Advertisment

ବିଜେପି ସହ କଥା ହୋଇଥିଲେ କି ଏନସିବି ଅଧିକାରୀ ଓ୍ୱାଙ୍ଖଡ଼େ?

ଦିନକୁ ଦିନ ଅଧିକ ଘନଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି ଏନସିବି ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ ଏନସିବି ଓ ଏହାର ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ

undefined

Aryan Khan

Advertisment

ମୁମ୍ବାଇ: ଦିନକୁ ଦିନ ଅଧିକ ଘନଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି ଏନସିବି ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ ଏନସିବି ଓ ଏହାର ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ। ସେ ଅଭିଯୋଗ କରିଛନ୍ତି, କ୍ରୁଜ୍ ରେଭ୍ ପାର୍ଟିରେ ଧରାପଡ଼ିଥିବା ୩ ଜଣଙ୍କୁ ଛାଡ଼ି ଦେଇଛି ଏନସିବି ସମୀର ଓ୍ୱାଙ୍ଖଡ଼େ ପ୍ରଥମେ କହିଥିଲେ, ୮-୧୦ ଜଣଙ୍କୁ ଅଟକ ରଖାଯାଇଛି। କିନ୍ତୁ ପ୍ରକୃତରେ ସେତେବେଳେ ୧୧ ଜଣ ଏନସିବି କବଜାରେ ଥିଲେ ।

Advertisment

ପରେ ରିଷଭ ସଚ୍ଚଦେବ, ପ୍ରତୀକ ଗାବା ଓ ଅମିର ଫର୍ଣ୍ଣିଚର ଓ୍ୱାଲାଙ୍କୁ ଛାଡ଼ି ଦିଆଯାଇଥିଲା। କାହା ନିର୍ଦ୍ଦେଶରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ନଓ୍ୱାବ ମଲ୍ଲିକ। ବିଜେପି ଓ ସମୀର ଓ୍ୱାଙ୍ଖଡ଼େଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହୋଇଥିବା ସେ ସନ୍ଦେହ କରିଛନ୍ତି । ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ସ ସେଲ୍ ଏହାର ତଦନ୍ତ କରିବା ଉଚିତ। ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିବେ। ଦରକାର ହେଲେ ଏକ ସ୍ୱତନ୍ତ୍ର ତଦନ୍ତ କମିଶନ ଗଠନ ହେବା ଉଚିତ ବୋଲି କହିଛନ୍ତି ନଓ୍ୱାବ ମଲ୍ଲିକ।

Advertisment

ସେପଟେ, ଥମିବାରେ ନା ନେଉନାହିଁ ଏନସିବି ରେଡ଼୍‌। ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟିକୁ ନେଇ ଏନସିବିର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ସୂଚନା ଅନୁସାରେ, ଏଥିରେ ଫିଲ୍ମ ପ୍ରଯୋଜକ ଇମତିଆଜ ଖତ୍ରୀଙ୍କ ବାସଭବନ ଓ ତାଙ୍କ ଅଫିସ ଉପରେ ଏନସିବି ଟିମ୍ ରେଡ୍ କରିଛି। ଗତକାଲି ଆର୍ୟନଙ୍କ ଜାମିନ ଆବେଦନ ହୋଇଥିଲା କିନ୍ତୁ ତାହାକୁ ଖାରଜ କରିଦେଇଥିଲେ କୋର୍ଟ। ଏହାପରେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ରାତି କାଟିଥିଲେ କିଙ୍ଗ ଖାନଙ୍କ ଲାଡ଼୍ଲା । ଆର୍ୟନଙ୍କ ସମେତ ବନ୍ଧୁ ଅରବାଜ ସେଠ୍ ମର୍ଚାଣ୍ଟ, ମୁନମୁନ୍ ଧର୍ମେଚାଙ୍କ ଜାମିନ୍ ଆବେଦନକୁ ମୁମ୍ବାଇ ଏସ୍ପ୍ଲାନେଡ ମାଜିଷ୍ଟ୍ରେଟ୍ କୋର୍ଟ ପକ୍ଷରୁ ଖାରଜ କରିଦିଆଯାଇଛି ।

India NCB Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ