Advertisment

ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ଲେଖିକାଙ୍କୁ ଦୁଷ୍କର୍ମ, ‘D’ ଗ୍ୟାଙ୍ଗ୍‌ ଧମକ ଦେଇଥିବା ଅଭିଯୋଗ...

ମୁମ୍ବାଇର ଜୁହୁ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ୍‌ରେ ୩୫ ବର୍ଷୀୟା ଲେଖିକାଙ୍କୁ ବିଜ୍‌ନେସ୍‌ମ୍ୟାନ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ଡୋଇଛି। ଅଣ୍ଡରୱାର୍ଲଡ୍‌ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ନାଁ ନେଇ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଧମକ ଦେଇଥିଲେ।

Mumbai Writer Raped In 5-Star

Mumbai Writer Raped In 5-Star

Advertisment

୩୫ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ୍‌ ୭୫ ବର୍ଷୀୟ ବିଜ୍‌ନେସ୍‌ମ୍ୟାନ୍‌ଙ୍କୁ ଗିରଫ କରିଛି। ପୋଲିସ୍‌ ସୂଚନା ଅନୁସାରେ, ମୁମ୍ବାଇର ଜୁହୁ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ୍‌ରେ ୩୫ ବର୍ଷୀୟା ଲେଖିକାଙ୍କୁ ବିଜ୍‌ନେସ୍‌ମ୍ୟାନ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ଡୋଇଛି।

Advertisment

ସୂଚନା ଅନୁସାରେ, ଅଣ୍ଡରୱାର୍ଲଡ୍‌ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ନାଁ ନେଇ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଯଦି ସେ ଏନେଇ ପୋଲିସ୍‌ରେ ଅଭିଯୋଗ କରନ୍ତି, ତା’ହେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଅଭିଯୁକ୍ତ ଧମକ ଦେଇଥିଲେ। 

ମହିଳା ଜଣକ ଅଭିଯୋଗ ଆଣିଛନ୍ତି ଯେ, ବିଜ୍‌ନେସ୍‌ମ୍ୟାନ୍‌ଙ୍କ ବିରୋଧରେ ଅଭିଯୋଗ ନକରିବା ଲାଗି ତାଙ୍କୁ ‘ଡି’ ଗ୍ୟାଙ୍ଗ୍‌ ପକ୍ଷରୁ କଲ୍‌ କରି ଧମକ ଦିଆଯାଇଥିଲା। ବ୍ୟକ୍ତି ଜଣକ ମହିଳାଙ୍କ ଠାରୁ ୨ କୋଟି ଟଙ୍କା ନେଇ ଏହାକୁ ଆଉ ଫେରାଇ ନଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment
D Gang Woman Raped Mumbai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ