Advertisment

ଅଜଣା ରୋଗକୁ ନେଇ ଆତଙ୍କିତ ଲୋକେ, ଗଲାଣି ୭ ଶିଶୁଙ୍କ ଜୀବନ

ରାଜସ୍ଥାନର ସିରୋହି ଜିଲ୍ଲାରେ ଅଜଣା ରୋଗରେ ୭ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଚଳାଇଥିବା ଦାବି କରିଛି।

ଅଦ୍ୟତନ ହୋଇଛି
Mysterious Disease Killed 7 Children In Rajasthan

Mysterious Disease Killed 7 Children In Rajasthan

Advertisment

ରାଜସ୍ଥାନର ସିରୋହି ଜିଲ୍ଲାରେ ଅଜଣା ରୋଗରେ ୭ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଚଳାଇଥିବା ଦାବି କରିଛି।  ୩୦୦ରୁ ଅଧିକ ଲୋକଙ୍କ ସାମ୍ପଲ ସଂଗ୍ରହ କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହି ଅଜଣା ରୋଗ ସମ୍ପର୍କରେ ଜଣାପଡ଼ି ନାହିଁ। ଏନେଇ ଡାକ୍ତରୀ ଟିମ୍‌ ଲଗାତାର ଭାବେ ଯାଞ୍ଚ କରୁଛନ୍ତି। ଗତ କିଛିଦିନ ମଧ୍ୟରେ ସ୍ୱରୂପଗଞ୍ଜର ଫୁଲବାଇ ଖେଡା ଗାଁରେ ଅଜଣା ରୋଗରେ ୭ ଶିଶୁଙ୍କ ମୃତ୍ୟୁ ଘଟିଛି।

Advertisment

ସୂଚନା ଅନୁସାରେ, ଶିଶୁଙ୍କ ମୃତ୍ୟୁର କାରଣ ତରଳ ଖାଦ୍ୟ (ଲିକ୍ୱିଡ୍‌ ଫୁଡ୍‌) ହୋଇପାରେ ବୋଲି ସନ୍ଦେହ କରାଯାଉଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ବର୍ତ୍ତମାନ ସୁଦ୍ଧା ଗାଁରେ ୩୦୦ରୁ ଅଧିକ ଲୋକଙ୍କ ସାମ୍ପଲ ସଂଗ୍ରହ କରାଯାଇଛି। ୪ ଶିଶୁଙ୍କ ପାଖରେ ସଂକ୍ରମଣର ଲକ୍ଷଣକୁ ଦେଖି ଚିକିତ୍ସା ପାଇଁ ମେଡିକାଲ ରିସର୍ଚ୍ଚ ସେଣ୍ଟରକୁ ପଠାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ ଲୋକମାନେ ଅସୁସ୍ଥ ହେବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ହେଲେ ଏହିସବୁ ଲକ୍ଷଣକୁ ଚିହ୍ନଟ କରି ବ୍ୟବସାୟୀଙ୍କ ଉପରେ ଲଗାମ ଲଗାଇବାରେ ପ୍ରଶାସନ ବିଫଳ। ତେଣୁ ସଂକ୍ରମଣ ପୁଣିଥରେ ବ୍ୟାପିବ ବୋଲି ଆଶଙ୍କା କରାଯାଉଛି। ସିରୋହି  ଓ ଜୟପୁର ଡିଭିଜନର ୭ଟି ଟିମ୍‌ ଫୁଲାବାଇ ଖେଡା ଗାଁକୁ ଯାଇ ଘରେ ଘରେ ସାମ୍ପଲ ସଂଗ୍ରହ କରୁଛନ୍ତି। ହେଲେ ଅଜଣା ରୋଗ ସମ୍ପର୍କରେ ଜାଣିବାରେ ସଫଳ ହୋଇପାରି ନାହାନ୍ତି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। 

Advertisment

ସୂଚନାଥାଉ କି, ଅଜଣା ରୋଗରେ ସିରୋହି ଜିଲ୍ଲାର ସ୍ୱରୂପଗଞ୍ଜରେ ୫ ଦିନରେ ୭ ଶିଶୁ ଆଖି ବୁଜି ସାରିଲେଣି। ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୩ ଜଣ ଶିଶୁ ଅଛନ୍ତି। ଅଜଣା ରୋଗ ସମ୍ପର୍କରେ ଜଣାନପଡ଼ିବା ଯୋଗୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏସବୁ ଭିତରେ ୪ ଶିଶୁଙ୍କ ପାଖରେ ଲକ୍ଷଣ ଦେଖାଦେଇଛି। ଡାକ୍ତରୀ ଟିମ୍‌ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

Mysterious Disease
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ