Advertisment

ED କୁ ହାଇକୋର୍ଟଙ୍କ ଛାଟ; ଏଣିକି ବିଳମ୍ବିତ ରାତିରେ କରିପାରିବେନି ଜେରା..

ବମ୍ବେ ହାଇକୋର୍ଟଙ୍କ ବଡ଼ ରାୟ। ଜଣେ ବୃଦ୍ଧଙ୍କ ମାମଲାର ଶୁଣାଣି ବେଳେ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଏଣିକି ରାତିରାତି ଧରି ପଚରାଉଚରା କରିପାରିବେନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଅଦ୍ୟତନ ହୋଇଛି
Bombay High Court to ED

Bombay High Court

Advertisment

ଏଣିକି ରାତିରାତି ଧରି ପଚରାଉଚରା କରିପାରିବେନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ବମ୍ବେ ହାଇକୋର୍ଟଙ୍କ ବଡ଼ ରାୟ। ଜଣେ ବୃଦ୍ଧଙ୍କ ମାମଲାର ଶୁଣାଣି ବେଳେ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଶୋଇବା ସମସ୍ତଙ୍କ ମୌଳିକ ଅଧିକାର, ଏହାକୁ କେହି ବି ଉଲଙ୍ଘନ କରିପାରିବେ ନାହିଁ। ତେବେ କୌଣସି ତଦନ୍ତକାରୀ ସଂସ୍ଥା ଏ ନିୟମର ଉଲଙ୍ଘନ କରିପାରିବେ ନାହିଁ।

Advertisment

ବମ୍ବେ ହାଇକୋର୍ଟ ଜଷ୍ଟିସ୍‌ ରେବତୀ ମୋହିତ ଡେରେ ଏବଂ ଜଷ୍ଟିସ ମଞ୍ଜୁସା ଦେଶପାଣ୍ତେଙ୍କ ଖଣ୍ତପୀଠ ଏକ ମାମଲାର ଶୁଣାଣି ବେଳେ ଏହି ରାୟ ଶୁଣାଇଛନ୍ତି। ସୂଚନା ମୁତାବକ ମନି ଲଣ୍ତରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜଣେ ୬୪ ବୟସର ବୃଦ୍ଧଙ୍କୁ ପଚରାଉଚରା କରିଥିଲା। ED ର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ବୃଦ୍ଧ ଜଣକ।

ଶୁଣାଣି ବେଳେ ବୃଦ୍ଧ ରାମ ଇସରାଣୀ କହିଥିଲେ ଯେ ଏହି ଗିରଫଦାରୀ ବେଆଇନ୍‌। କାହିଁକି ନା ସେ ତଦନ୍ତ ବେଳେ ED କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏମିତିକି ସମନ ଅନୁଯାୟୀ ସେ ୨୦୨୩ ଅଗଷ୍ଟ ୭ ରେ ED ରେ ହାଜର ହୋଇଥିଲେ। ଯେଉଁଠି ତାଙ୍କୁ ରାତିସାରା ପଚରାଉଚରା କରାଯାଇଥିଲା ଏବଂ ସକାଳେ ତାଙ୍କୁ ଗିରଫ କରାଯାଇଥିଲା।

Advertisment

ହାଇକୋର୍ଟରେ ED ପକ୍ଷରୁ ଲଢୁଥିବା ଓକିଲ କହିଛନ୍ତି ଯେ, ରାମ ଇସାରାଣୀ ରାତିସାରା ତଦନ୍ତ ପାଇଁ ରାଜି ହୋଇଥିଲେ। ରାମଙ୍କ କହିବାନୁଯାୟୀ ED ତାଙ୍କୁ ରାତି ୩ଟା ଯାଏ ପଚରାଉଚରା କରିଥିଲା। ତେବେ ସବୁ ପକ୍ଷର ଉତ୍ତର ଶୁଣିବା ପରେ ଜଜ୍‌ଙ୍କ ଖଣ୍ତପୀଠ ରାମଙ୍କ ଗିରଫଦାରୀ ଆବେଦନ ଖାରଜ କରିଥିଲେ। କିନ୍ତୁ ସେ କହିଥିଲେ ଯେ, ତଦନ୍ତର ଏପରି ପ୍ରକ୍ରିୟାକୁ କେବେ ବି କୋର୍ଟ ପକ୍ଷରୁ ସହମତି ମିଳିବ ନାହିଁ। କାହିଁକି ନା ରାତିସାରା ପଚରାଉଚରା ମଣିଷର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିଥାଏ।

Bombay High Court Money Laundering Case Enforcement Directorate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ