Advertisment

ରକେଟ୍‌ ଉତ୍‌କ୍ଷେପଣର ୪୦ ମିନିଟ୍ ପୂର୍ବରୁ ସ୍ଥଗିତ ହେଲା ଚନ୍ଦ୍ର ଅଭିଯାନ

ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା-ନାସା ଏହି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ମାତ୍ର ରକେଟର ସ୍ପେସ୍ ଲଞ୍ଚ୍‌ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା।

ଅଦ୍ୟତନ ହୋଇଛି
NASA Postpones Launch Of Artemis I Moon Mission

NASA Postpones Launch Of Artemis I Moon Mission

Advertisment

ଆମେରିକୀୟ ଗବେଷଣା ସଂସ୍ଥା(NASA)ର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନକୁ ଶେଷରେ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରେ ଥିବା ରକେଟର ସ୍ପେସ୍ ଲଞ୍ଚ୍‌ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଯିବା ଯୋଗୁ ଏହି ମିଶନକୁ ସ୍ଥଗିତ ରଖାଯାଇଛି। ଉତ୍‌କ୍ଷେପଣର ମାତ୍ର ୪୦ ମିନିଟ୍ ପୂର୍ବରୁ ନାସାର ଏହି ମୁନ୍ ମିଶନ(ଚନ୍ଦ୍ର ଅଭିଯାନ) ସ୍ଥଗିତ ହୋଇଛି।

Advertisment

ତ୍ରୁଟିକୁ ସଜାଡ଼ିବା ପରେ ଆସନ୍ତା ସେପ୍ଟେମ୍ବର ୨ରେ ପୁଣି ଉତ୍‌କ୍ଷେପଣ ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି। ରକେଟ୍‌ର ତଳ ଭାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଞ୍ଜିନକୁ ଇନ୍ଧନ ପହଞ୍ଚି ପାରିନଥିଲା। ତେଣୁ କାଉଣ୍ଟଡାଉନକୁ ବନ୍ଦ କରାଯାଇଥିଲା। 

ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା-ନାସା ଏହି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ୯୮ ମିଟର ଉଚ୍ଚ ବିରାଟକାୟ ତଥା ଅତ୍ୟାଧୁନିକ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ସାହାଯ୍ୟରେ ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ମଣିଷ ବଦଳରେ ୩ଟି ମାନେକୁଇନ ବା ପିତୁଳା ପଠାଯିବାର ଥିଲା। ଏଥିରେ ଖଞ୍ଜା ଯାଇଥିବା ସେନ୍‌ସର୍‌ ତେଜସ୍କ୍ରିୟ ବିକିରଣ ଓ କମ୍ରପନର ମାତ୍ରା ସଂପର୍କରେ ଅନୁଧ୍ୟାନ କରିବ।

Advertisment

ଏହାପରେ ନୂଆ ରକେଟ୍ ଓ ନୂଆ କ୍ୟାପସୁଲ୍‌ରେ ପରବର୍ତ୍ତୀ ୨ଟି ମିଶନରେ ମହାକାଶଚାରୀ ଚନ୍ଦ୍ରକକ୍ଷକୁ ଯିବେ। ଓରିଅନ୍ ଟେଷ୍ଟ କ୍ୟାପସୁଲ ଚନ୍ଦ୍ରର କକ୍ଷରେ କିଛି ସପ୍ତାହ ପାଇଁ ପରିକ୍ରମଣ କରିବା ପରେ ଏହା ପୃଥିବୀକୁ ଫେରିଆସିବା ସହ ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର ଥିଲା। ହେଲେ ରକେଟର ସ୍ପେସ୍ ଲଞ୍ଚ୍‌ ସିଷ୍ଟମ ଇଞ୍ଜିନରେ ତ୍ରୁଟି ଯୋଗୁ ମୁନ୍ ମିଶନକୁ ସ୍ଥଗିତ ରଖାଯାଇଛି।

NASA Moon Mission NASA Moon Mission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ