Advertisment

ଆଣ୍ଟିଲିଆର ୨୬ତମ ମହଲାରେ କାହିଁକି ରୁହନ୍ତି ମୁକେଶ-ନୀତା ? କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ଦୁନିଆର ସବୁଠୁ ଦାମୀ ଘର ମଧ୍ୟରୁ ଆଣ୍ଟିଲିଆ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର । ମୁକେଶ ଅମ୍ବାନୀଙ୍କ ପରିବାର ୨୬ ତମ ମହଲାରେ ରୁହନ୍ତି । କାହିଁକି ୨୬ ତମ ମହଲାରେ ରୁହନ୍ତି ଜାଣନ୍ତୁ...

ଅଦ୍ୟତନ ହୋଇଛି
Antilia

Antilia

Advertisment

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକ‌େଶ ଅମ୍ବାନୀଙ୍କ ଘର କୌଣସି ମହଲ ଠାରୁ କମ୍ ନୁହେଁ। ମୁକେଶ ଅମ୍ବାନୀଙ୍କ ପରିବାର ଯେଉଁ ଘରେ ବସବାସ କରନ୍ତି ତାହାର ନାମ ହେଉଛି ଆଣ୍ଟିଲିଆ । ଦୁନିଆର ସବୁଠୁ ଦାମୀ ଘର ମଧ୍ୟରୁ ଆଣ୍ଟିଲିଆ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର । ମୁକେଶ ଅମ୍ବାନୀଙ୍କ ପରିବାର ୨୭ ମହଲା ବିଶିଷ୍ଟ ଆଣ୍ଟିଲିଆରେ ରୁହନ୍ତି । ଯେଉଁଥିରେ ନୀତା ଅମ୍ବାନୀ, ଅନନ୍ତ ଅମ୍ବାନୀ, ଆକାଶ ଅମ୍ବାନୀ, ଶ୍ଲୋକା ଅମ୍ବାନୀ, ରାଧିକା , ପ୍ରୀତି ଅମ୍ବାନୀ ଓ ବେଦ ଅମ୍ବାନୀ ରୁହନ୍ତି । ୨୦୧୨ରେ ଯେତେବେଳେ ଅମ୍ବାନୀ ପରିବାର ଆଣ୍ଟିଲିଆରେ ରହିଲେ, ସେତେବେଳେ ଘରର ମୂଲ୍ୟ ୧୫,୦୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା । ଏହାର ବିଶେଷତା, ଚମତ୍କାର, ସୁରକ୍ଷା ଓ ଅନ୍ୟାନ୍ୟ କାରଣରୁ ଆଣ୍ଟିଲିଆ ପ୍ରାୟତଃ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ସବୁବେଳେ ରହିଥାଏ । 

Advertisment

କୁହାଯାଏ ଆଟଲାଣ୍ଟିକ ମହାସାଗରର ଏକ ପୌରାଣିକ ଦ୍ବୀପ ନାମରେ ମୁକେଶଙ୍କ ଘର ନାମ ଆଣ୍ଟିଲିଆ ରଖାଯାଇଛି। ମୁମ୍ବାଇସ୍ଥିତ ଆଣ୍ଟିଲିଆର ଉଚ୍ଚତା ୨୭ ମହଲା ବିଶିଷ୍ଟ ହୋଇଥିବା ବେଳେ ଘର ୪,୦୦,୦୦୦ ସ୍କୋୟାର ଫୁଟରେ ତିଆରି ହୋଇଛି । ୨୦୧୦ରେ ଆଣ୍ଟିଲିଆ ନିର୍ମିତ ହୋଇଥିଲା । ୨୭ମହଲା ବିଶିଷ୍ଟ ମୁକେଶଙ୍କ ଘରେ ୬ଟି ମହଲା କେବଳ ପାର୍କିଂ ପାଇଁ ରହିଛି । ଏକା ସହିତ ଏଠାରେ ୧୬୮ଟି କାର ପାର୍କିଂ ହୋଇପାରିବ ।  

୨୬ ତମ ମହଲାରେ କାହିଁକି ରୁହନ୍ତି ଅମ୍ବାନୀ ପରିବାର ? 

ଅମ୍ବାନୀ ପରିବାର ସେମାନଙ୍କ ବିଳାସପୂର୍ଣ୍ଣ ଘର ଆଣ୍ଟିଲିଆର ୨୬ ତମ ମହଲାରେ ରୁହନ୍ତି । ୨୬ ତମ ମହଲାରେ ମୁକେଶ ଅମ୍ବାନୀ, ତାଙ୍କ ପତ୍ନୀ ନୀତା ଅମ୍ବାନୀ, ପୁଅ ଆକାଶ ଅମ୍ବାନୀ ଏବଂ ବୋହୂ ଶ୍ଲୋକା ମେହେଟ୍ଟା ଓ ସେମାନଙ୍କର ସନ୍ତାନ ପ୍ରୀତି ଆକାଶ ଅମ୍ବାନୀ ଏବଂ ବେଦ ଆକାଶ ଅମ୍ବାନୀ ରୁହନ୍ତି । ମୁକେଶ ଏବଂ ନୀତାଙ୍କ ଦ୍ୱିତୀୟ ପୁଅ ଅନନ୍ତ ଅମ୍ବାନୀ ମଧ୍ୟ ସେମାନଙ୍କ ସହିତ ୨୬ ତମ ମହଲାରେ ରୁହନ୍ତି ।

Advertisment

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ନୀତା ଅମ୍ବାନୀ ଉପର ମହଲାରେ ରହିବାକୁ ନିଷ୍ପତ୍ତି ନେଇଥିଲେ କାରଣ ସେ ଚାହୁଁଥିଲେ ଯେ ପ୍ରତ୍ୟେକ ଘରେ ସୂର୍ଯ୍ୟ କିରଣ ପଡୁ ଓ  ଭଲ ପବନ ଆସୁ। ଏହା ମଧ୍ୟ କୁହାଯାଇଛି ଯେ, ଆଣ୍ଟିଲିଆର ୨୬ ତମ ମହଲାକୁ କେବଳ ଘନିଷ୍ଠ ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଏ ।

Reliance Industries Mukesh Ambani Antilia Nita Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ