Advertisment

ୟୁପି ହିଂସା: କେନ୍ଦ୍ରମନ୍ତ୍ରୀ ପୁଅଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ଦେବା ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

ଅଦ୍ୟତନ ହୋଇଛି
Murder Case Against Union Minister's Son

Murder Case Against Union Minister's Son

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ଦେବା ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଆଶିଷ ମିଶ୍ରଙ୍କ ସମେତ ୧୪ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି। 

Advertisment

ହିଂସାକାଣ୍ଡରେ ତାଙ୍କ ପୁଅଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି। ସେ କହିଛନ୍ତି, ‘ଘଟଣାସ୍ଥଳରେ ମୋ ପୁଅ ଉପସ୍ଥିତ ନଥିଲେ। କିଛି ଦୁର୍ବୃତ୍ତମାନେ ବାଡ଼ି ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ଯଦି ମୋ ପୁଅ ସେଠାରେ ଥାଆନ୍ତା, ତା’ହେଲେ ମୁଁ ଜୀବିତ ଅବସ୍ଥାରେ ବାହାରକୁ ଆସି ନଥାନ୍ତି। ମୋ ପୁଅ (ଉପ-ମୁଖ୍ୟମନ୍ତ୍ରୀଙ୍କ) କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଥିଲା...ମୁଁ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଯାଉଥିଲି।’

ହିଂସାକାଣ୍ଡ ଘଟଣାରେ ୮ ଜଣଙ୍କର ମୃତ୍ୟୁକୁ ନେଇ ପରିସ୍ଥିତି ବିଗୁଡ଼ି ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅଧିକରୁ ଅଧିକ ପୋଲିସ ମୁତୟନ କରାଯାଇଛି। ଏହାସହ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ଲଖିମପୁର ଖେରି ଆସିବାକୁ ଘୋଷଣା କରିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧ୍ଓ୍ୱାଙ୍କୁ ବିମାନରୁ ଓହ୍ଲାଇବାକୁ ନ ଦେବା ଲାଗି ଲକ୍ଷ୍ନୌ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଘର ଆଗରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଅଖିଳେଶ ଲଖିମପୁର ଖେରି ଗସ୍ତ କରିବାକୁ ଥିଲା। ତେବେ ତା’ ପୂର୍ବରୁ ତାଙ୍କ ଘର ଆଗରେ ୟୁପି ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। 

Advertisment

ଅନ୍ୟପକ୍ଷେ, ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ସୀତାପୁର ହରଗାଁଓ ନିକଟରେ ପୋଲିସ୍‌ ଗିରଫ କରିଥିବା ନେଇ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ସୂଚନା ଦେଇଛନ୍ତି।

ଗତକାଲି ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡ଼ି ମାଡ଼ି ଯାଇଥିଲା। ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା। ଏନେଇ ହିଂସାକାଣ୍ଡ ବ୍ୟାପିବାରୁ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସମଗ୍ର ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। 

Advertisment
Farmers Protest UP Violence Union Minister Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ