Fire breaks out
ଅଚାନକ୍ ବିଲ୍ଡିଂରେ ଲାଗିଲା ନିଆଁ । ଲୋକେ ଦ୍ୱିପ୍ରହର ସମୟରେ ଟିକିଏ ବିଶ୍ରାମ କରୁଥିବା ବେଳେ ଏକ ବିଲ୍ଠିଂରେ ନିଆଁ ଲାଗିଥିବା ଜଣାପଡ଼ିଛି । ମୁମ୍ବାଇର କୁର୍ଲା (Kurla Fire) ଅଞ୍ଚଳରେ ଥିବା ଏକ କୋଠାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ବର୍ତ୍ତମାନ ଚାରୋଟି ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ହେଲେ ନିଆଁରୁ ରକ୍ଷା ପାଇବା ପାଇଁ ଲୋକମାନେ ଝରକା ଭାଙ୍ଗି ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ ।
କୁର୍ଲା ଅଞ୍ଚଳର ଏକ ଆବାସିକ ବିଲ୍ଡିଂରେ କୌଣସି କାରଣରୁ ଆଜି ନିଆଁ ଲାଗି ଯାଇଥିଲା । ହଠାତ୍ କୋଠାର ମଧ୍ୟ ଭାଗରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ନିଆଁକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରାଯାଇଛି । ଦମକଳ ବାହିନୀ ନିଆଁ ଲିଭାଇବା ପାଇଁ ଲାଗି ପଡ଼ିଛନ୍ତି । ନିଆଁକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଭୟରେ କିଛି ଲୋକ ଝରକାରୁ ଡେଇଁ ପଡ଼ିଥିବା ବେଳେ ଆଉ କିଛି ଝୁଲିଥିବା ସୂଚନା ମିଳିଛି । ସେପଟେ ଅଗ୍ନିକାଣ୍ଡର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ।
ଆଜି ଦ୍ୱିପ୍ରହର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମୁମ୍ବାଇ ଅଗ୍ନିଶମ ବାହିନୀ ଅନୁସାରେ, ଆଜି ଦ୍ୱିପ୍ରହର ୨.୪୩ ସମୟରେ କୁର୍ଲା ଅଞ୍ଚଳରୁ ଅଗ୍ନିକାଣ୍ଡ ଘଟିଥିଲା ​​ଏବଂ ଏପର୍ଯ୍ୟନ୍ତ କୌଣସି ମୃତାହତ ସମ୍ପର୍କରେ ସୂଚନା ନାହିଁ । ଘଟଣାସ୍ଥଳରେ ଚାରୋଟି ଅଗ୍ନିଶମ ଗାଡ଼ି ଉପସ୍ଥିତ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us