Advertisment

ଲାଉଡ୍‌ସ୍ପିକର ବିବାଦକୁ ନେଇ ଆଲର୍ଟରେ ମୁମ୍ବାଇ, ରାଜ୍‌ ଠାକ୍‌ରେଙ୍କ ବିରୋଧରେ ମାମଲା ରୁଜୁ

ରାଜ୍‌ ଠାକ୍‌ରେଙ୍କ ବାସଭବନ ସାମ୍ନାରେ ଏକତ୍ରିତ ହୋଇଥିବା ଦଳୀୟ କର୍ମୀଙ୍କୁ ମୁମ୍ବାଇ ପୋଲିସ୍‌ ଉଠାଇ ନେଇଛି। ପ୍ରାୟ ୨୬୦ ଏମ୍‌ଏନ୍‌ଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍‌ ଉଠାଇ ନେଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Loudspeaker Row In Mumbai

Loudspeaker Row In Mumbai

Advertisment

ମହାରାଷ୍ଟ୍ରରେ ଲାଉଡ୍‌ସ୍ପିକର ବିବାଦ ଥମିବାର ନାଁ ଧରୁନି। ମୁମ୍ବାଇ ଓ ଏହା ନିକଟରେ ଥିବା ଅଧିକାଂଶ ମସ୍‌ଜିଦ୍‌ରେ ଆଜି ସକାଳେ ଅଜାନ୍‌ ସମୟରେ ଲାଉଡ୍‌ସ୍ପିକର ବନ୍ଦ ରଖାଯାଇଥିବା ସୂଚନା ମିଳିଛି। ଯେଉଁଠାରେ ଅଜାନ୍‌ ପାଠ କରାଯିବ ସେଠାରେ ହନୁମାନ ଚାଳିଶା ପାଠ କରାଯିବ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ୍‌ ଠାକ୍‌ରେ ଧମକ ଦେଇଥିଲେ। ଏନେଇ ଆଜି ସକାଳେ ଅଜାନ୍‌ ସମୟରେ ଅଧିକାଂଶ ମସ୍‌ଜିଦ୍‌ରେ ଲାଉଡ୍‌ସ୍ପିକର ବନ୍ଦ ଥିଲା। କିଛି ସ୍ଥାନରେ କମ୍‌ ସାଉଣ୍ଡରେ ଲାଉଡସ୍ପିକର ଲଗାଯାଇଥିଲା। 

Advertisment

ରାଜ୍‌ ଠାକ୍‌ରେଙ୍କ ବାସଭବନ ସାମ୍ନାରେ ଏକତ୍ରିତ ହୋଇଥିବା ଦଳୀୟ କର୍ମୀଙ୍କୁ ମୁମ୍ବାଇ ପୋଲିସ୍‌ ଉଠାଇ ନେଇଛି। ପ୍ରାୟ ୨୬୦ ଏମ୍‌ଏନ୍‌ଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍‌ ଉଠାଇ ନେଇଥିବା ଜଣାପଡ଼ିଛି।  ସେହିପରି ପୁଣେରେ ୮ ଜଣ ଏମ୍‌ଏନ୍‌ଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। 

ରାଜ୍‌ ଠାକ୍‌ରେଙ୍କ ବିରୋଧରେ ପୋଲିସ ଅପରାଧିକ ମାମଲା ରୁଜୁ କରିଛି। ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ରାଜ୍‌ ଠାକ୍‌ରେଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ରାଜ୍‌ ଠାକ୍‌ରେଙ୍କ ବିରୋଧରେ ପୋଲିସ୍‌ ମାମଲା ରୁଜୁ କରିବା ନେଇ ଦଳୀୟ ନେତା ସନ୍ଦୀପ ଦେଶପାଣ୍ଡେ ପ୍ରତିକ୍ରିୟା ରଖିଛନ୍ତି।

Advertisment

ସନ୍ଦୀପ ଦେଶପାଣ୍ଡେ କହିଛନ୍ତି, ‘ଯଦି ରାଜ୍‌ ଠାକ୍‌ରେଙ୍କୁ ଗିରଫ କରାଯାଏ, ତା’ହେଲେ ପରିଣତି ଭୟାନକ ହେବ। ତେବେ ଏହି ମାମଲାରେ ଠାକ୍‌ରେଙ୍କୁ ଶୀଘ୍ର ଗିରଫ କରାଯିବ ନାହିଁ। ଏନେଇ ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଜାତୀୟ ଗଣମାଧ୍ୟମ ସଂସ୍ଥା TOIକୁ ସୂଚନା ଦେଇ କହିଛନ୍ତି, ‘ଆମେ ରାଜ୍‌ ଠାକ୍‌ରେଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛୁ। ଯେପର୍ଯ୍ୟନ୍ତ ତଦନ୍ତ ଚାଲିଛି, ସେପର୍ଯ୍ୟନ୍ତ ଯାଏ ତାଙ୍କୁ ହଠାତ୍‌ ଗିରଫ କରାଯିବନି।’

ସୂଚନାଥାଉ କି, ୨ ଦିନ ପୂର୍ବେ ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ୍‌ ଠାକ୍‌ରେ ଔରଙ୍ଗାବାଦରେ ଏକ ବଡ଼ ସମାବେଶରେ ଲାଉଡ୍‌ସ୍ପିକର ସମ୍ବନ୍ଧିତ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। 

Advertisment
Loudspeaker Row Raj Thackeray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ