ଲୋକଙ୍କ ଆଗରେ ପ୍ରଦର୍ଶନ କରିଥାନ୍ତି।

Advertisment
PM Modi Kiren Rijiju
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ