Advertisment

ପ୍ରବଳ ବର୍ଷା କାରଣରୁ ଘର ଭୁଶୁଡ଼ି ୩୦ ମୃତ

ମୁମ୍ବାଇରେ ରାତିସାରା ପ୍ରବଳ ବର୍ଷା କାରଣରୁ ଘର ଭୁଶୁଡ଼ି ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଟ୍ରେନ୍ ଏବଂ ଟ୍ରାଫିକ୍ ସେବା ମଧ୍ୟ ପ୍ରଭାବିତ ହୋଇଛି।

ପ୍ରବଳ ବର୍ଷା କାରଣରୁ ଘର ଭୁଶୁଡ଼ି ୩୦ ମୃତ

Mumbai Rain

Advertisment

ମୁମ୍ବାଇ : ମୁମ୍ବାଇରେ ରାତିସାରା ପ୍ରବଳ ବର୍ଷା କାରଣରୁ ଘର ଭୁଶୁଡ଼ି ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଟ୍ରେନ୍ ଏବଂ ଟ୍ରାଫିକ୍ ସେବା ମଧ୍ୟ ପ୍ରଭାବିତ ହୋଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇ ମ୍ୟୁନିସିପାଲିଟି କମିଶନର ଆଇଏସ ଚହଲଙ୍କ ସହ କଥା ହୋଇ ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରିଥିଲେ। ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ୍‌, ମ୍ୟୁନିସିପାଲିଟି କର୍ମଚାରୀ, ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମଧ୍ୟ ସନ୍ଧ୍ୟା ୬ଟାରେ ଏକ ବୈଠକ ଡାକିଥିଲେ।

Advertisment

ପଶ୍ଚିମ ରେଳବାଇ ଏବଂ କେନ୍ଦ୍ରୀୟ ରେଳବାଇରେ ପ୍ରବଳ ବର୍ଷା ହେତୁ ମୁମ୍ବାଇର ଉପାନ୍ତ ସହର ଟ୍ରେନ୍ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି ଏବଂ ବହୁ ଦୂରଗାମୀ ଟ୍ରେନ୍ ଡାଇଭର୍ଟ ହୋଇଛି କିମ୍ବା ଅନ୍ୟ ଷ୍ଟେସନରୁ ଚଳାଚଳ କରୁଛି ବୋଲି ଅଧିକାରୀମାନେ କହିଛନ୍ତି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନରେ ଜଣେ ବ୍ୟକ୍ତିଙ୍କ ଘରର କାନ୍ଥ ଭୂଷୁଡି ଯିବାରୁ କାନ୍ଥ ତଳେ ପୋତି ହୋଇ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ମୁମ୍ବାଇର ଭାସି ନାକାରେ ରାତି ପ୍ରାୟ ୧ଟା ସମୟରେ ଏକ ଗଛ ଉପୁଡିଯିବାରୁ ଏହା ନିକଟରେ ଥିବା ଏକ ଘର ଉପରେ ପଡିଥିଲା। ଫଳରେ ଘରର କାନ୍ଥ ଭୁଶୁଡି ପଡିଥିବା ଅଧିକାରୀ କହିଛନ୍ତି। ଏହି ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ପ୍ରବଳ ବର୍ଷା ହେତୁ ମୁମ୍ବାଇର ବିଖରୋଲି ଉପକଣ୍ଠରେ ରାତି ପ୍ରାୟ ୨ଟା ୩୦ ସମୟରେ ଭୂସ୍ଖଳନ ହୋଇ ୬ଟି ମାଟି ଘର ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି ବୋଲି କୁହାଯାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଉପାନ୍ତ ସହର ଭଣ୍ଡୁପରେ ବନ ବିଭାଗ ପରିସରର କାନ୍ଥ ଭୁଶୁଡ଼ିବା ପରେ ୧୬ ବର୍ଷର ବାଳକର ମୃତ୍ୟୁ ଘଟିଥିଲା।

ରେଳ ଅଧିକାରୀ କହିଛନ୍ତି ଯେ ରାତାରାତି ପ୍ରବଳ ବର୍ଷା ହେତୁ ଟ୍ରାକ୍‌ରେ ପାଣି ଚାଲିବା କାରଣରୁ କେନ୍ଦ୍ରୀୟ ରେଳବାଇ ଏବଂ ପଶ୍ଚିମ ରେଳବାଇର ଉପାନ୍ତ ଟ୍ରେନ୍ ସେବାଗୁଡିକ ସ୍ଥଗିତ ରହିଛି। ଏହି ବର୍ଷା ଜୁଲାଇ ୨୬, ୨୦୦୫ର ୨୪ ଘଣ୍ଟାରେ ୯୪୪ ମିଲିମିଟର ବର୍ଷାକୁ ମନେ ପକେଇଦେଇଛି। ବୃହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେଡ୍‌ ଆଲର୍ଟ ଜାରି କରିଛି।

Advertisment

ଆଇଏମ୍‌ଡି କହିଛି ଯେ ରବିବାର ସକାଳ ୬.୩୦ ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଗତ ୧୨ ଘଣ୍ଟା ମଧ୍ୟରେ ୧୨୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଏହା ପୂର୍ବାନୁମାନ କରିଛି ଯେ ମୁମ୍ବାଇରେ କେତେକ ସ୍ଥାନରେ 'ପ୍ରବଳରୁ ଅତି ପ୍ରବଳ' ବର୍ଷା ହେବ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବ। ଆଇଏମ୍‌ଡି ଅନୁଯାୟୀ୨୪ ଘଣ୍ଟା ମଧ୍ୟରେ ୧୧୫.୬ ମିଲିମିଟରରୁ ୨୦୪.୪ ମିଲିମିଟର ମଧ୍ୟରେ ବର୍ଷା ପ୍ରବଳ ବର୍ଷିବ।

Mumbai Rain Upadate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ