Advertisment

ଅମ୍ବାନୀଙ୍କୁ ଇ-ମେଲ୍‌ରେ ଧମକ; ‘୨୦ କୋଟି ଦିଅ, ନହେଲେ ଆପଣଙ୍କୁ ହତ୍ୟା କରିବୁ’

ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ।

Mukesh Ambani

Mukesh Ambani

Advertisment

‘ଆମକୁ ୨୦ କୋଟି ଦିଅ, ନହେଲେ ଆପଣଙ୍କୁ ହତ୍ୟା କରିବୁ’। ଏଭଳି ଏକ ହତ୍ୟା ଧମକ ଦିଆଯାଇଛି ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ। କେହି ଜଣେ ଦୁର୍ବୃତ୍ତ ତାଙ୍କୁ ହତ୍ୟା ସହ ୨୦ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି।

Advertisment

ପୋଲିସର କହିବା ଅନୁଯାୟୀ ଅକ୍ଟୋବର ୨୭ ତାରିଖ ଦିନ ମୁକେଶ ଅମ୍ବାନିଙ୍କ କମ୍ପାନୀ ଇ-ମେଲ୍‌କୁ ଜଣେ ବ୍ୟକ୍ତି ଧମକପୂର୍ଣ୍ଣ ମେଲ୍ ପଠାଇଥିଲେ। ଏଥିରେ  ଉଲ୍ଲେଖ ଥିଲା ଆମକୁ ୨୦ କୋଟି ଟଙ୍କା ନ ଦେଲେ ଆମେ ଆପଣଙ୍କୁ ହତ୍ୟା କରିବୁ। ଆମ ପାଖରେ ଭାରତର ସର୍ବୋତ୍ତମ ସୁଟର୍ ଅଛନ୍ତି। ଏହି ଧମକପୂର୍ଣ୍ଣ ଇ-ମେଲ୍ ଶାଦବ ଖାନ୍ ନାମରେ ଆସିଥିବା ପୋଲିସ କହିଛି।

ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ମୁକେଶ ଅମ୍ବାନିଙ୍କ ସିକ୍ୟୁରିଟି ଇନ୍ ଚାର୍ଜ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ମୁମ୍ବାଇ ଗାମଦେବୀ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତବର୍ଷ ମଧ୍ୟ ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ମିଳିଥିଲା। ଏହି ମାମଲାରେ ବିହାରର ଦରଭଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

Advertisment
Mukesh Ambani Threatning Call
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ