Advertisment

‘ମାଆ ମତେ ଜନ୍ମ ଦେଇଛି, ହେଲେ ମୋ ଶାଶୂ ମତେ ନୂଆ ଜୀବନ ଦେଇଛନ୍ତି’

ଶାଶୂ-ବୋହୂର ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହେ । କାରଣ ଏମାନଙ୍କ ମଧ୍ୟରେ କଳି-ଝଗଡା ହେବା ଏକ ନିତିଦିନିଆ କଥା...ହେଲେ ଏମିତି ଘଟଣା ଏବେ ଚର୍ଚ୍ଚାକୁ ଆସିଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଏ ଶାଶୂ ଜଣକ ନିଜ ଜୀବନକୁ ବିପଦରେ ପକାଇ ବୋହୂକୁ ଦେଇଦେଇଛନ୍ତି କିଡନୀ । ଆଉ ଶାଶୂଙ୍କ ମହାନତାକୁ ନେଇ ଏବେ ସବୁଠୁ ଛୁଟୁଛି ପ୍ରଶଂସା...

ଅଦ୍ୟତନ ହୋଇଛି
Kidney Transplantation

Kidney Transplantation

Advertisment

ବାସ୍ତବରେ ଏମିତି ହେବା କଥା ଶାଶୂବୋହୂ ସଂପର୍କ। କାନ ଉଠିଲା ଦିନରୁ ଆମେ ଶୁଣି ଆସିଛନ୍ତି, ଶାଶୂବୋହୂ ସଂପର୍କ ହେଉଛି ଦୁନିଆର ସବୁଠୁ ଖରାପ ସଂପର୍କ। କିନ୍ତୁ ଆମ କାହାଣୀର ଏହି ଶାଶୂ ବୋହୂଙ୍କ କଥା ଜାଣିଲେ ଆପଣ ନିଶ୍ଚୟ ଖୁସି ହୋଇଯିବେ। କାରଣ ଏଠି ବୋହୂ ପାଇଁ ଦେବଦୂତ ସାଜିଛନ୍ତି ଶାଶୂ। ନିଜ ଜୀବନକୁ ବାଜି ଲଗାଇ ବୋହୂକୁ କିଡନୀ ଦାନ କରି ତା ଜୀବନ ବଂଚାଇଛନ୍ତି।

Advertisment

ଏମିତି ଘଟଣା ଆମେ ହୁଏତ କମ୍‌ ଦେଖିଥିବା। ଯେଉଁଠି ଶାଶୂଟିଏ ପାଲଟି ଯାଇଛି, ଜନ୍ମକଲା ମାଆଠାରୁ ବି ଅଧିକ ସ୍ନେହମୟୀ। ଭେଟନ୍ତୁ, ମହାରାଷ୍ଟ୍ରର ଏହି ଶାଶୂ ବୋହୂଙ୍କୁ। ଯାହାଙ୍କ ମଧୁର ସଂପର୍କକୁ ନେଇ ଏବେ ଦେଶର ସୋସିଆଲ୍‌ ମିଡିଆରେ ଖୁବ୍ ଚର୍ଚ୍ଚା, ଆଉ ଖୁବ୍ ପ୍ରଶଂସା।

ଟିଭି ସିରିଏଲ୍‌ରେ ଶାଶୁବୋହୂଙ୍କ କଳିରୁ ଦର୍ଶକ ବେଶ୍‌ ମଜା ନିଅନ୍ତି। କେତେବେଳେ ଛକାପଞ୍ଝା ତ କେତେବେଳେ ଟଣାଓଟରା। ସାମଗ୍ରିକ ଭାବରେ କହିଲେ, ଆମେ ଶାଶୁ-ବୋହୂ ଝଗଡ଼ା ଦେଖିବାକୁ ଭଲ ପାଆନ୍ତି। ସେଥିପାଇଁ ଏହା କୁହାଯାଇ ପାରିବ ଯେ, ମହାରାଷ୍ଟ୍ରର ଏହି ବୟସ୍କା ମହିଳା ପ୍ରଭା ମୋଟା, ନିଜ ବୋହୂ ଅମିଷାଙ୍କୁ କିଡନୀ ଦାନ କରି ଏକ ଭଲ ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

ମହାରାଷ୍ଟ୍ରର କଂଗ୍ରେସ ନେତା ସଚିନ ସାୱନ୍ତ ଏହି ଶାଶୂ ବୋହୂଙ୍କ ଭିଡିଓ ଟ୍ୱିଟ୍‌ କରିବା ପରେ, ଘଟଣା ସାମ୍ନାକୁ ଆସିଥିଲା। ସଚିନ ଲେଖିଛନ୍ତି, ଆମ କଲୋନୀରେ ରହୁଥିବା ପ୍ରଭା-ଜୀଙ୍କ ପରି ଜଣେ ନିଆରା ବ୍ୟକ୍ତିତ୍ୱକୁ ସମାଜର ଅନ୍ୟ ମହିଳା ଅନୁସରଣ କରିବା ଉଚିତ୍‌।

Advertisment

ପୂରା ଘଟଣାଟି ଏହିପରି। ୨୦୨୨ ମସିହା ନଭେମ୍ବର ମାସରେ ୪୩ ବର୍ଷୀୟା ଅମିଷା କିଡନୀ ରୋଗରେ ଆକ୍ରାନ୍ତ ହେଲେ। ଡାକ୍ତର ପରାମର୍ଶ ଦେଲେ, ତୁରନ୍ତ କିଡନୀ ପ୍ରତିରୋପଣ କର। କିନ୍ତୁ ହଠାତ୍ କିଡନୀ କୋଉଠୁ ମିଳିବ। ତେଣୁ ଚିନ୍ତାରେ ପଡ଼ିଗଲେ ଅମିଷା ଓ ତାଙ୍କ ସ୍ୱାମୀ ଜିତେଶ। ସ୍ୱାମୀଙ୍କୁ ଡାଇବେଟିସ୍‌ ହୋଇଥିବାରୁ ସେ କିଡନୀ ଦେଇପାରିବେ ନାହିଁ। ତେବେ ସମସ୍ତଙ୍କ ଚିନ୍ତା ହାଲୁକା କରିଦେଲେ ଅମିଷାଙ୍କ ଶାଶୂ ପ୍ରଭା। ବୋହୂର କାନ୍ଦ ସେ ସହିପାରିଲେ ନାହିଁ। ତେଣୁ ନିଷ୍ପତ୍ତି ନେଲେ ସେ ତାଙ୍କ ସୁନାନାକି ବୋହୂକୁ ନିଜର ଗୋଟିଏ କିଡନୀ ଦେଇଦେବେ। ଶେଷରେ ସେଇଆ ହେଲା, ଡାକ୍ତରୀ ପରୀକ୍ଷା ନିରୀକ୍ଷା ପରେ ବୋହୂକୁ କିଡନୀ ଦେଲେ ଶାଶୂ, ଆଉ ଦେଶର ଶାଶୂମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କଲେ।

ଗଣମାଧ୍ୟମକୁ ଶାଶୂ କହିଛନ୍ତି- ‘ମୋର କେହି ଝିଅ ନାହାନ୍ତି। ମୁଁ ମୋ ତିନି ବୋହୂଙ୍କୁ ମୁଁ ନିଜ ଝିଅ ଭଳି ଦେଖେ। ଯେତେବେଳେ ମୁଁ ଅମିଷାର କାନ୍ଦ ଦେଖିଲି, ନିଜକୁ ଆଉ ଅଟକାଇ ପାରିଲି ନାହିଁ।’ ସେହିପରି ବୋହୂ ଅମିଷା କହିଛନ୍ତି- ‘ମୋ ମାଆ ସିନା ମତେ ଜନ୍ମ ଦେଇଛି, କିନ୍ତୁ ମୋ ଶାଶୂ ମତେ ନୂଆ ଜୀବନ ଦେଇଛନ୍ତି।’ ସତରେ ଶାଶୂବୋହୂଙ୍କ ଭିତରେ ଏ ସଂପର୍କ ଖୁବ୍ ନିଆରା।

Special Story Mother In Law And Daughter In Law Relationship Kidney Transplantation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ