ଆଇସକ୍ରିମ୍‌ରୁ ବାହାରିଲା କଟା ଆଙ୍ଗୁଠି, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଆଇସକ୍ରିମ୍‌ରୁ ବାହାରିଲା କଟା ଆଙ୍ଗୁଠି । ମୁମ୍ବାଇରେ ଘଟିଛି ଏହି ଘଟଣା ।

Ice Cream

ଆଇସକ୍ରିମ୍‌ରୁ ବାହାରିଲା କଟା ଆଙ୍ଗୁଠି । ମୁମ୍ବାଇରେ ଘଟିଛି ଏହି ଘଟଣା । ଜଣେ ଡାକ୍ତର ଆଇସକ୍ରିମରେ ମାନବ ଆଙ୍ଗୁଠିର ଏକ ଅଂଶ ପାଇଛନ୍ତି । ଉକ୍ତ ଆଇସକ୍ରିମ୍‌କୁ ସେ ଅନଲାଇନ ଯୋଗେ ମଗାଇଥିଲେ । ପରେ ଆଇସକ୍ରିମ୍‌ ଖୋଲି ଖାଇବା ବେଳେ ବାହାରିଥିଲା ମାନବ ଶରୀରର କଟା ଆଙ୍ଗୁଠି ।

ଉକ୍ତ ଆଙ୍ଗୁଠିକୁ ବରଫରେ ସଂରକ୍ଷଣ କରି ରଖିବା ପରେ ସେ ପୋଲିସରେ ଅଭିଯୋଗ ଦାଖଲ କରିଥିଲେ । ଏନେଇ ପୋଲିସ ତଦନ୍ତ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଉକ୍ତ ଆଙ୍ଗୁଠିର ଫୋରେନସିକ୍ ବିଶ୍ଳେଷଣ କରିବାକୁ ଲ୍ୟାବ୍‌କୁ ପଠାଇଛି ଓ ଯାଞ୍ଚ କରୁଛି । ତେବେ ଉକ୍ତ ଆଙ୍ଗୁଠିର ଲମ୍ବ ପ୍ରାୟ ୧.୫ ସେମି ବୋଲି ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: ବାଣ କାରିଗରଙ୍କ ଅଦ୍ଭୁତ କଳା ! ବାଣରେ ସ୍ୱର୍ଗକୁ ପକାଇଲେ ସିଡ଼ି, ଦେଖନ୍ତୁ ଭିଡିଓ...

ଘଟଣାକୁ ନେଇ ମୁମ୍ବାଇ ଡିସିପି ଆନନ୍ଦ ଭୋଏତ୍ କହିଛନ୍ତି, ଆଜି ଆଇପିସି ଧାରା ୨୭୨, ୨୭୩ ଏବଂ ୩୩୬ ଅନୁଯାୟୀ ଏକ FIR ପଞ୍ଜୀକୃତ ହୋଇଛି । ବୁଧବାର ଦିନ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ମାଲାଦର ଓରଲେମର ବାସିନ୍ଦା ବ୍ରାଣ୍ଡେନ୍ ଫେରାରୋ ଏକ ଅନଲାଇନ୍ ଆପ୍ ମାଧ୍ୟମରେ ତିନୋଟି ଆଇସ୍ କ୍ରିମ୍ ଅର୍ଡର କରିଥିଲେ ।

ସେଥିମଧ୍ୟରୁ ଗୋଟିଏ ୟମ୍ମୋର ଏକ ବଟରସ୍କ୍ରଚ୍ ଆଇସସ୍କ୍ରିମ୍ ଥିଲା । ଉକ୍ତ ଆଇସସ୍କ୍ରିମ୍ ଖାଇବା ବେଳେ ଫେରାରୋ କିଛି ଅଦ୍ଭୁତ ପ୍ରକାର ଅନୁଭବ କରିଥିଲେ । ତାଙ୍କ ପାଟିରେ ଉକ୍ତ ମାନବ ଆଙ୍ଗୁଠିର ଏକ ଅଂଶ ପଳାଇଥିଲା । ସେ ଏହାକୁ ଦେଖି ଗଭୀର ଭାବେ ମାନସିକ ଆଘାତ ପାଇଥିଲେ । ପରେ ଠିକ ଅନୁଭବ କରିବା ପରେ ସେ ଉକ୍ତ ଆଙ୍ଗୁଠିକୁ ବରଫରେ ସଂରକ୍ଷଣ କରି ପୋଲିସ ପାଖରେ ପହଞ୍ଚିଥିଲେ ।

ତେବେ ଅଧିକ ଯାଞ୍ଚ ପାଇଁ ଆଇସକ୍ରିମ୍‌କୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି । ପ୍ୟାକିଂ ପ୍ରକ୍ରିୟା ସମୟରେ ଏହି ଘଟଣା ପାଇଁ ଅନ୍ୟ ଆଇସକ୍ରିମ୍ ମଧ୍ୟ ଖରାପ ହୋଇଥାଇପାରେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।