Advertisment

ପାକିସ୍ତାନ ନମ୍ବରରୁ ଆସିଲା ମେସେଜ୍‌: ପୁଣି ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣ ଧମକ

ମୁମ୍ବାଇ ପୋଲିସ୍‌ ଟ୍ରାଫିକ୍‌ କଣ୍ଟ୍ରୋଲକୁ ଏକ ପାକିସ୍ତାନୀ ନମ୍ବରରୁ ହ୍ୱାଟ୍ସଆପ୍‌ରେ ଏହି ଧମକପୂର୍ଣ୍ଣ ମେସେଜ୍‌ ଆସିଛି। ସହରରେ ୨୬/୧୧ ଭଳି ଆକ୍ରମଣ କରି ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।

Mumbai Police receives threat of '26/11 style' attacks

Mumbai Police receives threat of '26/11 style' attacks

Advertisment

ପୁଣି ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣ ଧମକ। ଶନିବାର ଦିନ ମୁମ୍ବାଇ ପୋଲିସ୍‌ ଟ୍ରାଫିକ୍‌ କଣ୍ଟ୍ରୋଲକୁ ଏକ ପାକିସ୍ତାନୀ ନମ୍ବରରୁ ହ୍ୱାଟ୍ସଆପ୍‌ରେ ଏହି ଧମକପୂର୍ଣ୍ଣ ମେସେଜ୍‌ ଆସିଛି। ସହରରେ ୨୬/୧୧ ଭଳି ଆକ୍ରମଣ କରି ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ମେସେଜ୍‌ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ କିମ୍ବା କେବେ ଆକ୍ରମଣ ହେବ ସେନେଇ କିଛି ଜଣାପଡ଼ିନି। 

Advertisment

ମେସେଜ୍‌ରେ ଦାବି କରାଯାଇଛି ଯେ, ସହରରେ ପାକିସ୍ତାନୀ ଉଗ୍ରବାଦୀଙ୍କ ଦ୍ୱାରା ୨୬/୧୧ ଭଳି ପୁଣି ଆତଙ୍କବାଦୀ ଆକ୍ରମଣ ହେବ। ଯାହାକି ପୁଣିଥରେ ଏହି ଆକ୍ରମଣକୁ ପୁନର୍ଜୀବିତ କରିବ। ଯଦି ପୋଲିସ୍‌ ତାଙ୍କ ଲୋକ୍‌ସନ୍‌ ଟ୍ରେସ୍‌ କରିବାକୁ ଚେଷ୍ଟା କରିବ, ତା’ହେଲେ ମୁମ୍ବାଇରେ ଆକ୍ରମଣ ହେବ। ଏନେଇ ମେସେଜ୍‌ କରିଥିବା ବ୍ୟକ୍ତି ଜଣକ ଧମକ ଦେଇଛନ୍ତି। ଆକ୍ରମଣ ପାଇଁ ଭାରତରେ ୬ ଜଣ ଲୋକ ଯୋଜନା ଚଳାଇଥିବା ଏହି ଧମକପୂର୍ଣ୍ଣ ମେସେଜରେ କୁହାଯାଇଛି।

ଘଟଣାକୁ ନେଇ ମୁମ୍ବାଇ ପୋଲିସ୍‌ ଗୁରୁତ୍ୱର ସହ ନେବା ସହ ତଦନ୍ତ ଆରମ୍ଭ କରିଛି। ଏହାସହ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ଏସମ୍ପର୍କରେ ଅବଗତ କରାଯାଇଛି। ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦିଆଯାଇ ଥିବାରୁ ATS ଓ ରାଇଗଡ଼ ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଟ୍ରାଫିକ୍‌ ଡିପାର୍ଟମେଣ୍ଟ ପକ୍ଷରୁ କୌଣସି FIR ରୁଜୁ କରାଯାଇ ନାହିଁ। କିନ୍ତୁ ମୁମ୍ବାଇ ପୋଲିସ୍‌ ଏହି ଘଟଣାରେ suo motu କଗ୍ନିଜାନ୍ସ ଗ୍ରହଣ କରିବ। 

Advertisment
Mumbai Police Mumbai Terror Attack 26/11 Terror Attacks
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ