Advertisment

ଟ୍ରେନ୍‌ରେ ଯୁବତୀଙ୍କ ସହ ନାଚିଲେ ପୋଲିସ୍‌ କର୍ମଚାରୀ, ଭାଇରାଲ ହେଲା ଭିଡିଓ

ଡିସେମ୍ବର ୬ ତାରିଖ ରାତି ୧୦ଟାରୁ ୧୦.୧୫ ମଧ୍ୟେର ଏହି ଘଟଣା ସାମ୍ନାକୁ ଆସିଥିଲା। ଏସ୍‌ଏଫ୍‌ ଗୁପ୍ତା ରାତ୍ରୀ ସମୟରେ ମହିଳାଙ୍କ ସୁରକ୍ଷା ପାଇଁ ସେହି ଟ୍ରେନ୍‌ରେ ଜଣେ ମାତ୍ର ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ତେବେ ଏହି ସମୟରେ ଜଣେ ମହିଳାଙ୍କ ସହ ଟ୍ରେନ୍‌ରେ ନାଚୁଥିବାର ଭିଡିଓ ରେକର୍ଡ ହୋଇଥିଲା।

ଅଦ୍ୟତନ ହୋଇଛି
Mumbai cop dancing with girl on train

Mumbai cop dancing with girl on train

Advertisment

ବର୍ତ୍ତମାନ ଯୁବପିଢ଼ିଙ୍କୁ ଘାରିଛି ରିଲ୍ସ ନିଶା। ସେ ଜାତୀୟ ରାଜପଥ ହେଉ କିମ୍ବା ମେଟ୍ରୋ ଅବା ଲୋକାଲ ଟ୍ରେନ୍‌। ସବୁଠି ରିଲ୍ସ କରିବାରେ ବ୍ୟସ୍ତ ଆଜିର ଯୁବପିଢ଼ି । ସୋସିଆଲ ମିଡିଆରେ ମଧ୍ୟ ପ୍ରତିଦିନି କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଏକ ଲୋକାଲ ଟ୍ରେନ୍‌ରେ ଯୁବତୀଙ୍କ ସହ ମୁମ୍ବାଇର ଜଣେ ପୋଲିସ କର୍ମଚାରୀ ନାଚିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ଉକ୍ତ ପୋଲିସ୍‌ କର୍ମଚାରୀଙ୍କ ବିରୋଧରେ ଏକ ରିପୋର୍ଟ ଦାୟର କରିଛି GRP। ତେବେ ଭିଡିଓରେ ନାଚୁଥିବା ପୋଲିସ୍‌ କର୍ମଚାରୀ ଜଣଙ୍କ ହେଉଛନ୍ତି ଏସ୍‌ଏଫ୍‌ ଗୁପ୍ତା।

Advertisment

ସୂଚନା ଅନୁସାରେ ଡିସେମ୍ବର ୬ ତାରିଖ ରାତି ୧୦ଟାରୁ ୧୦.୧୫ ମଧ୍ୟେର ଏହି ଘଟଣା ସାମ୍ନାକୁ ଆସିଥିଲା। ଏସ୍‌ଏଫ୍‌ ଗୁପ୍ତା ରାତ୍ରୀ ସମୟରେ ମହିଳାଙ୍କ ସୁରକ୍ଷା ପାଇଁ ସେହି ଟ୍ରେନ୍‌ରେ ଜଣେ ମାତ୍ର ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ତେବେ ଏହି ସମୟରେ ଜଣେ ମହିଳାଙ୍କ ସହ ଟ୍ରେନ୍‌ରେ ନାଚୁଥିବାର ଭିଡିଓ ରେକର୍ଡ ହୋଇଥିଲା। ଏବଂ ପରବର୍ତ୍ତୀ ସମୟର ଏହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଥିଲା।

Advertisment

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି GRP ସୁରକ୍ଷାକର୍ମୀ ଏସ୍‌ଏଫ୍‌ ଗୁପ୍ତାଙ୍କ ବିରୋଧରେ ଡିସେମ୍ବର ୮ରେ ଏକ ଡିଫଲ୍ଟ ରିପୋର୍ଟ ଦାୟର କରିଛି। ଭବିଷ୍ୟତରେ ଯେପରି ଏମିତି ଘଟଣାର ପୁନରାବୃତ୍ତି ନ ହେବ ସେହି ଉଦ୍ଦେଶ୍ୟରେ ଏହି ରିପୋର୍ଟ GRP ଉକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ଏହି ରିପୋର୍ଟ ଦାଖଲ କରିଛି।

ଏହି ଘଟଣା ପରେ ୟୁନିଫର୍ମରେ ଏବଂ ଡ୍ୟୁଟିରେ ଥିବାବେଳେ ସମସ୍ତ କର୍ମଚାରୀଙ୍କୁ ସୁଟିଂ, ଭିଡିଓ ଓ ଫଟୋ ପାଇଁ ପୋଜ୍ ନ ଦେବା କିମ୍ବା ସେଲଫି ନ ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

Advertisment
India News Mumbai Police Cops Dancing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ