Advertisment

ସାନିଆ ମିର୍ଜା ହେବେ ଦେଶର ପ୍ରଥମ ମୁସଲିମ ମହିଳା ଫାଇଟର ଜେଟ୍ ପାଇଲଟ୍

ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ।

ଅଦ୍ୟତନ ହୋଇଛି
Muslim girl from UP cracks NDA

Muslim girl from UP cracks NDA

Advertisment

ଇତିହାସ ରଚିଲେ ଉତ୍ତର ପ୍ରଦେଶର ମର୍ଜାପୁରରେ ରହୁଥିବା ସାନିଆ ମିର୍ଜା। ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ସେହିପରି ରାଜ୍ୟର ପ୍ରଥମ ମହିଳା ଭାବେ ସାନିଆ ର୍ମିଜା ଫାଇଟର ଜେଟ୍ ଚଳାଇ ରେକର୍ଡ ସୃଷ୍ଟି କରିବେ। ଏନଡିଏ ପରୀକ୍ଷାରେ ସଫଳତା ହାସଲ କରି ଯୁଦ୍ଧ ବିମାନର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏପରି ସଫଳତା ହାସଲ କରି ସାନିଆ କେବଳ ନିଜ ଜିଲ୍ଲା ନୁହେଁ, ବରଂ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

Advertisment

ତାଙ୍କ ବାପା ଶାହିଦ ଅଲୀ କହିଛନ୍ତି, ସାନିଆ ର୍ମିଜା ସବୁବେଳେ ଦେଶର ପ୍ରଥମ ଯୁଦ୍ଧ ବିମାନ ପାଇଲଟ ଅବନୀ ଚର୍ତୁବେଦୀଙ୍କୁ ତା ଆଦର୍ଶ ମାନି ଆସିଛି। ପିଲାଟି ବେଳକୁ ଅବନୀଙ୍କ ଭଳି ହେବାକୁ ତାର ଇଚ୍ଛା ଥିଲା। ସାନିଆ ଦେଶର ଦ୍ୱିତୀୟ ମହିଳା ଭାବେ ଫାଇଟର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛି। ଏଥିପାଇଁ ଆମେ ବହୁତ ଖୁସି।

ସାନିଆଙ୍କ ବାପା ଜଣେ ଟିଭି ମେକାନିକ। ର୍ମିଜାପୁର ଦେହାତ କୋଟଓ୍ୱାଲି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଜାସୋବର ଗାଁରେ ପୂରା ପରିବାର ଲୋକଙ୍କ ସହ ରୁହନ୍ତି ସାନିଆ। ଡିସେମ୍ବର ୨୭ରେ ସେ ପୁଣେରେ ଥିବା ଏନଡିଏରେ ଜଏନ କରିବେ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ। ଟପ୍ପର ହେବା ପରେ ସେ ସେଞ୍ଚୁରିଅନ ଡିଫେନ୍ସ ଏକାଡେମୀରେ ଫାଇଟର ପାଇଲଟ ହେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏନଡିଏ ପରୀକ୍ଷାର ଦ୍ୱିତୀୟ ଉଦ୍ୟମରେ ସେ ସଫଳତା ପାଇଛନ୍ତି। 

Advertisment
Muslim Girl Fighter Jet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ