Advertisment

ଭାରତ ଛାଡି ଲଣ୍ଡନରେ ରହିବେ କି ମୁକେଶ ଅମ୍ବାନୀଙ୍କ ପରିବାର? ସ୍ପଷ୍ଟୀକରଣ ରଖିଲା ରିଲାଏନ୍ସ

ଆଣ୍ଟିଲିଆ ଭଳି ବିଳାସମୟ ଘର ଛାଡି ଲଣ୍ଡନ ଚାଲିଯିବେ କି ଅମ୍ବାନୀଙ୍କ ପରିବାର ? ଖବର ପଛର ସତ୍ୟତା କ’ଣ ?

ଅଦ୍ୟତନ ହୋଇଛି
ambani family

ambani family

Advertisment

ମୁମ୍ବାଇ : ଭାରତ ଆଉ ଭଲ ଲାଗୁନି ! ଦେଶ ଛାଡି ବାକୁ ମନ ହେଲାଣି କି ? ମୁମ୍ବାଇ ଛାଡି ଲଣ୍ଡନରେ ରହିବାକୁ ଚାହୁଁଛନ୍ତି କି ଅମ୍ବାନୀଙ୍କ ପରିବାର ? ଚଳିତ ବର୍ଷ ଲଣ୍ଡନର ନୂଆ ଘରେ ଅମ୍ବାନୀ ପରିବାର ଦୀପାବଳି ପାଳନ କରିବା ପରେ ଏମିତି ଚର୍ଚ୍ଚା ଜୋର ଧରିଛି । ଆସନ୍ତା ବର୍ଷ ଏପ୍ରିଲରେ ମୁକେଶ ଅମ୍ବାନୀଙ୍କ ପରିବାର ଲଣ୍ଡନରେ ରହିବା ଯୋଜନା କରିଥିବା କୁହାଯାଇଥିଲା । ତେବେ ଏ ନେଇ ସ୍ପଷ୍ଟୀକରଣ ରଖିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।

Advertisment

ଲଣ୍ଡନର ବକିଂହାମ ସାୟାରର ଷ୍ଟୋକ ପାର୍କରେ ଏକ ବଙ୍ଗଳା କିଣିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ୩ ଶହ ଏକର ପରିମିତ ଅଞ୍ଚଳରେ ଥିବା ଏହି ବଙ୍ଗଳାର ମୂଲ୍ୟ ପ୍ରାୟ ୫୯୨ କୋଟି ଟଙ୍କା ହେବ । ଲଣ୍ଡନର ଏହି ଆରିଷ୍ଟେକାର୍ଟ ବଙ୍ଗଳାରେ ୪୯ଟି ବେଡରୁମ, ଗୋଟିଏ ଛୋଟ କାଟିଆ ହସପିଟାଲ ରହିଛି । ଆଉ ବଙ୍ଗଳା ବାହାରେ ରହିଛି ପାର୍କ, ଗଲ୍ପ ପଡ଼ିଆ, ଏକ ଛୋଟ ଜଳାଶୟ । ମୁକେଶ କିଣିଥିବା ଏହି ବଙ୍ଗଳାଟି ଦିନେ ଜେମ୍ସ ବଣ୍ଡଙ୍କ ହଲିଉଡ ଫିଲ୍ମରେ ବି ସ୍ଥାନ ପାଇ ସାରିଛି ।

ଚଳିତ ଦୀପାବଳିରେ ଅମ୍ବାନୀ ପରିବାର ଏହି ନୂଆ ଘରେ ଉତ୍ସବ ପାଳନ କରିଛନ୍ତି। ଆସନ୍ତା ବର୍ଷ ଏପ୍ରିଲରେ ସେମାନେ ଲଣ୍ଡନ ଯିବାର ଯୋଜନା କରିଛନ୍ତି । ଲକଡାଉନ ସମୟରେ ମୁମ୍ୱାଇର ଆଣ୍ଟିଲିଆ ଘରେ ରହି ମୁକେଶଙ୍କ ପରିବାର ଦିନ କାଟିଥିଲେ । ଆଣ୍ଟିଲିଆ ଏକ ବିଳାସମୟ ଘର ହେଲେ ମଧ୍ୟ ଏଠାରେ ପ୍ରାକୃତିକ ପରିବେଶ ନାହିଁ । ତେଣୁ ଅମ୍ବାନି ଏକ ନୂଆ ଘର କିଣିବା କଥା ଚିନ୍ତା କରି ଲଣ୍ଡନରେ ଘର କିଣିବାକୁ ବାଧ୍ୟ ହୋଇଥିବା ମିଡ୍ ଡେରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।

Advertisment

ଭାରତ ଛାଡ଼ି ବ୍ରିଟେନରେ ରହିବା ଖବର ପ୍ରସାରିତ ପରେ ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌। ଅମ୍ବାନୀ ପରିବାର ଲଣ୍ଡନରେ ରହିବା ନେଇ ପ୍ରକାଶିତ ଖବରରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏମିତିକି ରିଲାଏନ୍ସ ଚେୟାରମ୍ୟାନ୍‌ ମୁକେଶ ଅମ୍ୱାନୀ କିମ୍ୱା ତାଙ୍କ ପରିବାର ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ରହିବାକୁ ଯୋଜନା କରି ନାହାଁନ୍ତି ।

Advertisment

ଲଣ୍ଡନର ଏହି ଐତିହ ସମ୍ପତ୍ତିକୁ ଏକ ପ୍ରମୁଖ ଗୋଲ୍ଫ ଫିଲ୍ଡ ଏବଂ ସ୍ପୋର୍ଟିଂ ରିସୋର୍ଟର ରୂପ ଦିଆଯିବା ନେଇ ଯୋଜନା ରହିଛି ବୋଲି କୁହାଯାଉଛି । ତେବେ ଲଣ୍ଡନ ବଙ୍ଗଳାଟି ମୁକେଶଙ୍କ ଦ୍ୱିତୀୟ ଘର ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଅମ୍ୱାନୀଙ୍କ ବାରମ୍ୱାର ବିଦେଶ ଯାତ୍ରାକୁ ନେଇ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ।

Mukesh Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ