Advertisment

ଭିକ ମାଗିବାରୁ ଭିକାରୀକୁ ମାଡ଼ ମାରିଲେ, ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ୍‌ କଲେ

ଜଣେ ବ୍ୟକ୍ତି ଯେତେବେଳେ କିଛି କାମ ପାଏ ନାହିଁ। ପରିବାର ପୋଷିବା ଲାଗଇ ସେ ଅସମର୍ଥ ଥାଏ ସେ ସେତେବେଳେ କରିବ କଣ? ପେଟକୁ ମୁଠେ ଦାନା ଯୋଗାଡ଼ କରିବା ଲାଗି ବାଧ୍ୟ ହୋଇ ପର ପାଖରେ ହାତ ପତାଇବ। ଅର୍ଥାତ୍‌ ଭିକ ମାଗିବ। କିନ୍ତୁ ଭିକାରୀ ହେବା କଣ ପାପ? ନା ଅପରାଧ? ରାଜସ୍ଥାନର ଆଜମେର୍‌ରୁ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଅଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ। ଜଣେ ଭିକାରୀ ଭିକ ମାଗୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଗୋଇଁଠା ଉପରେ ଗୋଇଁଠା ମାରିଛନ୍ତି।

ଅଦ୍ୟତନ ହୋଇଛି
muslim-beggar

muslim-beggar

Advertisment

ରାଜସ୍ଥାନ: ଜଣେ ବ୍ୟକ୍ତି ଯେତେବେଳେ କିଛି କାମ ପାଏ ନାହିଁ। ପରିବାର ପୋଷିବା ଲାଗଇ ସେ ଅସମର୍ଥ ଥାଏ ସେ ସେତେବେଳେ କରିବ କଣ? ପେଟକୁ ମୁଠେ ଦାନା ଯୋଗାଡ଼ କରିବା ଲାଗି ବାଧ୍ୟ ହୋଇ ପର ପାଖରେ ହାତ ପତାଇବ। ଅର୍ଥାତ୍‌ ଭିକ ମାଗିବ। କିନ୍ତୁ ଭିକାରୀ ହେବା କଣ ପାପ? ନା ଅପରାଧ? ରାଜସ୍ଥାନର ଆଜମେର୍‌ରୁ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଅଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ। ଜଣେ ଭିକାରୀ ଭିକ ମାଗୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଗୋଇଁଠା ଉପରେ ଗୋଇଁଠା ମାରିଛନ୍ତି। କେବଳ ଗୋଇଁଠା ମାରିଛନ୍ତି ତାହା ନୁହେଁ ବରଂ ଚାପୁଡ଼ା ମଧ୍ୟ ମାରିଛନ୍ତି। ଏହାସହ କହିଛନ୍ତି ଭିକ ମାଗିବା ପାଇଁ ଯଦି ଏତେ ଇଚ୍ଛା ତେବେ ପାକିସ୍ତାନକୁ ଯାଅ। ଏଠି କାହିଁକି ମାଗୁଛୁ?

Advertisment

କେବଳ ଏତିକି ନୁହେଁ ବରଂ କିଛି ସାମଗ୍ରୀକୁ ପୋଡ଼ିବା ଲାଗି ମଧ୍ୟ ତାଙ୍କୁ କୁହାଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖବର ଜଣାପଡ଼ିବା ପରେ ସ୍ଥାନୀୟ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ ମଧ୍ୟ କରିଛି। ତେବେ ଯାହା ବି ହେଉ ଏପରି ହୀନ କାମ କରିଥିବା ବ୍ୟକ୍ତି ଓ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।

Advertisment

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଭିକ ମାଗୁଥିବା ଭିକାରୀଙ୍କୁ ଅନେକ ପ୍ରକାର ଅଜବ ପ୍ରଶ୍ନ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ଆଉ ସେ ପ୍ରଶ୍ନର ଉତ୍ତର ନଦେବାରୁ ତାଙ୍କୁ ମାଡ଼ ହେଉଛି। ଘଟଣା ଘଟିବା ସମୟରେ ମାଡ଼ ଖାଉଥିବା ବ୍ୟକ୍ତିଙ୍କ ପାଖରେ ଏକ ଛୋଟ ପିଲା ଥିବା ସହ ଜଣେ ମହିଳା ମଧ୍ୟ ଛିଡ଼ା ହୋଇଥିଲେ। କିନ୍ତୁ ମାଡ଼ ମାରୁଥିବା ଲୋକ କାହାକୁ ଖାତିର ନକରି ଏପରି ଅପରାଧ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ପୋଲିସ କହିଛି।

India Crime Rajastan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ