Advertisment

କାଲି ସରୁଛି କାର୍ଯ୍ୟକାଳ, ଆଜି ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମୁକ୍ତାର ଆବାସ ନକଭି ଇସ୍ତଫା ଦେଇଛନ୍ତି। ଏନେଇ ANI ସୂତ୍ରରୁ ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Mukhtar Abbas Naqvi resigns as Union Minister of Minority Affairs

Mukhtar Abbas Naqvi resigns as Union Minister of Minority Affairs

Advertisment

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମୁକ୍ତାର ଆବାସ ନକଭି ଇସ୍ତଫା ଦେଇଛନ୍ତି। ଏନେଇ ANI ସୂତ୍ରରୁ ସୂଚନା ମିଳିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି। 

Advertisment

ଆସନ୍ତାକାଲି ମୁକ୍ତାର ଆବାସ ନକଭିଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରୁଛି। ହେଲେ ତା’ପୂର୍ବରୁ ଅର୍ଥାତ୍‌ ଆଜି ସେ ଇସ୍ତଫା ଦେଇଛନ୍ତି। ଉପରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ସେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଆଜି ସକାଳେ ନକଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ।  ମୋଦି ସରକାରରେ ଥିବା ରାଜନାଥ ସିଂ ଓ ମୁକ୍ତାର ଆବାସ ନକଭି ୨ ମନ୍ତ୍ରୀ ଯିଏକି ବିଜେପି ନେତୃତ୍ୱାଧୀନ ଅଟଳ ବିହାରୀ ବାଜପେୟୀ ସରକାରରେ ମଧ୍ୟ ଥିଲେ।   

Advertisment

ସୂଚନାଥାଉ କି, ଅଗଷ୍ଟ ୧୦ରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ସରୁଛି। ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ  ଜୁଲାଇ ୧୯ ଥିବାବେଳେ ଅଗଷ୍ଟ ୬ରେ ନିର୍ବାଚନ ହେବ। ଉପରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌, ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଜ୍‌ମା ହେପ୍ତୁଲ୍ଲା, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନାଁ ଥିବା ମଧ୍ୟ ଚର୍ଚ୍ଚା ହେଉଛି। 

Union Minister Mukhtar Abbas Naqvi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ