Advertisment

‘ମୋ ସ୍ୱାମୀ ପ୍ରେମିକାଙ୍କ ସହ ଫେରାର ଅଛନ୍ତି, ସୂଚନା ଦେଲେ ମିଳିବ ପୁରସ୍କାର’

‘ମୋ ସ୍ୱାମୀ ପ୍ରେମିକା ସହ କୁଆଡେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ କେହି ହେଲେ ଖୋଜି ଆଣ। ଯିଏ ତାଙ୍କ ବିଷୟରେ ସୂଚନା ଦେବ ତାକୁ ପୁରସ୍କାର ମିଳିବ।’ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ସୋଶିଆଲ ମିଡିଆରେ ଏମିତି ପୋଷ୍ଟ କରିଛନ୍ତି ଜଣେ ପତ୍ନୀ। ଏମିତି ପୋଷ୍ଟ ପଛରେ ସ୍ୱାମୀଙ୍କ ପ୍ରତି ପ୍ରଚୁର ଭଲ ପାଇବା ଅଛି କି ଅଛି ପ୍ରତିଶୋଧ ତାହା ପରବର୍ତ୍ତୀ କଥା। କିନ୍ତୁ ପୋଷ୍ଟଟି ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।

ଅଦ୍ୟତନ ହୋଇଛି
Husband Ran Away Wife Post Goes Viral

Husband Ran Away Wife Post Goes Viral

Advertisment

‘ମୋ ସ୍ୱାମୀ ପ୍ରେମିକା ସହ କୁଆଡେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ କେହି ହେଲେ ଖୋଜି ଆଣ। ଯିଏ ତାଙ୍କ ବିଷୟରେ ସୂଚନା ଦେବ ତାକୁ ପୁରସ୍କାର ମିଳିବ।’ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ସୋଶିଆଲ ମିଡିଆରେ ଏମିତି ପୋଷ୍ଟ କରିଛନ୍ତି ଜଣେ ପତ୍ନୀ। ଏମିତି ପୋଷ୍ଟ ପଛରେ ସ୍ୱାମୀଙ୍କ ପ୍ରତି ପ୍ରଚୁର ଭଲ ପାଇବା ଅଛି କି ଅଛି ପ୍ରତିଶୋଧ ତାହା ପରବର୍ତ୍ତୀ କଥା। କିନ୍ତୁ ପୋଷ୍ଟଟି ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।

Advertisment

ମଧ୍ୟପ୍ରଦେଶର ଆଲୋଟରେ ରୁହନ୍ତି ବିକ୍ରମ ନବାଟିଆ। ୨୦୧୨ ମସିହାରେ ବିବାହ କରିଥିଲେ ସପନାଙ୍କୁ। ସପନା ଗ୍ରାମ ପଞ୍ଚାୟତରେ ସହାୟକ ସରପଞ୍ଚ ଥିଲେ। ଅନ୍ୟପକ୍ଷେ ବିକ୍ରମ ବେରୋଜଗାର ଥିଲେ। ଉଭୟଙ୍କର ୨ଟି ସନ୍ତାନ ଅଛନ୍ତି। ସପନାଙ୍କର ଅଭିଯୋଗ ଯେ, ବିକ୍ରମଗଡର ଜଣେ ମହିଳାଙ୍କ ସହ ତାଙ୍କର ସ୍ୱାମୀ ବିକ୍ରମଙ୍କର ସମ୍ପର୍କ ଥିଲା। ସେହି କାରଣରୁ ସେ ତାଙ୍କୁ ଅନେକ ସମୟରେ ମାରପିଟ ବି କରୁଥିଲେ ଏବଂ ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ। ତେବେ ଅଗଷ୍ଟ ୧୭ ତାରିଖ ଦିନ ବିକ୍ରମ ଉକ୍ତ ମହିଳାଙ୍କ ସହ ଫେରାର ହୋଇ ଯାଇଥିଲେ। ଗଲାବେଳେ ସାଙ୍ଗରେ ୨ ଲକ୍ଷ ଟଙ୍କା, ସୁନାଗହଣା ଏବଂ ମୋଟରସାଇକେଲ ନେଇ ପଳାଇ ଯାଇଛନ୍ତି। ଏପରକି ଗଲାବେଳେ ତାଙ୍କୁ ହତ୍ୟା ଧମକ ଦେଇ ଯାଇଥିବା ସପନା ଅଭିଯୋଗ କରିଛନ୍ତି।

ପତ୍ନୀ ସପନା ସୋଶିଆଲ ମିଡିଆରେ ମେସେଜ ଲେଖି ନିଜ ସ୍ୱାମୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ସେ ଲେଖିଛନ୍ତି, ତାଙ୍କ ସ୍ୱାମୀ ସରଳ ଝିଅମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ, ଶୋଷଣ କରି ପରେ ଛାଡ଼ି ଦିଅନ୍ତି । ଏବେ ସେ ତାଙ୍କର ପତ୍ନୀ ଓ ୨ ସନ୍ତାନଙ୍କୁ ଛାଡି ପ୍ରେମିକାଙ୍କ ସହ ଫେରାର ହୋଇ ଯାଇଛନ୍ତି। ଏହି ବଦମାସ ବ୍ୟକ୍ତିଙ୍କୁ କେଉଁଠି ଦେଖିଲେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ । ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ପୁରସ୍କାର ଦିଅଯିବ ବୋଲି ସେ ତାଙ୍କ ପୋଷ୍ଟରେ କହିଛନ୍ତି। ଏଥିସହିତ ସେ ଆହୁରି ଲେଖିଛନ୍ତି, ଦୟାକରି ମୋତେ ସାହାଯ୍ୟ କରନ୍ତୁ ଏବଂ ଏହି ବଦମାସ ବ୍ୟକ୍ତିକୁ କଠୋରରୁ କଠୋର ଦଣ୍ଡ ଦେବାରେ ସାହାଯ୍ୟ କରନ୍ତୁ ଯଦ୍ୱାରା ସରଳ ଯୁବତୀଙ୍କ ଜୀବନ ନଷ୍ଟ ହେବନି ।

Advertisment

ଆଲୋଟ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ଆଲୋଟ ଏସଡିପିଓ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜଣେ ମହିଳା ନିଜ ସ୍ୱାମୀ ତାଙ୍କ ପ୍ରେମିକା ସହ ଫେରାର ହୋଇ ଯାଇଥିବା ନେଇ ଅଭିଯୋଗ ଆଣିଥିଲେ। ଏ ନେଇ ଏକ ମାମଲା ରୁଜୁ ହୋଇଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

Viral Post
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ