Advertisment

SCO ବୈଠକରେ ପାକିସ୍ତାନକୁ କଡ଼ା ବାର୍ତ୍ତା : 'ସୀମା ପାର୍ ଆତଙ୍କବାଦ, ଟେରର ଫଣ୍ଡିଂ ବନ୍ଦ ହେଉ'

ଆତଙ୍କବାଦ ପ୍ରସଙ୍ଗକୁ ନେଇ ପରୋକ୍ଷରେ ଟାର୍ଗେଟ୍ । ଆତଙ୍କବାଦ ବିରୋଧରେ ଲଢ଼େଇ SCOର ମୂଳ ଉଦ୍ଦେଶ୍ୟ । ଯେକୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ହେବ ।

ଅଦ୍ୟତନ ହୋଇଛି
 S Jaishankar

S Jaishankar

Advertisment

ସାଂଘାଇ କୋଅପରେସନ ଅର୍ଗାନାଇଜେସନ୍ SCO ବୈଠକରେ ଆତଙ୍କବାଦ ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ। ଆତଙ୍କବାଦକୁ ବରଦାସ୍ତ କରିବନି ଭାରତ। ଆତଙ୍କବାଦ ସହ ଲଢ଼ିବା ଆମ ସମସ୍ତଙ୍କର ପ୍ରାଥମିକତା ହେଉ। ସମସ୍ତଙ୍କୁ ମିଶି ଆତଙ୍କବାଦ ବିରୋଧରେ ଲଢ଼ିବାକୁ ପଡିବ। ପାକିସ୍ତାନକୁ ସିଧାସଳଖ ନହେଲେ ବି ପରୋକ୍ଷରେ ଟାର୍ଗେଟ୍ କରି ଏଭଳି ମନ୍ତବ୍ୟ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏସସିଓ ବୈଠକକୁ ସମ୍ବୋଧିତ କରି ଆତଙ୍କବାଦର ମୁଳପୋଛ ଉପରେ ଗୁରୁତ୍ୱାରୋପ କରିଛନ୍ତି ଜୟଶଙ୍କର।...

Advertisment

ଆତଙ୍କବାଦ ବିଶ୍ୱର ଏକ ପ୍ରମୁଖ ସମସ୍ୟା । ଏହାର ବିଲୋପ ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ। କରୋନା ସମୟରେ ମଧ୍ୟ ସୀମା ପାର୍ ଆତଙ୍କବାଦ ଜାରି ରହିଥିଲା । ସୀମା ପାର୍ ଆତଙ୍କବାଦ ସହ ଟେରର ଫଣ୍ଡିଂ ବନ୍ଦ ହେବା ଜରୁରୀ ବୋଲି କହିଥିଲେ ଜୟଶଙ୍କର। ଆତଙ୍କବାଦ ବିରୋଧରେ ଲଢ଼େଇ SCOର ମୂଳ ଉଦ୍ଦେଶ୍ୟ ହେଉ । ଯେକୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ହେବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ।

ଏସସିଓ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋଭଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହେବ । ତେବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହେବ ନାହିଁ ବୋଲି କହିଛି ଭାରତ । ପାକିସ୍ତାନ ମଧ୍ୟ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା କରିବ ନାହିଁ ବୋଲି ପୂର୍ବରୁ କହିସାରିଛି । ତେବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଚୀନ ଏବଂ ରୁଷ ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରି ପାରନ୍ତି ।

Advertisment

ଦୀର୍ଘ ୧୨ ବର୍ଷ ପରେ ପାକିସ୍ତାନର କୌଣସି ବେଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି। ଏହା ପୂର୍ବୁରୁ ହୀନା ରବ୍ବାନୀ ୨୦୧୧ରେ ଶାନ୍ତିବାର୍ତ୍ତା ପାଇଁ ଭାରତ ଗସ୍ତରେ ଆସିଥିଲେ। ଆର୍ଥିକ, ରାଜନୈତିକ ଏବଂ ସାମରିକ ସୈନ୍ୟ ସହଯୋଗ ପ୍ରସଙ୍ଗକୁ ନେଇ ଚାଲିଛି ଏହି ଏସ୍ ସିଓ ବୈଠକ ।

S. Jaishankar SCO Meet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ