Advertisment

ଭଉଣୀର ଧର୍ମ ପରିବର୍ତ୍ତନ ସହିପାରିଲାନି ଭାଇ, ଭିଣୋଇକୁ ମାରିଦେଲା

ଭଉଣୀ ମୁଣ୍ତରୁ ସିନ୍ଦୂର ପୋଛିଦେଲା ଭାଇ । ଘର ବିରୁଦ୍ଧରେ ବାହା ହେବାରୁ ପରିବାର ଲୋକେ ଭିଆଇଲେ ଏଭଳି ବିଭତ୍ସ କାଣ୍ତ ।

Brother Killed Sister Husband

Brother Killed Sister Husband

Advertisment

ଭଉଣୀକୁ ବିଧବା କରିଦେଲା ଭାଇ । ବିଚ୍‌ ରାସ୍ତାରେ ଭଉଣୀର ସ୍ୱାମୀକୁ ରଡ୍‌ରେ ପିଟି ହତ୍ୟା କଲା ଭାଇ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦ ସହରରେ । ନିଜ ସ୍ୱାମୀଙ୍କୁ ହରାଇଛନ୍ତି ସୟଦ ଆସ୍ରିନ୍‌ ସୁଲତାନା । ସେ କହିଛନ୍ତି କି ସେ ମୁସଲିମ ହୋଇ ମଧ୍ୟ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଥିବାରୁ ପରିବାର ଲୋକେ ପ୍ରତିଶୋଧପରାୟଣ ହୋଇ ତାଙ୍କ ମଥାରୁ ସିନ୍ଦୂର ପୋଛିଦେଇଛନ୍ତି।

Advertisment

ସୁଲତାନାଙ୍କ କହିବାନୁଯାୟୀ, ସେ ତାଙ୍କ ସ୍ୱାମୀ ବି.ନାଗାରାଜଙ୍କ ସହ ବାଇକ୍‌ରେ ଯାଉଥିଲେ । ରାସ୍ତା ପାରି ହେବା ପାଇଁ ସେ ଗାଡ଼ି ସ୍ଲୋ କରିଥିବା ବେଳେ ହଠାତ୍‌ ଦୁଇଟି ଗାଡ଼ି ତାଙ୍କ ପାଖକୁ ଆସିଥିଲା । ଗୋଟିଏ ଗାଡ଼ିରେ ତାଙ୍କ ଭାଇ ଥିବାର ସେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀକୁ ପେଲାପେଲି କରି ଗାଡ଼ିରୁ ତଳେ ପକାଇଦେଇଥିଲେ । ତାପରେ ତାଙ୍କୁ ରଡ୍‌ରେ ପିଟି ପିଟି ବିଭତ୍ସ ଭାବେ ହତ୍ୟା କରିଥିଲେ । ଯେତେବେଳେ ସେ ସ୍ୱାମୀଙ୍କୁ ରକ୍ଷା କରିବାକୁ ଯାଇଥିଲେ, ଅନ୍ୟ ବ୍ୟକ୍ତି ଜଣକ ତାଙ୍କୁ ସେଠାରୁ ଧକ୍କା ମାରିଥିଲେ । ସେ ରକ୍ଷା କରିବାକୁ ଯେତେ ଚିତ୍କାର କରିଥିଲେ ମଧ୍ୟ କେହି ବି ଅଟକାଇବାକୁ ଚେଷ୍ଟା କରିନଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ବି ଉତ୍ତେଜନା ଲାଗି ରହିଛି।

ସୂଲତାନା ଏବଂ ବି.ନାଗାରାଜୁ ଦୁହେଁ ସ୍ମୁଲ ବେଳର ବନ୍ଧୁ। ଦୁହିଙ୍କର ସମ୍ପ୍ରଦାୟ ଭିନ୍ନ ହୋଇଥିଲେ ମଧ୍ୟ ଉଭଙ୍କ ମଧ୍ୟରେ ଭଲ ପାଇବା ଅତୁଟ ରହିଥିଲା। ଦୁହିଙ୍କ ମଧ୍ୟରେ ୧୦ ବର୍ଷ ଧରି ପ୍ରେମ ସମ୍ପର୍କ ରହିବା ପରେ ୩ ମାସ ତଳେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କ ସମ୍ପର୍କକୁ ପରିବାର ଲୋକେ ଆପଣାଇନଥିଲେ। ବିଶେଷ କରି ଯୁବତୀଙ୍କ ପରିବାର ଉଭୟଙ୍କ ପ୍ରେମକୁ ବାରଣ କରିଥିଲେ।

Advertisment

ସୂଲତାନାଙ୍କଠାରୁ ଦୂରେଇ ଯିବାକୁ ବି.ନାଗାରାଜୁଙ୍କୁ ଏନେକ ଥର ଧମକ ଦେଇ ଆସୁଥିଲେ ସୂଲତାନାଙ୍କ ଦୁଇ ଭାଇ। ସୂଲତାନା କହିଛନ୍ତି ଯେ, ଆମେ ଦୁହେଁ ଭିନ୍ନ ସମ୍ପ୍ରଦାୟ ହୋଇଥିବାରୁ ଆମ ପ୍ରେମକୁ ପରିବାର ପକ୍ଷରୁ ସ୍ୱୀକୃତି ମିଳିନଥିଲା । ତାଙ୍କ ଭଲ ପାଇବାକୁ ଘର ଲୋକେ ବିରୋଧ କରିଥିଲେ। ଆଉ ଶେଷରେ ତାଙ୍କ ଭାଇ ହିଁ ରାକ୍ଷସ ସାଜି ମୋରି ସ୍ୱାମୀଙ୍କୁ ହତ୍ୟା କରିଥିବାର କହିଛନ୍ତି ସୂଲତାନା । ଗତ ଜାନୁଆରୀ ୩୧ ରେ ଉଭୟେ ବି. ନାଗାରାଜୁ ଏବଂ ତାଙ୍କ ପତ୍ନୀ ଆସ୍ରିନ୍‌ ସୂଲତାନା ପ୍ରେମ ବିବାହ କରିଥିଲେ।

ହାଇଦ୍ରାବଦ ଆର୍ଯ୍ୟ ସମାଜ ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁଯାୟୀ ଉଭୟଙ୍କ ବିବାହ ହୋଇଥିଲା। ପୋଲିସ କହିଛି ଯେ ଏହି ବିବାହ ପାଇଁ ଯୁବତୀଙ୍କ ପରିବାରର ସମ୍ମତି ନଥିଲା। କ୍ଲାସ ୧୦ରୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ପରେ ପ୍ରେମ ରୂପ ନେଇ ଥିଲା । ବିବାହ ପରେ ସୂଲତାନା ତାଙ୍କ ନାମ ପରିବର୍ତ୍ତନ କରି ପଲ୍ଲବୀ ରଖିଥିଲେ। କିନ୍ତୁ ନାଗାରାଜୁ ସୂଲତାନାଙ୍କଠାରୁ ଦୂରେଇ ଯିବାକୁ ପରିବାର ଲୋକେ ଧମକ ଦେଇଥିଲେ। କିନ୍ତୁ ପତ୍ନୀର ହାତ ଛାଡ଼ିବାକୁ ମନା କରିଦେଇ ଥିଲେ ନାଗାରାଜୁ। ଆଉ ଶେଷରେ ସୂଲତାନାଙ୍କ ଘର ଲୋକେ ନାଗାରାଜୁଙ୍କୁ ଜୀବନରୁ ଶେଷ କରିଦେଇଛନ୍ତି । ସୂଲତାନାଙ୍କ ଦୁଇ ଭାଇ ସୟଦ ମୋବିନ୍‌ ଅହମ୍ମଦ ଏବଂ ମାସୁଦ ଅହମ୍ମଦଙ୍କୁ ପୋଲିସ ଗିରଫ କରିଛି।

Advertisment
Crime Brother Killed Sister Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ